କବାଟ ପାଖରେ ରଖନ୍ତୁ ନାହିଁ ଏହି 3ଟି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ- Vastu Tips

ନମସ୍କାର ବନ୍ଧୁଗଣ । ଆଜିର ସୂଚନା ଅନୁସାରେ ଆଜି ଆପଣମାନଙ୍କୁ କହିବାକୁ ଯାଉଛୁ ଏହା କି ଯେ, ଯଦି ଆପଣମାନେ ଚାହୁଁଛନ୍ତି ଦେବୀ ଏବଂ ଦେବତାଙ୍କର ପ୍ରସନ୍ନ କରିବାକୁ ତେବେ ନିଜ ଘରର ଦ୍ଵାର ମୁହଁ ତଥା ଘରର ମୁଖ୍ୟ କବାଟ ଆଗରେ ସବୁବେଳେ ପରିଷ୍କାର ରଖନ୍ତୁ । ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜା ବୃଦ୍ଧି ହେବା ସହିତ ନକରାତ୍ମକ ଶକ୍ତିର ସଂପୂର୍ଣ୍ଣ ଭାବରେ କ୍ଷୟ ଘଟିଥାଏ । ନିଜର ଘର ଚାରିପାଖ ତଥା ଘର ଭିତର ଯେତେ ପରିଷ୍କାର କରି ରଖିବେ । ସେତେ ଆପଣ ଏବଂ ଆପଣଙ୍କ ପରିବାରର ମଙ୍ଗଳ ହେବ ।

ସମସ୍ତ କ୍ଷେତ୍ରରେ ଆପଣ ଆଗୁଆ ରହିବେ । ବାସ୍ତୁ ଶାସ୍ତ୍ର ଅନୁସାରେ କୁହାଯାଇ ଅଛିକି ଯେ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ କିଛି ଜିନିଷ ରଖାଯାଏ ନାହିଁ । କାରଣ ଘର ମୁଖ୍ୟ ଦ୍ଵାର ପଟେ ଦେବୀ କୃପା ପ୍ରବେଶ କରିଥାଏ । ଘରେ ମଧ୍ୟ ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଏପରି ୩ଟି ଜିନିଷ ଅଛି ଯାହାକୁ ଘର ଆଗରେ ରଖିଲେ ଘର ପ୍ରତି ବିପଦ ମାଡି ଆସିଥାଏ ଏବଂ ଘରର ଅନିଷ୍ଟ ଘଟିଥାଏ ।

ଯଦି ଏହି ୩ଟି ଜିନିଷକୁ ଘର ସମ୍ମୁଖରୁ ହଟାଇ ଦେବେ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ଶାନ୍ତିର ମହୋଲ୍ଲ ଦେଖିବାକୁ ମିଳିବ । ଘରେ ମା ମହାଲକ୍ଷ୍ମୀଙ୍କର ଆଗମନ ହେବ । ଯାହା ଦ୍ଵାରା ଆପଣଙ୍କ ଘରେ ଧନର ବର୍ଷା ହେବ । ଆପଣଙ୍କ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଭୁଲରେ ମଧ୍ୟ କଣ୍ଟ ଜାତୀୟ ଗଛ ରଖନ୍ତୁ ନାହିଁ । ଏହି କଣ୍ଟ ଜାତୀୟ ଗଛ ରଖିବା ଦ୍ଵାରା ଆପଣଙ୍କ ଘରୁ ସକାରାତ୍ମକ ଊର୍ଜା ଚାଲିଯାଇଥାଏ ।

ଘର ପରିବାରରେ ମାନମାଳିନ୍ୟ ଦେଖିବା ପାଇଁ ମିଳିଥାଏ । ଘରେ ଅଶାନ୍ତି ବଢିଥାଏ । ଘର ଦ୍ଵାର ମୁହଁରେ ଭଙ୍ଗା ଖଟ, ଭଙ୍ଗା ପଲଙ୍କ, ଭଙ୍ଗା ଚୌକି ଏପରି ଭଙ୍ଗା ଜିନିଷ ରଖନ୍ତୁ ନାହିଁ । ଘର ଦ୍ଵାର ମୁଖରେ ମଧ୍ୟ ଭଙ୍ଗା ବାସନ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଘରକୁ ଦେବୀ ଦେବତା ପ୍ରବେଶ କରନ୍ତି ନାହିଁ ଏବଂ ଏହା ଦ୍ଵାରା ଶନି ଦେବତା କ୍ରୋଧିତ ହୋଇଥାନ୍ତି । ନିଜର ଘରେ କେବଳ ଦରକାରୀ ଜିନିଷ ବ୍ଯତୀତ ଅଯଥା ଜିନିଷ ରଖନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ଭଗବାନ ଆପଣଙ୍କ ଉପରେ ରୋଷ ହୋଇଯାଇଥାନ୍ତି । ଯାହା ଫଳରେ ଆପଣଙ୍କ ଘରୁ ସବୁ ସୁଖ ଶାନ୍ତି ଚାଲି ଯାଇଥାଏ । ଯଦି ଚାହୁଁଛନ୍ତି ଘରେ ସୁଖ ସମୃଦ୍ଧି ଫେରି ଆସୁ ବୋଲି ତେବେ ଏହି ସବୁ କୁହା ଯାଇଥିବା ଉପାୟ ମାନିକି ଚଳନ୍ତୁ । ଆପଣଙ୍କର ସବୁ କିଛି ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଲାଇକ୍ କରିବା ସହିତ କମେଣ୍ଟ କରିକି ନିହାତି ଭାବରେ ଆମକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *