ତକିଆ ତଳେ ଏକଟଙ୍କା ରଖି ଶୋଇବା ଦ୍ଵାରା କେଉଁ ଲାଭ ପ୍ରାପ୍ତ ହୋଇଥାଏ… Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ନୀତିଦିନିଆ କାମରେ ଲାଗିପାରିବ । ଏହି ସବୁ ଅନୁଚିନ୍ତା ଗୁଡିକ ଜୀବନର ପ୍ରତିଟି ମୁହୁର୍ତ୍ତରେ କାମରେ ଆସିଥାଏ । ୧- ବାସ୍ତୁ ଅନୁଯାୟୀ ଶୋଇବା ସମୟରେ ଉତ୍ତର ଦିଗକୁ ମୁଣ୍ଡ କରି ସୋଇଲେ ଏହା ଦ୍ଵାରା ନିଦ୍ରା ହୀନତା, ମାନସିକ ରୋଗ ଦେଖାଯାଏ ।

୨- ପୂର୍ବ ଦିଗକୁ ଶୋଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ଓ ଏକାଗ୍ରତା ବୃଦ୍ଧି ହୁଏ । ଦକ୍ଷିଣ ଦିଗ ଯମଙ୍କ ଦିଗ ହୋଇଥାଏ । ଏହି ଦିଗରେ ସୋଇଲେ ମାନସିକ ଚାପ କମ ହେବା ସହ ରକ୍ତଚାପ ଦୂର ହୁଏ ।

୩- ବାସ୍ତୁ ଅନୁଯାୟୀ ଅବିବାହିତ ଝିଅମାନେ ଉତ୍ତର-ପଶ୍ଚିମ କୋଣରେ ବା ବାୟବ କୋଣରେ ସୋଇଲେ ବିବାହ ଯୋଗ ଜଲ୍ଦି ପ୍ରାପ୍ତ ହୁଏ ।

୪- ଶୋଇବା ଘରେ ପ୍ଲାଷ୍ଟିକ ଫୁଲ ବ ଗଛ ରଖିବା ଅନୁହିତ । ଏହା ଦ୍ଵାରା ଦାରିଦ୍ରତା  ଦୂର ହୁଏ । ଘର କୋଣରେ କେବେବି ଶୋଇବା ଉଚିତ ନୁହେଁ । ଖଟର ବାମରେ ସ୍ଵାମୀ ଓ ଦକ୍ଷିଣରେ ସ୍ତ୍ରୀ ଶୋଇବା ଶୁଭ ହୋଇଥାଏ ।

୫- ଲୁହାରେ ତିଆରି ଖଟରେ ଶୋଇବା ଅନୁଚିତ ବା କୌଣସି ବିମ ତଳେ ଖଟ ପକାଇବା ଉଚିତ ନୁହେଁ । ଏହା ଦ୍ଵାରା ରୋଗାଗ୍ରସ୍ତ ହୋଇଥାଏ ।

୬- ଶୋଇବା ସମୟରେ ପାଣି ବୋତଲ ମୁଣ୍ଡ ଉପରେ ରଖିଲେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ମାନସିକ ଚିନ୍ତା ବୃଦ୍ଧି ହୁଏ । ମୁଣ୍ଡ ପାଖରେ ବହି ରଖିକି ସୋଇଲେ ବୁଧ ଗ୍ରହଙ୍କ ଖରାପ ପ୍ରଭାବ ପଡିଥାଏ ।

୭- ଶୋଇବା ସମୟରେ ମୁଣ୍ଡ ପାଖରେ କେବେବି ମୋବାଇଲ ରଖିବା ଅନୁଚିତ । ଏହା ଦ୍ଵାରା ମସ୍ତିସ୍କ କ୍ଷତିଗ୍ରସ୍ତ ହେବା ସହ କ୍ୟାନ୍ସର ଭଳି ସମସ୍ୟାର ସମ୍ଭାବନା ଥାଏ ।

୮- ମଙ୍ଗଳବାର ରାତିରେ ମୁଗ ସବୁଜ ରଙ୍ଗର କପଡାରେ ବାନ୍ଧି ତକିଆ ତଳେ ରଖିକୁ ସକାଳୁ କୌଣସି କନ୍ୟାଙ୍କୁ ଦେବା ଦ୍ଵାରା ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ପର୍କ ମଧୁର ହୋଇଥାଏ ।

୯- ରାତିରେ ତମ୍ବା ପାତ୍ରରେ ଜଳ ରଖି ସକାଳୁ ସେହି ପାଣିରେ ମୁଖ ଧୋଇଲେ ଭଲ ହୋଇଥାଏ । ତକିଆ ତଳେ ଲୁହାର ଚାବି ରଖିକି ସୋଇଲେ ଶନି-ରାହୁ-କେତୁ ଙ୍କ ଖରାପ ପ୍ରଭାବ ଦୂର ହୋଇଥାଏ ।

୧୦- ଛୋଟ ପିଲାଙ୍କୁ କେବେ ବି ତକିଆରେ ଶୁଆଇବା ଉଚିତ ନୁହେଁ । ଏହା ଦ୍ଵାରା ଶ୍ଵାସନଳୀ ମୋଡି ହେବାର ସମ୍ଭାବନା ଥାଏ ।

୧୧- ରାତିରେ ନିଦ ହେଉ ନ ଥିଲେ ତକିଆ ତଳେ ରସୁଣ ପାଖୁଡା ରଖିବା ଦ୍ଵାରା ଭଲ ନିଦ ହୋଇଥାଏ । ଶୋଇବା ସମୟରେ ଖରାପ ସ୍ଵପ୍ନ ଆସୁଥାଏ ତେବେ ତକିଆ ତଳେ ରସୁଣ ରଖିବା ଉଚିତ ।

୧୨- ତକିଆ ତଳେ ରସୁଣ ରଖିକି ଶୋଇବା ଦ୍ଵାରା ଥଣ୍ଡା, ଜ୍ଵର ହୋଇନ ଥାଏ । ଶରୀରକୁ ଭୂତାଣୁ ଜନିତ ସମସ୍ଯା ହୁଏ ନାହି । ଶୋଇବା ସମୟରେ ଖଟରେ ଗୋଟେ ଗଦି ପକାଇବା ଉଚିତ ।

୧୩- ତକିଆ ତଳେ ଗୋଟିଏ ଏକ ଟଙ୍କିଆ ମୁଦ୍ରା ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହେବା ସହ ସୋଇଥିବା ଭାଗ୍ୟ ଜାଗୃତ ହେବ ସହ ଧନ ଲାଭ ହୁଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *