ମୃତ୍ୟୁ ପରେ କଣ ହୋଇଥାଏ ? Garuda Purana

ନମସ୍କାର ବନ୍ଧୁଗଣ, ସଂସାରରେ ଜନ୍ମ ନେଇଛେ ମାନେ ମୃତୁ ସୁନିଶ୍ଚିନ୍ତ । ସମସ୍ତେ ଜୀବିତ ଅବସ୍ଥାରେ ନିଶ୍ଚୟ ଭାବନ୍ତି କି ମୃତୁ ପରେ କଣ ଘଟିଥାଏ । ଏହା ଜାଣିବା ପାଇଁ ସମସ୍ତେ ଆଗ୍ରହ ଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ମୃତୁ ପରେ ବା ଶରୀରରୁ ଆତ୍ମାର ଗତି ପରେ ଘଟିଥାଏ ସେହି ଆତ୍ମା ସହ ଚାଲନ୍ତୁ ଆଜି ଜାଣିବା । ଏହା ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ନିଶ୍ଚୟ କିନ୍ତୁ ଏହା ସତ୍ୟ ଅଟେ । ଗୋଟିଏ ଆତ୍ମା କୁ ଯମ ଦେବ ତା ପାପ ପୂଣ୍ୟ ହିସାବରେ କେଉଁ ଦଣ୍ଡ ଦିଅନ୍ତି ଜାଣନ୍ତୁ ।

ଗରୁଡ ପୁରାଣ ଅନୁସାରେ ମୃତୁ ପୂର୍ବରୁ ମନୁଷ୍ୟର କଥା କହିବା ଶକ୍ତି ହରେଇବସେ । ସମସ୍ତ ଇନ୍ଦ୍ରିୟ ଶିଥିଳ ପଡିଯାଏ । ଅନ୍ତିମ ସମୟ ଆସିଲେ ପରମ ଆତ୍ମାଙ୍କ ଠାରୁ ତାଙ୍କୁ ଦିବ୍ୟ ଦ୍ରୁଷ୍ଟି ମିଳିଥାଏ । ଯାହା ଫଳରେ ସେ ସମସ୍ତ ସଂସାର କୁ ଏକ ପ୍ରକାର ଦେଖିଥାଏ । ଏହି ପୁରାଣରେ କୁହା ଯାଇଛି ମୃତୁ ସମୟରେ ଦୁଇଜଣ ଯମଦୂତ ଆସନ୍ତି । ଯେଉଁମାନେ ଅତ୍ୟନ୍ତ ଭୟଙ୍କର ଦେଖାଯାନ୍ତି ।

ସେମାନେ ମାରିବାକୁ ଯାଉଥିବା ବ୍ୟକ୍ତି ସହ ସେହିଭଳି ବ୍ୟବହାର କରନ୍ତି ଯାହା ସେ ଅନ୍ୟମାନଙ୍କ ସହ କରିଥିଲା । ଯମଦୂତ ମାନେ ତା ଗଳାରେ ଜଞ୍ଜିର ବାନ୍ଧି ଯମଲୋକକୁ ନେଇଯାନ୍ତି । ମୃତୁ ଲୋକର ରାସ୍ତା ଅନ୍ଧାର ଓ ଗରମ ହୋଇଥାଏ । ଯମଲୋକରେ ପହଞ୍ଚିବା ପରେ ପାପୀ ଆତ୍ମାଙ୍କୁ ବହୁତ କଷ୍ଟ ଦିଆଯାଏ । ଏହାପରେ ଧର୍ମ ରାଜ ଯୁଧିଷ୍ଟିରଙ୍କ ଆଦେଶରେ ଘର ପରିବାର ପୂର୍ତ୍ତି ହେତୁ ୧୩ ଦିନ ପର୍ଯ୍ୟନ୍ତ ଆକାଶ ମାର୍ଗରେ ଘରକୁ ଛଡାଯାଏ ।

ଏବଂ ଏହା ପରେ ସେହି ଆତ୍ମା ନିଜ ଶରୀରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାଏ । କିନ୍ତୁ ଯମଦୂତଙ୍କ ପାଖରୁ ମୁକ୍ତ ହୋଇପାରେ ନାହି । ଯେଉଁ ପର୍ଯ୍ୟନ୍ତ ତା ପ୍ରିୟଜନ ବା ତା ପୁତ୍ର ମାନେ ପିଣ୍ଡ ଦାନ କରିନଥାନ୍ତି ସେହି ପର୍ଯ୍ୟନ୍ତ ସେହି ଆତ୍ମା ଭୋକ ଉପାସରେ ବୁଲୁଥାଏ । ଦଶ ଦିନ କରାଯାଉଥିବା ପିଣ୍ଡ ଦାନରୁ ସେହି ଆତ୍ମାକୁ ଚାଲିବା ପାଇଁ ଶକ୍ତି ମିଳିଥାଏ । ତେଣୁ ହିନ୍ଦୁଧର୍ମରେ ପିଣ୍ଡଦାନ କରିବା ନିୟମ ରହିଛି

। ଏହାପରେ ମୃତୁର ୧୩ ଦିନ ପରେ ଯମ ଦୁତ ପୁଣି ତାକୁ ବନ୍ଦୀ କରି ନେଇଯାନ୍ତି । ତାପରେ ଯମ ଲୋକ ଯାତ୍ରାରେ ୩ ପ୍ରକାର ମାର୍ଗ ଆତ୍ମା ମିଳେ ସେହି ଆତ୍ମାକୁ । ଗୋଟିଏ ମାର୍ଗରେ ଦେବଲୋକ ଓ ବ୍ରହ୍ମଲୋକ ଯାତ୍ରା ପାଇଁ ହୋଇଥାଏ । ଏହାକୁ ଶ୍ରେଷ୍ଠ ମାର୍ଗ ବୋଲି କୁହାଯାଏ । ଏବଂ ଅନ୍ୟ ମାର୍ଗଟି ପିତୃଲୋକ ଯାତ୍ରା ପାଇଁ ହୋଇଥାଏ । ଶେଷ ମାର୍ଗଟି ନର୍କ ଯାତ୍ରା ପାଇଁ ହୋଇଥାଏ । ଏବଂ ଏହାକୁ ସବୁଠୁ ଖରାପ ମାର୍ଗ କୁହାଯାଏ ।

ଏବଂ ଯମରାଜ ଚିତ୍ର ଗୁପ୍ତ ଠାରୁ ସେହି ବ୍ୟକ୍ତିର ପାପ ପୂଣ୍ୟ ଶୁଣିଲା ପରେ କୁହନ୍ତି କେଉଁ ନର୍କକୁ ପଠାଯିବ ସେହି ଆତ୍ମାକୁ ତାହା ଆଦେଶ ଦିଅନ୍ତି । ୩୬ ପ୍ରକାର ନର୍କର ରହିଛି । ଏବଂ ସେସବୁଠାରେ ଅନ୍ତ୍ୟନ୍ତ ଭୟଙ୍କର ଭାବେ ସେମାନଙ୍କ ଅତ୍ୟାଚାର କରାଯାଏ । ଯଦି ଆପଣ ମାନଙ୍କୁ ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *