ଘରେ କିପରି ଏବଂ କେଉଁଠି ରଖିଲେ କଇଁଛ ହୋଇଥାଏ ଧନର ବର୍ଷା! ଦେଖନ୍ତୁ Vaastu Tips

ବନ୍ଧୁଗଣ ଧର୍ମ ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି । କାରଣ ଭଗବାନ ବିଶୁଣୁଙ୍କ ଅବତାର କଇଁଛ ଅଟେ । ଯେଉଁ ଘରେ କଇଁଛ ରହିଥାଏ ସେଠାରେ ଭଗବାନ ବିଶୁଣୁଙ୍କ ସହ ମା ଲକ୍ଷ୍ମୀଙ୍କ ଅପାର କୃପା ମିଳିଥାଏ । ଆଜି ଆମେ ଜାଣିବା କଇଁଛ ବା କଇଁଛ ପ୍ରତିମା ଘରେ ରଖିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ । କଇଁଛ କୁ କେଉଁଠି ରଖିଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ ମଧ୍ୟ କହିବୁ ।

ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ କଇଁଛ ବା ତାର ପ୍ରତିମା ଘରକୁ ଆଣିବା ଉଚିତ । କଇଁଛ ଯେଉଁ ଧାତୁର ହେଉ ନା କାହିଁକି ରଖିବାର ଦିଗ ହେଉଛି ଉତ୍ତର ଦିଗ ବା ଐଶାନ୍ୟ କୋଣ । ଘରେ, ଅଫିସ, ଦୋକାନରେ ଉତ୍ତର-ପୂର୍ବ ବା ଉତ୍ତର କୋଣରେ ରଖିବା ଉଚିତ । କଇଁଛ ରଖୁଥିବା ପାତ୍ରରେ ପାଣିକୁ ପ୍ରତିଦିନ ବଦଳାଇବା ଉଚିତ । କଇଁଛ ଯେପରି ଅଧା ବୁଡିକି ରହିବ ସେହିପରି ପାତ୍ରଟି ନେବା ଉଚିତ ହୋଇଥାଏ । ଯେଉଁ ପାଣିରେ ରଖିବେ ସେଥିରେ ଗଙ୍ଗାଜଳ ମିଶିବା ଉଚିତ ।

ବେଡ ରୁମରେ ରଖୁଥିବା କଇଁଛକୁ ଶୁଖିଲା ରଖିଲେ ଲାଭ ମିଳିଥାଏ । କଇଁଛକୁ ପ୍ରଥମ ଦିନରେ ଆଣିବା ପରେ ଗଙ୍ଗାଜଳରେ ଧୋଇ ଦୀପ ଧୂପ ଦେଇ ରଖିବା ଉଚିତ । ବାସ୍ତୁ ଅନୁଯାୟୀ ଘରେ କଇଁଛ ରଖିବା ଦ୍ଵାରା ଘରର ସବୁ ସଦସ୍ୟଙ୍କର ଆୟୁଷ ବୃଦ୍ଧି ପାଇଥାଏ ଓ ସୌଭାଗ୍ୟ ବୃଦ୍ଧି ହୁଏ । ତେଣୁ ଘରେ, ଅଫିସ, ଦୋକାନରେ ଏହା ରହିବା ଲାଭଦାୟକ ହୋଇଥାଏ । ଏବେ ଆସନ୍ତୁ ଜାଣିବା କେଉଁ ଧାତୁର କଇଁଛ ଘର, ଦୋକାନ ଓ ଅଫିସ ପାଇଁ ସଠିକ ହୋଇଥାଏ ଏବଂ କେଉଁ କଇଁଛ କେଉଁ ଫଳ ଦେଇଥାଏ ।

୧- ଯେଉଁ ମାନଙ୍କର ସନ୍ତାନ ହେଉ ନାହି ବା ବିଳମ୍ବ ହେଉଛି ସେମାନେ ଘରର ସୟନ କକ୍ଷରେ ଛୁଆ କଇଁଛ ଥିବା ମୂର୍ତ୍ତିକୁ ରଖିବା ଉଚିତ । ଏମିତି କରିଲେ ସନ୍ତାନ ପ୍ରାପ୍ତି ପାଇଁ ଶ୍ରେଷ୍ଠ ହୋଇଥାଏ ।

୨- ଯେଉଁ ବ୍ୟକ୍ତି ଧନର ସମସ୍ଯା ଲାଗି ରହୁଥାଏ ସେମାନେ କ୍ରିଷ୍ଟାଲ ଧାତୁର କଇଁଛ ବଏଲ ଦେଇ ଘରେ ବା ସିନ୍ଧୁକ ଉପରେ ରଖିପାରିବେ । ଏହା ଦ୍ଵାରା ଧନ, ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

୩- ବ୍ୟବସାୟ ବା ଅଫିସରେ ଲଗାତାର କ୍ଷତି ହେଉଥିଲେ ଯାହା ଦୂର କରି ଉନ୍ନତି କରିବା ପାଇଁ ମେଣ୍ଟାନ କଇଁଛ ରଖିବା ଦ୍ଵାରା ସବୁ ଧନ ଜନିତ ସମସ୍ଯା ଦୂର ହୁଏ । ସବୁ କରଜରୁ ମୁକ୍ତି ମିଳିଥାଏ ।

୪- ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ ପରିବାର ଲୋକେ ରୋଗାଗ୍ରସ୍ତ ହେଉଥାନ୍ତି ତେବେ ଏଥିରୁ ରକ୍ଷା ପାଇବାକୁ ଘରେ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ ।

୫- ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ରୂପା ପାତ୍ରରେ ରୂପା କଇଁଛ ପାଣିରେ ରଖିଲେ ଅନେକ ଲାଭ ମିଳିଥାଏ । ଏପରି ରଖିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *