କେଉଁ ବାରରେ ଜନ୍ମ ହେଲେ କଣ ରହିଥାଏ ଲକ୍ଷଣ, ଜାଣିବା ପାଇଁ ଦେଖନ୍ତୁ – Ajira Anuchinta

ନମସ୍କାର ବନ୍ଧୁଗଣ, କୌଣସି ବ୍ୟକ୍ତିର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିର ଜନ୍ମ ତାରିଖ, ବାର ଓ ସମୟ ଜାଣିବା ବହୁତ ମହତ୍ୱପୂର୍ଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ସପ୍ତାହର ପ୍ରତି ବାରର ମହତ୍ଵ କଣ ରହିଛି । ଏବଂ ସେହିଦିନ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ଉପରେ ତାହାର କଣ ମହତ୍ଵ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମେ ଜାଣନ୍ତୁ ଦିନ ଓ ତାର ଜୋତିଶ ଶାସ୍ତ୍ର ମହତ୍ଵ ବିଷୟରେ, ସୂର୍ଯ୍ୟ ରବିବାରର ସ୍ଵାମୀ ଅଟନ୍ତି । ଚନ୍ଦ୍ର ସୋମବାରର ସ୍ଵାମୀ ଅଟନ୍ତି ।

ମଙ୍ଗଳ ଗ୍ରହ ମଙ୍ଗଳ ବାରର ସ୍ଵାମୀ ଅଟନ୍ତି । ଏବଂ ବୁଧ ଗ୍ରହ ବୁଧବାରର ସ୍ଵାମୀ ଅଟନ୍ତି । ବୃହସ୍ପତି ଗୁରୁବାର ସ୍ଵାମୀ ଅଟନ୍ତି । ଶୁକ୍ର ଗ୍ରହ ଶୁକ୍ରବାରର ସ୍ଵାମୀ ଅଟନ୍ତି । ଏବଂ ସାନି ଗ୍ରହ ଶନିବାରକୁ ପ୍ରଭାବିତ କରିଥାନ୍ତି । ଏବେ ଜାଣନ୍ତୁ ସମସ୍ତ ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ।

ସୋମବାର: ଯେଉଁ ଲୋକ ଏହି ଦିନ ଜନ୍ମ ହୋଇଥାନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆତ୍ମ ପ୍ରେରିତ ହୋଇଥାନ୍ତି । ଏମାନେ ନିଜ ଖୁସି ଓ ଦୁଖକୁ ବହୁତ ଭଲ ଭାବରେ ସମ୍ଭାଳି ପାରନ୍ତି । ମଙ୍ଗଳବାର: ଏହି ବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ଟିକେ ରାଗି ସ୍ଵଭାବର ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଭଲ ସମୟରେ ମଧ୍ୟ ନିଜ ଲୋକଙ୍କଠାରୁ ଦୂରକୁ ଯିବାକୁ ପଡିଥାଏ ।

ବୁଧବାର: ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ରୁଚି ଧାର୍ମିକ ବା ଆଧ୍ୟାତ୍ମିକ ଦିଗ ଆଡକୁ ଗତି କରେ । ଭଗବାନଙ୍କ ଶକ୍ତି ଉପରେ ଭରସା ରଖିବା କାରଣରୁ ଏମାନେ ସବୁବେଳେ ମାଟି ସହିତ ଯୋଡି ହୋଇ ରହିଥାନ୍ତି । ଗୁରୁବାର: ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ କଠିନରୁ କଠିନ ପରିସ୍ଥିତିକୁ ମଧ୍ୟ ଭଲ ଭାବେ ପାର କରିଦିଅନ୍ତି ।

ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ରୁହେ । ଶୁକ୍ରବାର: ଏହି ବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଭଲ ହୃଦୟ, ଖୁସି ମନ ସ୍ଵଭାବ କାରଣରୁ ତାଙ୍କୁ ଭିଡ ଭିତରେ ମଧ୍ୟ ଖୋଜି ପାଇବେ । ଶନିବାର: ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ରୁଚି କୃଷି,ବ୍ୟବସାୟରେ ରହିଥାଏ । ରବିବାର: ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ପ୍ରଭାବଶାଳି ହୋଇଥାନ୍ତି । ଏମାନେ ସବୁ କାମରେ ଆଗରେ ରହିଥାନ୍ତି ।

ଭାଗ୍ୟ ସବୁବେଳେ ଏମାନଙ୍କ ସାଥ ଦେଇଥାଏ । ଏହା ଥିଲା ସମସ୍ତ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷଙ୍କ ସ୍ଵଭାବ । ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *