ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇ ଆସିଛୁ ଯାହା ଆପଣଙ୍କ କାମରେ ଆସିବ । ଏବଂ ଆପଣଙ୍କର ଜ୍ଞାନରେ ନିଶ୍ଚୟ କିଛି ବୃଦ୍ଧି ହେବ । ଏହି ସବୁ ପ୍ରଶ୍ନ ଆଗରୁ କେବେ ଜାଣିନଥିବେ । ନିଶ୍ଚିନ୍ତ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ତେବେ ଆସନ୍ତୁ ଏବେ ଜାଣିବା ସେହି ସବୁ ମଜାଦାର ପ୍ରଶ୍ନର ଉତ୍ତର ।
(୧) ମୁଣ୍ଡରେ ମୋର ପଥର ପେଟରେ ମୋର ଆଙ୍ଗୁଳି କୁହ ମୁଁ କିଏ ? ଉତ୍ତର: ମୁଦି (୨) ଆଗରେ ଆସେ ନା ମୂଳରେ ଆସେ ନା ଆସେ ମୁଁ ମଝା ମଝିରେ ଆସେ ଛୋଟ ବେଳେ ମୁହଁ ସାରା ନିଶ ବୁଢା ହେଲେ ଝଡିଯାଏ ? ଉତ୍ତର: ମକା (୩) ଛୋଟ ବଡ ମତେ ଆଦର କରନ୍ତି ଖାଆନ୍ତି ମତେ ପୋଷାକ ଉତାରି ? ଉତ୍ତର: ପାଚିଲା କଦଳୀ (୪) ପ୍ରଥମେ ଗଡିଲା ଭଗବାନ ମତେ ପରେ ଗଢିଲା ମଣିଷ ମତେ ନେବା ଆଣିବାର ବ୍ୟବହାର କଲ ମତେ ଅନ୍ୟ ଜଣେ ଟାଣି ନିଏ । ଉତ୍ତର: ଶଗଡ ଗାଡି
(୫) କଳା କଳା ମାଆ, ନାଲି ନାଲି ଛୁଆ ଛୁଆ ଯୁଆଡେ ଯାଆନ୍ତି ମା ସିଆଡେ ଯାଏ ? ଉତ୍ତର: ରେଳ ଗାଡି (୬) ଆଖି ଛୋଟ ଛୋଟ କାନ ବଡ ନରମ ଦେହକୁ ଅତି ସୁନ୍ଦର ଧରା ଦିଏ ସେ ଅତି ସହଜେ ଭାବନି ତାକୁ ଅତି ଦୁର୍ବଳ ? ଉତ୍ତର: ଠେକୁଆ (୮) ଜଣେ ରାଜାକୁ ଚାରିଜଣ ରାଣୀ କାମ କରନ୍ତି ମିଳି ମିଶି ସେ ରାଜା ରାଣୀ କିଏ ? ଉତ୍ତର: ହାତ ଆଙ୍ଗୁଠି (୯) ଗୋଟିଏ ବିଛଣାରେ ଦୁଇ ସଙ୍ଗାତ ଯାଆନ୍ତି ଜୁଆଡେ ଏକା ସଙ୍ଗକେ ସେ ଦୁଇ ସଙ୍ଗାତ କିଏ କି ? ଉତ୍ତର: ଗନଥା ତକିଆ
(୧୦) କାଠର ବାଛୁରି ପଥର ଗାଈ ଯେତେ ଦୁହୁଥିଲେ ପହ୍ନଉଥାଇ ? ଉତ୍ତର: ଚନ୍ଦନ କାଠ ପେଡି (୧୧) ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁପଡେ ? ଉତ୍ତର: ବାଷ୍ପ (୧୨) କଞ୍ଚା ହଳଦିଆ, ପାଚିଲେ କଳା ନକହି ପାରିଲେ ରାଜ୍ୟରୁ ପଳା ? ଖଜୁରୀ କୋଳି (୧୩) ହଳିଥାଏ କିନ୍ତୁ ଗଛ ନୁହେଁ । ଚାଲିଥାଏ କିନ୍ତୁ ଗାଡି ନୁହେଁ ଟିକି ଟିକି କରେ କିନ୍ତୁ ଘଡି ନୁହେଁ । ସେଇଟା କଣ ? ଉତ୍ତର: ଟାଇପ ମେସିନ
(୧୪) ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ସାଳେ ? ଉତ୍ତର: ଲୁଣ (୧୫) ଛପା ହୋଇନଥିଲେ ବି ସେ ବହି, ସେଇଟା କେଉଁ ବହି ? ଉତ୍ତର: ଫେସବୁକ (୧୬) ସେଇଟା କେଉଁ ଜିନିଷ ଯାହାକୁ ବ୍ୟବହାର କରିବା ପାଇଁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ? ଉତ୍ତର: ଅଣ୍ଡା
(୧୭) ଏମିତି ବାଘ ଛାଡେନି ଘର – ଖାଏନି ମଣିଷ ପିଏସେ କ୍ଷୀର, ମା ନଦେଖିଲେ ମାଉସୀ ଦେଖାଲୋ କୁକୁରକୁ ତାର ପ୍ରବଳ ଡର ? ଉତ୍ତର: ବିଲେଇ (୧୮) ଗାତରେ କରଇ ଘର, ମୁହଁରେ ତାର ନିଶ ଯାହାଘରେ ପଶେ, କରେ ତାର ସର୍ବନାଶ ? ଉତ୍ତର: ମୂଷା ଆପଣମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।