Jyotish Shastra- ଚାକିରୀ ସମସ୍ୟା ନେଇ ଚିନ୍ତିତ ଅଛନ୍ତି କି? ଜନ୍ମ ତାରିଖରୁ ଜାଣନ୍ତୁ କେବେ ଓ କେଉଁଠାରେ ଆପଣଙ୍କୁ ମିଳିବ ଚାକିରୀ

ବନ୍ଧୁଗଣ, କଠିନ ପରିଶ୍ରମ ସତ୍ତ୍ୱେ ଚାକିରୀ ଓ ବ୍ୟବସାୟରେ ଲାଭ ମିଳୁନାହିଁ ? ଏହାର ଗୋଟିଏ କାରଣ ଆପଣଙ୍କ ଜନ୍ମ ତାରିଖ ହୋଇପାରେ । ଜନ୍ମ ତାରିଖ ଅନୁସାରେ କ୍ୟାରିଅର ବାଛିବା ଠିକ ପ୍ରମାଣିତ ହୋଇପାରେ । ଜନ୍ମ ତାରିଖ କେବଳ ବ୍ୟକ୍ତିର ବ୍ୟକ୍ତିତ୍ୱ ନୁହେଁ ବରଂ ରୋଜଗାର ସମ୍ପର୍କରେ ମଧ୍ୟ ଜାଣିହେବ ।

କେଉଁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ପେଶା ବାଛିବା ଦରକାର ଏବଂ ବ୍ୟବସାୟ ବା ଚାକିରୀରେ କିଛି ସମସ୍ୟା ଥିଲେ ତାକୁ କିଭଳି ଦୂର କରାଯାଇ ପାରିବ ପଢନ୍ତୁ । ୧.୧୦, ୧୯, ୨୮ – ଯଦି ଆପଣଙ୍କ ଜନ୍ମ ତାରିଖ ୧.୧୦, ୧୯, ୨୮ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ସୂର୍ଯ୍ୟ ଓ ମଙ୍ଗଳ ସହିତ ଅଛି । ଆପଣଙ୍କ ପାଇଁ ପ୍ରଶାସନ, ଚିକିତ୍ସା ଓ ଟେକ୍ନିକାଲ କ୍ଷେତ୍ର ସବୁଠାରୁ ଉତ୍ତମ ।

କାଠ ଓ ଔଷଧ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ରୋଜଗାରରେ ସମସ୍ୟା ଥିଲେ ତମ୍ବା ଧାରଣ କରନ୍ତୁ । ନିୟମିତ ସୂର୍ଯ୍ୟଙ୍କୁ ଜାଲ ଅର୍ପଣ କରନ୍ତୁ । ୨, ୧୧, ୨୦, ୨୯ – ଯଦି ଆପଣଙ୍କ ଜନ୍ମ ତାରିଖ ୨, ୧୧, ୨୦, ୨୯ ହୋଇଥାଏ ତାହେଲେ ଆପଣଙ୍କ ସମ୍ବନ୍ଧ ଚନ୍ଦ୍ରମା ଓ ଶୁକ୍ର ସହ ରହିଛି । କଳା, ଅଭିନୟ, ସଂଗୀତ, ସୌନ୍ଦର୍ଯ୍ୟ, ଜଳ କ୍ଷେତ୍ର ଆପଣଙ୍କ ପାଇଁ ଉତ୍ତମ । ଜଳ, ହସ୍ପିଟାଲ, ସୌନ୍ଦର୍ଯ୍ୟ ବ୍ୟବସାୟ ମଧ୍ୟ ଆପଣଙ୍କ ପାଇଁ ଉତ୍ତମ । ରୋଜଗାରରେ ସମସ୍ୟା ଥିଲେ ରୁପା ଧାରଣ କରନ୍ତୁ । ଭଗବାନ ଶିବଙ୍କ ଉପାସନା କରନ୍ତୁ ।

୩, ୧୨, ୨୧, ୩୦ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ବୃହସ୍ପତିଙ୍କ ସହ ରହିଛି । ଆପଣଙ୍କ ପାଇଁ ଶିକ୍ଷା, ଓକିଲାତି, ବୈଦିକ କ୍ଷେତ୍ର ଆଦି ଉତ୍ତମ । ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ । ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ ।

୪, ୧୩, ୨୨, ୩୧ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ରାହୁ ଓ ଚନ୍ଦ୍ରଙ୍କ ସହ ରହିଛି । ଆପଣଙ୍କ ପାଇଁ ଟେକ୍ନିକାଲ, ଔଷଧ, ଜ୍ୟୋତିଷ, ତନ୍ତ୍ର-ମନ୍ତ୍ର ଆଦି କ୍ଷେତ୍ର ଉତ୍ତମ । ରୋଜଗାରରେ ସମସ୍ୟା ଥିଲେ ଷ୍ଟିଲ ମୁଦି ଧାରଣ କରନ୍ତୁ । ଭଗବାନ ଶିବଙ୍କୁ ଉପାସନା କରନ୍ତୁ ।

୫, ୧୪, ୨୩ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ବୁଧ ଓ ସୂର୍ଯ୍ୟଙ୍କ ସହ ରହିଛି । ଆପଣଙ୍କ ପାଇଁ ଧନ, ଆଇନ, ପ୍ରଶାସନ ଓ କର୍ପୋରେଟ କ୍ଷେତ୍ର ଉତ୍ତମ । ଲେଖନ ଓ ସଂଗୀତ କ୍ଷେତ୍ରରେ ବି ଲାଭ ମିଳିପାରେ । ରୋଜଗାରରେ ସମସ୍ୟା ଥିଲେ କଂସା ଧାରଣ କରନ୍ତୁ । ଶ୍ରୀକୃଷ୍ଣଙ୍କ ଉପାସନା କରନ୍ତୁ ।

୬, ୧୫, ୨୪ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶୁକ୍ର ଓ ବୁଧଙ୍କ ସହ ରହିଛି । ଆପଣଙ୍କ ପାଇଁ ଅଭିନୟ, ଫିଲ, ମିଡ଼ିଆ ଆଦି କ୍ଷେତ୍ର ଉତ୍ତମ । ଶିକ୍ଷା କ୍ଷେତ୍ରରେ ବି ଲାଭ ମିଳିବ । ରୋଜଗାରରେ ସମସ୍ୟା ହେଉଥିଲେ ରୁପା ମୁଦି ଧାରଣ କରନ୍ତୁ । ଶିବ ଓ ପାର୍ବତୀଙ୍କୁ ଉପାସନା କରନ୍ତୁ ।

୭,୧୬, ୨୫ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ କେତୁ ଓ ଶୁକ୍ର ସହ ରହିଛି । ଆପଣଙ୍କ ପାଇଁ ଧର୍ମ, ଶିକ୍ଷା, କଳା ଅନୁସନ୍ଧାନ ଓ ଟେକ୍ନିକାଲ କ୍ଷେତ୍ର ଉତ୍ତମ । ରୋଜଗାରରେ ସମସ୍ୟା ଥିଲେ ସୁନା ଧାରଣ କରନ୍ତୁ । ଗଣେଶଙ୍କ ଉପାସନା କରନ୍ତୁ ।

୮, ୧୭, ୨୬ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସମ୍ବନ୍ଧ ଶନି ଓ ମଙ୍ଗଳ ସହ ରହିଛି । ଆପଣଙ୍କ ପାଇଁ ପ୍ରଶାସନ, ରାଜନୀତି, ଆଇନ, ଇଞ୍ଜିନିୟରିଂ ଆଦି କ୍ଷେତ୍ର ଉତ୍ତମ । ଅଧ୍ୟାତ୍ମ ଓ ତନ୍ତ୍ର-ମନ୍ତ୍ର କ୍ଷେତ୍ରରେ ବି ସଫଳ ହୋଇପାରନ୍ତି । ରୋଜଗାରରେ ସମସ୍ୟା ଥିଲେ ଲୁହା ମୁଦି ଧାରଣ କରନ୍ତୁ । ନିୟମିତ ଶନିଦେବ ଓ ହନୁମାନଙ୍କ ଉପାସନା କରନ୍ତୁ ।

୯, ୧୮, ୨୭ – ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ମଙ୍ଗଳ ଓ ବୃହସ୍ପତିଙ୍କ ପ୍ରଭାବ ରହିଥାଏ । ଆପଣଙ୍କ ପାଇଁ ସେନା, ସାହସ, କାରଖାନା, ନିର୍ମାଣ କ୍ଷେତ୍ର ଆଦି ଉତ୍ତମ । ଶିକ୍ଷା କ୍ଷେତ୍ରରେ ବି ସଫଳ ହୋଇପାରିବେ । ରୋଜଗାରରେ ସମସ୍ୟା ଥିଲେ ତମ୍ବା ମୁଦି ଧାରଣ କରନ୍ତୁ । ନିୟମିତ ହନୁମାନଙ୍କ ପୂଜା କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *