କାହାର ପାଦ ଛୁଇଁବା ସମୟରେ ଏହି ଭୁଲ କରନ୍ତୁ ନାହିଁ, ନଚେତ କମିଯିବ ଆୟୁଷ- Ajira Anuchinta

ନମସ୍କାର ବନ୍ଧୁଗଣ, ଆମେ ମାନେ ବଡ ମାନଙ୍କ ଆଶୀର୍ବାଦ ପାଇବା ପାଇଁ ତାଙ୍କ ଚରଣ ସ୍ପର୍ଶ କରିଥାଉ । କାରଣ ଆଶୀର୍ବାଦ ପାଇବାର ଏହା ଏକମାତ୍ର ଉପାୟ । କିନ୍ତୁ ଏପରି କିଛି କଥା ଅଛି ଯାହାକୁ ଆପଣ ମାନଙ୍କୁ ପାଦ ଛୁଇଁବା ସମୟରେ କରିବା ଉଚିତ ହୋଇନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ନିଜ ଅଜାଣତରେ କରୁଥିବା ସେହି ଭୁଲ ଗୁଡିକ ବିଷୟରେ । ତେଣୁ ଆଉ ଡେରି ନକରି ଆସନ୍ତୁ ଜାଣିବା ପାଦ ଛୁଇଁବା ସମୟରେ କେଉଁ ଭୁଲ କରିବା ଅନୁଚିତ ।

ବହୁତ ଲୋକ ଆମ ଠାରୁ ବଡ ହୋଇଥାନ୍ତି, ଜାତି ଧର୍ମରେ ମଧ୍ୟ ବଡ ହୋଇଥାନ୍ତି । କିନ୍ତୁ ସେମାନେ ଯେତେ ବଡ କିମ୍ବା ଉଚ୍ଚରେ ଜନ୍ମ ନେଲେ ମଧ୍ୟ ତାଙ୍କ କର୍ମ ବହୁତ ନିଚ୍ଚ ହୋଇଥାଏ । ଯାହାଫଳରେ ଆମେ ତାଙ୍କ ପାଦ ଛୁଇଁବା ଦ୍ଵାରା ତାଙ୍କ ଭିତରେ ଥିବା ଖରାପ ଗୁଣ ଆମକୁ ପ୍ରଭାବିତ  କରିଥାଏ । ପ୍ରଥମ: ସବୁବେଳେ ମନେ ରଖିବେ ଯେଉଁ ମାନଙ୍କର କର୍ମ ନୀଚ ଅଟେ ତାଙ୍କ ପାଦ କେବେ ମଧ୍ୟ ଛୁଇଁବା ଉଚିତ ନୁହେଁ ।

ଏହାର ଅର୍ଥ ହୋଇଥାଏ କି ଆପଣ ତାଙ୍କ ସେହି ନିଚ୍ଚ କାର୍ଯ୍ୟର ପାଦ ସମାନ । ଦିତୀୟ: ବ୍ରାହ୍ମଣ ଏବଂ ଗୁରୁଙ୍କ ପାଦ ଛୁଇଁ ପ୍ରଣାମ କରିବା ଅନୁଚିତ । କାରଣ ଏମାନେ ଯଦି ଆପଣଙ୍କ ଉପରେ କ୍ରୋଧ କରନ୍ତି ତେବେ ଆପଣଙ୍କ ଆୟୁଷ ହାନି ହୋଇଥାଏ । ସବୁବେଳେ ଏମାନଙ୍କୁ ଆଦର ସହକାରେ ଭକ୍ତି କରନ୍ତୁ ଏବଂ ନମସ୍କାର କରନ୍ତୁ । ଏହା ଫଳରେ ଆପଣଙ୍କୁ ଜ୍ଞାନ ଓ ଭକ୍ତି ପ୍ରାପ୍ତ ହୋଇଥାଏ ।

ତୃତୀୟ; କୁଆଁରୀ ଝିଅ ଓ ବାଳକ ଭଗବାନଙ୍କ ସଦୃଶ ହୋଇଥାନ୍ତି । ତେଣୁ ଏମାନଙ୍କ ପାଦ କେବେ ମଧ୍ୟ ଛୁଇଁବେ ନାହିଁ । ଯେଉଁମାନେ ପୂଜନୀୟ ଶ୍ରଦ୍ଧାର ପାତ୍ର ହୋଇଥିବେ ତେବେ ସେମାନଙ୍କ ପାଦ ଛୁଇଁବା ଉଚିତ ହୋଇନଥାଏ । ଯଦି ବି ଆପଣ ପ୍ରଣାମ କରୁଛନ୍ତି ତେବେ ପାଦ ନ ଛୁଇଁ ଆପଣ ପାଦ ଠାରୁ ଟିକେ ଦୂରରେ ମାଟିକୁ ଛୁଇଁ ପ୍ରଣାମ କରିବା ଶୁଭ ହୋଇଥାଏ ।

ଆପଣ ଯଦି ପାଦ ଛୁଇଁବା ସମୟରେ ଏହି ଛୋଟ ଛୋଟ କଥାର ଧ୍ୟାନ ରଖନ୍ତି ତେବେ ଆପଣ ନିଜ ଜୀବନରେ ଲାଭ କରିବା ବଦଳରେ କ୍ଷତି ଆଡକୁ ଅଗ୍ରସର ହେବେ । ଆପଣ ଯେହେତୁ ପିଲାବେଳୁ ଏହି ଆଧାରରେ ପ୍ରଣାମ କରି ଆସୁଛନ୍ତି ତେଣୁ ଆପଣଙ୍କୁ ଏହା ଅବିଶ୍ଵାସନିୟ ଲାଗିପାରେ । କିନ୍ତୁ ଏହା ଶାସ୍ତ୍ର ଅନୁଯାୟୀ ନିରାଟ ସତ୍ୟ ଅଟେ ।

ତେଣୁ ଆପଣ ଏହିସବୁ କଥାର ପାଳନ ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ସେଶ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *