ଶ୍ରୀ କୃଷ୍ଣ କୁହନ୍ତି ଗରିବ ହେବାର ମୁଖ୍ୟକାରଣ, ଏହି 9ଟି ଭୁଲ ମଣିଷକୁ ନିର୍ଧନ ବନେଇ ଦିଏ 

ନମସ୍କାର ବନ୍ଧୁଗଣ, ଆମେ ଦୈନଦିନ ଜୀବନରେ ସକାଳୁ ଉଠି ନିଜ ନିଜ କାର୍ଯ୍ୟରେ ଲାଗି ପଡିଥାଉ । କିନ୍ତୁ ଆପଣ କେବେ ଭବିଛନ୍ତି ଆପଣଙ୍କୁ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ ବୋଲି । ଆପଣଙ୍କ ଅଜାଣତରେ ଆପଣ ଏମିତି କିଛି ଭୁଲ କରିଥାନ୍ତି । ଯାହାର କୁପ୍ରଭାବ ହେତୁ ଆପଣ ମାତା ଲକ୍ଷ୍ମୀଙ୍କୁ ରୁଷ୍ଟ କରିଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ହେତୁ ଆପଣ ସବୁବେଳେ ଧନର ଅଭାବରେ ଛନ୍ଦି ହୋଇଯାନ୍ତି । ଜାଣନ୍ତୁ କେଉଁ ୯ଟି ଭୁଲ ଆପଣଙ୍କୁ କରିବା ଅନୁଚିତ ।

ପ୍ରଥମ: ଯେଉଁ ମଣିଷ ବଳକା ଖାଦ୍ୟକୁ ବାହାରେ ଦଷ୍ଟବିନରେ ଫୋପାଡି ଦିଏ । ତେବେ ଏହାଦ୍ୱାରା ଅନ୍ନର ଅବମାନନା ହୋଇଥାଏ । ଏହି କାରଣ ପାଇଁ ମାତା ଲକ୍ଷ୍ମୀ ସେହି ଘର ତ୍ୟାଗ କରିଥାନ୍ତି । ଏବଂ ଆପଣଙ୍କୁ ଧନର ଅଭାବ ହେବା ଆରମ୍ଭ ହୋଇଥାଏ । ଦିତୀୟ: ସନ୍ଧ୍ୟା ସମୟରେ କେବେ ମଧ୍ୟ ଘର ଝାଡୁ କରିବା ଉଚିତ ହୋଇନଥାଏ । ଯୋତା ଚପଲ ଇତ୍ୟାଦିକୁ କେବେ ଏଣେତେଣେ ନଫୋପାଡି ବା ଓଲଟା ନ ରଖି ସାଇତି ରଖନ୍ତୁ । କାରଣ ଏହା ଆପଣଙ୍କ ଘର ଉପରେ ଅଶୁଭ ପ୍ରଭାବ ପକାଇଥାଏ ।

ତୃତୀୟ: ଆପଣ ପ୍ରତିଦିନ କେବେ ମଧ୍ୟ କ୍ଷୀରକୁ ଉତୁରିବାକୁ ଦେବା ଉଚିତ ନୁହେଁ । ଏହା ହେବା ଦ୍ଵାରା ଆପଣଙ୍କ ଘରକୁ ଖରାପ ସମୟ ଆସିଥାଏ । ଚତୁର୍ଥ: ରବିବାର ଦିନ ତୁଲସୀ ଗଛରେ ପାଣି ଢାଳିବା ଅନୁଚିତ । ସବୁବେଳେ ତୁଳସୀ ଗଛର ଚାରିପାଖକୁ ସଫା ରଖନ୍ତୁ ।

ପଞ୍ଚମ: ଘରେ ସବୁବେଳେ ଝଗଡା କରନ୍ତୁ ନାହିଁ । ଚେଷ୍ଟା କରନ୍ତୁ ଘରେ ସୁଖ ଶାନ୍ତିର ପରିବେଶ ବଜାୟ ରଖିବା ପାଇଁ । କଳହ ଆପଣଙ୍କ ଘରକୁ ଆର୍ଥିକ ସମସ୍ୟା ନେଇ ଆସିଥାଏ । ଷଷ୍ଠ: ସକାଳୁ ଉଠି ପ୍ରଥମେ ମୁହଁ ଧୋଇ ବ୍ରସ କରିବା ପରେ ହିଁ ଖାଦ୍ୟ ଖାଇବା ଉଚିତ ।

ସପ୍ତମ: ସବୁବେଳେ ନିଜ ଗାଧୁଆ ଘରକୁ ପରିଷ୍କାର ରଖିବା ଉଚିତ । ନଚେତ ଏହା ଆପଣଙ୍କ ପାଇଁ କ୍ଷତିକାରି ସାବ୍ୟସ୍ତ ହୋଇଥାଏ । ଅଷ୍ଟମ: ଖାଇବା ପରେ ସଙ୍ଗେ ସଙ୍ଗେ ଅଇଁଠା ବାସନକୁ ସଫା କରିବା ଉଚିତ । ଯଦି ଏହା ସମ୍ଭବ ନହୁଏ ତେବେ ରାତିରେ ଶୋଇବା ପୂର୍ବରୁ ନିହାତି ଅଇଁଠା ବାସନ ସଫା କରନ୍ତୁ । ଅଷ୍ଟମ: ନିଜ ଘର ସହିତ ସେଜକୁ ମଧ୍ୟ ସଫା ରଖନ୍ତୁ । ଘର ଆଗରେ କେବେ ମଧ୍ୟ ପାନ ଖାଇ ଛେପ ପକାନ୍ତୁ ନାହିଁ ।

ନବମ: ଠାକୁର ଘରେ କେବେ ମଧ୍ୟ ଭାଙ୍ଗିଯାଇଥିବା ମୂର୍ତ୍ତି ରଖି ପୂଜା କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ  ଅଶୁଭ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ରୂପରେ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *