କାହିଁକି କୁହାଯାଏ ଭଗବାନ ଶିବଙ୍କୁ ମହାକାଳ ? Shiv Purana

ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଅଛୁ, ଏହା କି ଯେ ଭଗବାନ ଶିବ ହେଉଛନ୍ତି ଅପାର ଶକ୍ତିର ଭଣ୍ଡାର । ତାଙ୍କୁ ଭକ୍ତ ମାନେ ଅନେକ ନାମ ଯେମିତି କି ମହାଦେବ, ମହେଶ୍ଵର, ମହାକାଳ ଏହି ପରି ଅନେକ ନାମରେ ଡାକିଥାନ୍ତି । କଥାରେ ଅଛି ଯେଉଁ ମାନେ ଚାଣ୍ଡାଳ ସଦୃଶ କାମ କରିଥାନ୍ତି, ତାଙ୍କର ଅକାଳ ମୃତ୍ୟୁ ହୋଇଥାଏ ଏବଂ ଯେଉଁମାନେ ଭଗବାନ ଶିବଙ୍କ ଆରାଧନା କରି ପ୍ରଭୁଙ୍କର ଭକ୍ତ ହୋଇଯାଇଥାନ୍ତି, ସେହି ମାନଙ୍କ ବିପଦ ସମୟ ରେ ମହାକାଳ ପ୍ରଭୁ ଶିବ ତାଙ୍କର ରକ୍ଷା କରିଥାନ୍ତି । ଭକ୍ତ ଗୁହାରି ପ୍ରଭୁ ମହାଦେବ ସବୁବେଳେ ଶୁଣିଥାନ୍ତି ।

ସମସ୍ତ ଭକ୍ତଙ୍କର ମନସ୍କାମନା ପ୍ରଭୁ ଶିବ ପୂରଣ କରିଥାନ୍ତି । ମଧ୍ୟପ୍ରଦେଶ ରାଜ୍ୟର ଉଜ୍ଜେନ ସହର ଅବସ୍ଥିତ । ବହୁତ ବର୍ଷ ତଳର ପୌରାଣିକ କଥା ସେତେବେଳେ ଉଜ୍ଜେନ ସହର କୁ ଲୋକ ମାନେ ଅବନ୍ତିକାପୁରୀ ନାମରେ ଜାଣିଥିଲେ । ସେହିଠାରେ ଏକ ବିଦ୍ଵାନ ଏବଂ ତେଜସ୍ବୀ ବ୍ରାହ୍ମଣ ରହୁଥିଲା ଯାହାର ନାମ ବେଦ ପ୍ରିୟ । ସେହି ବ୍ରାହ୍ମଣ ଅନ୍ୟ ସବୁ ପଣ୍ଡିତ ମାନଙ୍କ ସହ ମିଶି ସବୁବେଳେ ଶିବ ପୂଜା ଆରାଧନାରେ ଲିପ୍ତ ରହୁଥିଲେ ।

ବ୍ୟଦିକ କର୍ମ, ନୀତି କାନ୍ତି ସମସ୍ତ ପୂଜା ପାଠରେ ନିଜକୁ ସେହି ବ୍ରାହ୍ମଣ ବ୍ୟସ୍ତ ରଖୁଥିଲେ । ରତ୍ନାମଲ ନାମକ ଏକ ପାହାଡ ଉପରେ ଭୂଷଣ ନାମରେ ଏକ ରାକ୍ଷସ ରହୁଥିଲା ଓ ସେ ଲୋକମାନଙ୍କୁ ବହୁତ ହଇରାଣ ମଧ୍ୟ କରୁଥିଲା । ଏକଦା ଥରେ ଭୂଷଣ ଅବନ୍ତିକାପୁରିରେ ପହଞ୍ଚିଗଲା । ବ୍ରାହ୍ମଣ ବେଦପ୍ରିୟ ଏବଂ ଅନ୍ୟ ସମସ୍ତ ଅବନ୍ତିକାପୁରୀର ଗ୍ରାମବାସୀ ମାନଙ୍କୁ ବହୁତ ହଇରାଣ କଲା । ରାକ୍ଷସକୁ ବ୍ରହ୍ମାଙ୍କ ଠାରୁ ବରଦାନ ପ୍ରାପ୍ତ ହୋଇଥିଲା ଏବଂ ସେହି ରାକ୍ଷସ ଚାହୁଁ ନଥିଲା ତା ଛଡା ଲୋକମାନେ ଅନ୍ୟ କେଉଁ ଦେବତାଙ୍କୁ ପୂଜା କରନ୍ତୁ ।

ବ୍ରହ୍ମାଙ୍କ ଠାରୁ ବରଦାନ ପାଇଥିବାରୁ ସେ ବହୁତ ଶକ୍ତିଶାଳୀ ଥିଲା । ନିଜ ଶକ୍ତିର ଅପବ୍ୟବହାର କରି ସବୁ ଲୋକଙ୍କୁ ବହୁତ ହିଁ ହଇରାଣ କରୁଥିଲା । କିନ୍ତୁ ସେହି ଗାଁର ବ୍ରାହ୍ମଣ ମାନେ ରାକ୍ଷସ ଡରରେ ଭୟଭୀତ ନ ହୋଇକି ଶିବ ପୂଜାରେ ଲୀନ ରହିଲେ । ଏହା ଦେଖି ରାକ୍ଷସ ମଧ୍ୟ ସେହି ଜାଗାକୁ ପଳେଇଆସିଲା ଏବଂ ବହୁତ ଜୋର କ୍ରୋଧ କରି ତାଙ୍କ ମାନଙ୍କୁ ମାରିବା ପାଇଁ ଅସ୍ତ୍ର ଉଠାଇଲା ।

ସେହି ସମୟରେ ଅଚାନକ ଭାବେ ଶିବଲିଙ୍ଗ ଥିବା ଜାଗାରେ ଏକ ବହୁତ ବଡ ଗାତ ସୃଷ୍ଟି ହୋଇଗଲା । ସେହି ଗାତରୁ ମହାଦେବ ଉଗ୍ର ରୂପ ଧାରଣ କରି ବାହାରକୁ ଆସିଲେ । ମହାଦେବ ଗାତରୁ ବାହାରି ପ୍ରକଟ ହେବା ସମୟରେ ନିଜର ଭୀଷଣ ହୁଙ୍କାରରେ ରାକ୍ଷସ ଭୂଷଣକୁ ନାସ କରିଦେଲେ । ଭଗବାନ ଶିବଙ୍କୁ ଦର୍ଶନ କରି ବ୍ରାହ୍ମଣ ମାନେ ଧନ୍ଯ ହେଲ ଏବଂ ସେହିଠାରେ ଶିବଙ୍କୁ ରହିଯିବାକୁ କହିଲେ ।

ଭକ୍ତଙ୍କ ଗୁହାରିରେ ଭଗବାନ ଶିବ ପ୍ରସନ୍ନ ହୋଇ ସେହି ଜାଗାରେ ଜ୍ୟୋତ୍ରୀଲୀଙ୍ଗ ହୋଇ ରହିଗଲେ । ବିଶ୍ବଦରବାରରେ ଲୋକମାନେ ସମସ୍ତେ ଶିବଙ୍କୁ ମହାକାଳ ରୂପେ ଜାଣିଲେ । ସେହିଦିନ ଠାରୁ ପ୍ରଭୁ ଶିବ ମହାକାଳ ଭାବେ ବିଖ୍ୟାତ ହୋଇଗଲ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ ଦ୍ଵାରା ଆମକୁ ଜଣାଇବେ ।

Leave a Reply

Your email address will not be published. Required fields are marked *