କବାଟ ପାଖରେ ରଖନ୍ତୁ ନାହିଁ ଏହି ୩ଟି ଜିନିଷ- ନଚେତ ହୋଇଯିବେ ଦରିଦ୍ର

ନମସ୍କାର ବନ୍ଧୁଗଣ, ଶାସ୍ତ୍ରରେ କୁହାଯାଇଛି ଯଦି ଆପଣ ଦେବା ଦେବୀଙ୍କର କୃପା ଚାହାନ୍ତି ତେବେ ଘରର ମୁଖ୍ୟ ଦରଜା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଘରର ମୁଖ୍ୟ ଦ୍ଵାର ଦେଇ ଘର ଭିତରକୁ ସକାରାତ୍ମକ ଊର୍ଜା ବା ଦେବା ଦେବୀଙ୍କର କୃପା ପ୍ରବେଶ କରିଥାଏ । ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ରେ କୁହା ଯାଇଛି ଯେ ଘରର ମୁଖ୍ୟ ଦରଜା ପାଖରେ କୌଣସି ଜିନିଷ ରଖିବା ଅନୁଚିତ । ଏହା ଦ୍ଵାରା ବାସ୍ତୁ ସମ୍ବନ୍ଧିତ ସମସ୍ଯା ଦେଖା ଦେବା ସହ ଆର୍ଥିକ ହାନି ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହିଭଳି ୩ଟି ଜିନିଷ ଯାହା ଘରର ମୁଖ୍ୟ ଦ୍ଵାର ରେ ରଖିବା ଅନୁଚିତ । ନଚେତ ଆପଣ ଦାରିଦ୍ରତା ଆଡକୁ ଟାଣି ହୋଇଯିବେ । ସେଥିପାଇଁ ଏହାକୁ ହଟାଇ ଦେଲେ ଘରର ସୁଖ ସମୃଦ୍ଧି ଓ ଧନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଜିନିଷ ବିଷୟରେ-

ଭଙ୍ଗା ପଲଙ୍କ-

ଘରର ମୁଖ୍ୟ ଦ୍ଵାର ପାଖରେ ଭଙ୍ଗା ଖଟ ବା ପଲଙ୍କ କେବେବି ରଖନ୍ତୁ ନାହିଁ । ଏହା ବ୍ଯତୀତ ଭଙ୍ଗା ଚୌଇକି ମଧ୍ୟ ରଖିବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ଆପଣ ମଧ୍ୟ ହଇରାଣରେ ପଡି ପାରନ୍ତି ।

କଣ୍ଟା ଗଛ-

ଭୁଲରେ ବି ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ କଣ୍ଟା ଥିବା ଗଛ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରୁ ସକାରାତ୍ମକ ଊର୍ଜା ନଷ୍ଟ ହୁଏ ଓ ନକରାତ୍ମକ ଊର୍ଜା ଭରି ରହେ । ଯାହା ଘରେ ଆସନ୍ତି ସୃଷ୍ଟି କରେ । ସେଥିପାଇଁ କେବେବି ଶୋ ପାଇଁ ଏଭଳି ଭୁଲ କରନ୍ତୁ ନାହିଁ । ଆଉ ଯଦି ଏଭଳି କଣ୍ଟା ଗଛ ରଖିଛନ୍ତି ତେବେ ଆଜି ହିଁ ହଟାଇ ଦିଅନ୍ତୁ ।

ଭଙ୍ଗା ବାସନ-

ଭଙ୍ଗା ବାସନ ରଖିବା ଦ୍ଵାରା ଶନିଦେବ କ୍ରୋଧିତ ହୋଇଥାନ୍ତି । ସେଥିପାଇଁ ଭୁଲରେ ବି କେବେ ଭଙ୍ଗା ବାସନ ନିଜ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ନାହିଁ । ଯଦି ଆପଣ ଏହି ସବୁ ଜିନିଷ ଘରର ମୁଖ୍ୟ ଦ୍ଵାରରେ ରଖୁଛନ୍ତି ଦେବେ ତୁରନ୍ତ ଏହାକୁ ହଟାଇ ଦିଅନ୍ତୁ ନଚେତ ଆପଣଙ୍କ ଘରକୁ ଦାରିଦ୍ର୍ୟତା ମାଡି ଆସିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *