5 ମିନିଟରେ ମଶା, ମାଛି, ମୂଷା ଓ ଅସରପା ଘରୁ ପଳାଇବେ… ବାସ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ, କିଛି ଛୋଟ ଜୀବଙ୍କ ପାଇଁ ଆମେ ବେଳେ ବେଳେ ବହୁତ ବଡ ଚିନ୍ତାରେ ପଡିଯାଉ । ସେମାନେ ଆମକୁ ଶାନ୍ତିରେ ରହିବାକୁ ଦିଅନ୍ତି । ମଶା, ମାଛି, ମୂଷା ଓ ଅସରପା ଯେତବେଳେ ବେଶି ମାତ୍ରାରେ ହେଇଯାନ୍ତି ସେତେବେଳେ ଆମକୁ ଘରେ ଚଳିବା କଷ୍ଟକର ହୋଇପଡେ । ବିଭିନ୍ନ ରୋଗ ଏମାନଙ୍କ ଦ୍ଵାରା ହେବାର ଆଶଙ୍କା ବଢିଯାଏ । ତେବେ ଆପଣ ଘରୁ ଏମାନଙ୍କୁ ଘଉଡାଇବା ପାଇଁ ଆମେ କହୁଥିବା ଏହି ଉପାୟଟିକୁ ନିଶ୍ଚୟ କରନ୍ତୁ । ୫ ମିନିଟରେ ସମସ୍ତେ ଘରୁ ପଳାଇବେ ।

ପ୍ରଥମ: ଆପଣଙ୍କୁ ଏହି ଉପାୟଟି କରିବା ପାଇଁ ପ୍ରଥମେ ଆବଶ୍ୟକ ହେବ କିଛି ତେଜପତ୍ର । ଦିତୀୟ ସାମଗ୍ରୀଟି ହେଉଛି କର୍ପୁର । ଆପଣ ପୁରୁଣା ହୋଇଯାଇଥିବା କର୍ପୁର ବ୍ୟବହାର କରିବେ ନାହିଁ । କାରଣ ତାହାର ସୁଗନ୍ଧ କମିଯାଇଥାଏ । ତୃତୀୟ ସାମଗ୍ରୀ ହେଉଛି ନିମ୍ବ ତେଲ । ଯଦି ଆପଣଙ୍କୁ ଏହି ନିମ୍ବ ତେଲ ନ ମିଳେ ତେବେ ଆପଣ ଘରେ ଥିବା ସୋରିଷ ତେଲର ବ୍ୟବହାର କରିପାରିବେ ।

ଆପଣ ନେଇଥିବା କର୍ପୁରକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ । ଏହାପରେ ଆପଣ ଏହି କର୍ପୁର ଗୁଣ୍ଡକୁ ତେଲ ମଧ୍ୟରେ ମିଶାଇ ଦିଅନ୍ତୁ । ଯଦି ଆପଣ ନିମ୍ବ ତେଲ ବଦଳରେ ସୋରିଷ ତେଲର ବ୍ୟବହାର କରୁଛନ୍ତି । ତେବେ ଆପଣ ସେହି ତେଲରେ କିଛି ତା ନିମ୍ବ ପତ୍ର ପକାଇ ଦିଅନ୍ତୁ । ଏହାପରେ ଆପଣ ଏକ ଅଲଗା ପାତ୍ରରେ ୩ ରୁ ୪ଟି ତେଜପତ୍ର ଛୋଟ ଛୋଟ କରି ଛିଡାଇ ପକାନ୍ତୁ ।

ଏହାପରେ ଆପଣ ପ୍ରସ୍ତୁତ କରି ରଖିଥିବା ତେଲର ମିଶ୍ରଣକୁ ତେଜପତ୍ର ସହ ମିଶାଇ ଦିଅନ୍ତୁ । ଏବେ ଆପଣ ଏହି ସମସ୍ତ ମିଶ୍ରଣକୁ ଜଳାଇ ଦିଅନ୍ତୁ । ଜଳିବାର କିଛି ସମୟ ପରେ ଆପଣ ଏହାକୁ ଲିଭାଇ ଦିଅନ୍ତୁ । ଧ୍ୟାନ ରଖିବେ ଯେମିତି ସେଥିରୁ ଧୂଆଁ ବାହାରିବା ଉଚିତ । ଧୂଆଁ ବାହାରୁଥିବା ଏହି ପାତ୍ରକୁ ଆପଣ କୌଣସି ବନ୍ଦ ଘରେ ରଖିଦିଅନ୍ତୁ ।

ଆପଣ ଏହି ଧୂଆଁକୁ ଯଦି ଆପଣଙ୍କ ଶୋଇବା ଘରେ କିଛି ସମୟ ରଖିଦେବେ ତେବେ ଆପଣ ରାତିରେ ଶାନ୍ତିର ନିଦରେ ଶୋଇବେ । ଯଦି ଆପଣ ଏହାକୁ ରୋଷେଇ ଘରେ ରଖନ୍ତି ତେବେ ରୋଷେଇ ଘର ଆଖ ପାଖରେ ମଧ୍ୟ କୌଣସି ମଶା, ମାଛି ଦେଖା ଯିବେ ନାହିଁ ।

ଦିତୀୟ: ଆପଣ ଗୋଟିଏ ପ୍ଲାଷ୍ଟିକ ବୋତଲ ନେଇ ସେଥିରେ ଅଧ ଗ୍ଳାସ ପାଣି ରଖନ୍ତୁ ଏବଂ ସେହି ପାଣିରେ କିଛି କର୍ପୁର ଗୁଣ୍ଡ ମିଶାନ୍ତୁ । ଦୁଇ ଚାମଚ ଭିନେଗାର ମିଶାନ୍ତୁ । ଏବଂ ଏକ ଛୋଟ ଚାମଚ ଲୁଣ ମିଶାଇ ଦିଅନ୍ତୁ । ଦୁଇ ଚାମଚ ଡେଟଲ ମଧ୍ୟ ମିଶାଇ ଦିଅନ୍ତୁ । ଏହିସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ମୂଷା ବାହରୁଥିବା ଜାଗାରେ ଏହି ଉପାୟରେ ତୁଳା ଟିଏ ବୁଡାଇ ରଖିଦିଅନ୍ତୁ ମୂଷା ଆପଣଙ୍କ ଘରକୁ ଆଉ କେବେ ଆସିବ ନାହିଁ । ମୂଷା ଅସରପା ପିମ୍ପୁଡି ମାନଙ୍କୁ ଘଉଡାଇବା ପାଇଁ ଏହା ଏକ ଉତ୍ତମ ଉପାୟ ଅଟେ । ବନ୍ଧୁଗଣ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *