କାଉ ଦେଇଥାଏ ମୃତ୍ୟୁ ଓ ଧନ ଆସିବାର ସଙ୍କେତ ! Ajira Anuchinta

ନମସ୍କାର ବନ୍ଧୁଗଣ, କାଉ ଯେ କି ପ୍ରଥମେ ଆମକୁ ସକାଳ ହେବାର ସଙ୍କେତ ଦେଇଥାଏ । ଏହିଭଳି ସେ ଜୀବନରେ ଘଟିବାକୁ ଥିବା ଭଲ ଖରାପ କଥାର ମଧ୍ୟ ସୂଚନା ଦେଇଥାଏ । କୁହାଯାଏ ପୂର୍ବ ପୁରୁଷମାନେ କାଉ ବେଶରେ ଆସିଥାନ୍ତି ଆମକୁ କିଛି କଥାର ଅବଗତ କରାଇବା ପାଇଁ । ତେବେ ଆଉ ଡେରି ନକରି ଆସନ୍ତୁ କାଉର କେଉଁ ସଂକେତରୁ ଆପଣ ମାନେ ଜାଣିବା ପାଇଁ ପାଇବେ କି ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି ଏବଂ ଆୟୁଷ କମର ସଙ୍କେତ ମିଳିଥାଏ ।

ପ୍ରଥମ: ଯଦି କାଉ ମାନେ ଆସି ଆପଣଙ୍କ ଘର ଉପରେ ବସି ବୋବାନ୍ତି ଏବଂ ପରସ୍ପର ମଧ୍ୟରେ ଝଗଡା ଲାଗନ୍ତି । ତେବେ ଏହାର ଅର୍ଥ ହୋଇଥାଏ କି ଘରର ମୁଖ୍ୟ ସଦସ୍ୟଙ୍କ ଉପରେ କୌଣସି ବଡ ବିପଦ ଆସିବାକୁ ଯାଉଛି । ଦିତୀୟ: ଖରା ବେଳ ପୂର୍ବରୁ ଯଦି ଆପଣ କଉର ରାବ ଉତ୍ତର କିମ୍ବା ପୂର୍ବ ଦିଗରୁ ଶୁଣିବାକୁ ପାଇଥାନ୍ତି । ତେବେ ଏହା ଆପଣଙ୍କୁ ସଙ୍କେତ ଦେଇଥାଏ କି ଆପଣଙ୍କ ଦିନଟି ବହୁତ ଭଲ ଓ ଲାଭକାରୀ ରହିବାକୁ ଯାଉଛି । ଏହାକୁ ବହୁତ ଭଲ ଶୁଭ ସଙ୍କେତ ବୋଲି ମନାଯାଇଥାଏ ।

ତୃତୀୟ: ଯଦି କାଉ ଆପଣଙ୍କ ଘର ଉପରେ ବସି ଦକ୍ଷିଣ ଦିଗକୁ ମୁହଁ କରି ରାବେ ତେବେ ଏହାକୁ ଅଶୁଭ ବୋଲି ମନାଯାଇଥାଏ । ଏହାର ବଡ ସଙ୍କେତ ହେଉଛି ଘର ଲୋକଙ୍କ ମଧ୍ୟରୁ କାହାକୁ ଜୀବନ ଉପରେ ବିପଦ ଆସିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଚତୁର୍ଥ: ରାସ୍ତାରେ ଯିବାବେଳେ ଯଦି ଆପଣ କାଉକୁ କେଉଁଥିରୁ ପାଣି ପିଇବାର ଦେଖନ୍ତି ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ କି ଆପଣଙ୍କୁ ଆଗାମୀ ସମୟରେ ଧନ ଲାଭ ହେବାକୁ ଯାଉଛି । ଏବଂ ଆପଣ ବାହାରିଥିବା କାର୍ଯ୍ୟରେ ସଫଳ ମଧ୍ୟ ହେବେ ।

ପଞ୍ଚମ: କାଉ ଯଦି ତା ମୁହଁରେ ରୁଟି କିମ୍ବା ମାଂସ ଖଣ୍ଡ ଧରିଥିବାର ଆପଣ ଦେଖନ୍ତି ତେବେ ଏହି ସଙ୍କେତର ଅର୍ଥ ହେଉଛି କି ଆପଣଙ୍କ କୌଣସି ଏକ ବଡ ଇଚ୍ଛା ପୁରା ହେବାକୁ ଯାଉଛି । ଷଷ୍ଠ: ଯଦି କାଉ ଆପଣଙ୍କ ଶରୀର ଉପରେ ବସିଯାଏ ତେବେ ଆପଣଙ୍କୁ ଶାରୀରିକ ଏବଂ ମାନସିକ କଷ୍ଟ ଭୋଗ କରିବାକୁ ପଡିଥାଏ ।

ସପ୍ତମ: ଯଦି କାଉ ଆପଣଙ୍କ ମୁଣ୍ଡ ଉପରେ ବସିଯାଏ ତେବେ ଏହା ଏକ ଅଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କର ଧନ ହାନି ହେବାକୁ ଯାଉଛି । ଆପଣ ରୋଗଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି । ଅଷ୍ଟମ: ଯଦି କାଉ ସକାଳ ସମୟରେ ଉଡିଆସି ଆପଣଙ୍କ ଶରୀରକୁ ତା ଗୋଡରେ ସ୍ପର୍ଶ କରିଦିଏ ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଉନ୍ନତି ଏବଂ ଧନକୁ ଆଣିଥାଏ ।

ନବମ: ସକାଳୁ ଉଠିବା ବେଳକୁ ଯଦି ଦେଖନ୍ତି କାଉ ରାବୁ ଅଛି ତେବେ ଏହାର ଅର୍ଥ ଆପଣଙ୍କ ଘରକୁ ଅତିଥି ଆସିବାକୁ ଯାଉଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *