Jyotish Shastra – ସାବିତ୍ରୀ ଅମାବାସ୍ୟା ପର ଠାରୁ ଏହି 5 ଟି ରାଶିରେ ହେବ ଧନର ବର୍ଷା

ମଣିଷ ଜୀବନରେ ଉଭୟ ଦୁଃଖ ଓ ସୁଖ ଆସିଥାଏ । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ମଧ୍ୟରେ ହେଉଥିବା ନିୟମିତ ପରିବର୍ତ୍ତନ ହେତୁ ମଣିଷ ମାନଙ୍କ ଜୀବନରେ ପ୍ରଭାବ ପଡିଥାଏ । ବନ୍ଧୁଗଣ ଜୁନ ୧୦ ତାରିଖରେ ପଡୁଛି ସାବିତ୍ରୀ ଅମାବାସ୍ୟା । ଏହି ସାବିତ୍ରୀ ଅମାବାସ୍ୟା ରେ ମହାଲକ୍ଷ୍ମୀ ସଂଯୋଗ ହେବା କୁ ଯାଉଛି ।

ଯେଉଁ କାରଣ ରୁ ୫ ଟି ରାଶି ଉପରେ ଏହାର ବହୁତ ଶୁଭ ପ୍ରଭାବ ପଡିବା କୁ ଯାଉଛି । ଯେଉଁମାନଙ୍କ ଭାଗ୍ୟ ସାବିତ୍ରୀ ଅମାବାସ୍ୟା ପରେ ବଦଳିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ଏହି ରାଶି ମାନଙ୍କ ଉପରେ ରହିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ରାଶି ଥିବା ଲୋକମାନଙ୍କ ସମସ୍ତ ଆର୍ଥିକ ସମସ୍ଯା ଦୂର ହେବା ସହିତ ଏମାନଙ୍କ ଆଗାମୀ ଜୀବନ ସୁଖମୟ ହେବାକୁ ଯାଉଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମିଥୁନ ରାଶି

ଆପଣଙ୍କୁ ଆସନ୍ତା ସମୟରେ ହଠାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆସନ୍ତା ସମୟଟି ଆପଣଙ୍କ ପାଇଁ ସମୃଦ୍ଧ ରହିବ, ସମସ୍ତ କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ, ଆସନ୍ତା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ପୁରୁଣା ହାନି ସବୁ ପୂର୍ଣ୍ଣ ହବାକୁ ଲାଗିବ ।

କର୍କଟ ରାଶି

ଏହି ରାଶିର ଲୋକମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ । ଆପଣଙ୍କ ଘରେ ଲାଗି ରହିଥିବା ବାଦବିବାଦ ଦୂର ହେବ । ଆପଣ ନିଜ ଅଧୁରା ଇଛାକୁ ପୂରଣ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ଆପଣ କୌଣସି ପୁରୁଣା ମିତ୍ରକୁ ସାକ୍ଷାତ କରିବେ । ଆପଣ ନିଜର ସମସ୍ତ କାର୍ଯ୍ୟକୁ ପୂରଣ କରିବା ସହ ସଫଳତା ମଧ୍ୟ ହାସଲ କରିବେ ।

ବିଛା ରାଶି

ଏହି ରାଶିର ଲୋକମାନେ ସାବିତ୍ରୀ ଅମାବାସ୍ୟା ପରେ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି କରିବେ । ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ଅଟନ୍ତି । ଏହି ପରିଶ୍ରମର ଉତ୍ତମ ଫଳ ଆପଣ ପ୍ରାପ୍ତି କରିବେ । ସାବିତ୍ରୀ ଅମାବାସ୍ୟା ପରଠାରୁ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବାକୁ ଯାଉଛନ୍ତି । ଯେଉଁ କାରଣରୁ ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳ ହେବେ । ଆପଣଙ୍କ ଘର ପରିବାରରେ ହସ ଖୁସିର ଆଗମନ ହେବ ।

ଧନୁ ରାଶି

ଏହି ରାଶିର ଜାତକ ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆପଣ ନିଜ ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ସବୁଠାରୁ ଅଧିକ ଲାଗି ରହିବ । ଅବିବାହିତ ଲୋକମାନଙ୍କର ବିବାହ ଖୁବ ଶୀଘ୍ର ହେବ । ବିବାହିତ ଲୋକମାନଙ୍କୁ ଶାରୀରିକ ଓ ମାନସିକ ସୁଖ ମିଳିବ । ଆପଣ ନିଜ ପରିବାର ଲୋକଙ୍କ ସହ କିଛି ମୂଲ୍ୟବାନ ସମୟ ଅତିବାହିତ କରିବେ । ଆପଣଙ୍କ ଦ୍ଵାରା ହୋଇଥିବା ସମସ୍ତ ଯୋଜନା ସଫଳ ହେବା ସହିତ ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ ।

ମକର ରାଶି

ଏହି ରାଶିର ଜାତକ ମାନଙ୍କର ଭାଗ୍ୟ ଖୁବ ଶୀଘ୍ର ବଦଳିବାକୁ ଯାଉଛି । କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ବ୍ୟାପାର କ୍ଷେତ୍ରରେ ଥିବା ଲୋକମାନଙ୍କୁ ପ୍ରଚୁର ଲାଭ ମିଳିବ । ଆପଣଙ୍କୁ ନିଜ ଜୀବନସାଥୀର ପୁରା ସହଯୋଗ ମିଳିବ । ଆପଣ ନିଜ ପରିବାର ଲୋକଙ୍କ ସହ କିଛି ମୂଲ୍ୟବାନ ସମୟ ଅତିବାହିତ କରିବେ, ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *