କଳିଯୁଗର 5ଟି ସତ୍ୟ, ଜାଣିଲେ ଖରାପ ହୋଇଯିବ ମୁଣ୍ଡ ! ନିଶ୍ଚୟ ଦେଖନ୍ତୁ- Krishna Vani

ନମସ୍କାର ବନ୍ଧୁଗଣ, କଳିଯୁଗକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ଭୟ ରହିଛି । କାରଣ ୬୦୦ ବର୍ଷ ପୂର୍ବରୁ ହିଁ କଳିଯୁଗ ଧ୍ଵଂସର ବର୍ଣନା କରାଯାଇଛି । ମହାଭାରତ କାଳରୁ ହିଁ ଶ୍ରୀକୃଷ୍ଣ କହିଥିଲେ କଳିଯୁଗ କିପରି ରହିବ । ଲୋକମାନେ କିଭଳି ହେବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଭଗବାନ କୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା କଳିଯୁଗର ୫ଟି ସତ୍ୟ ବିଷୟରେ ଯାହା ହୁଏତ ଆଗରୁ ଆପଣମାନଙ୍କୁ ଜଣା ନଥିବ ।

ମହାଭାରତ ସମୟରେ ପଞ୍ଚୁପାଣ୍ଡବ କଳିଯୁଗ ବିଷୟରେ ଜାଣିବା ପାଇଁ ନିଜ ମନରେ ଇଚ୍ଛା ପ୍ରକାଶ କରିଥିଲେ । ତେଣୁ ଥରେ ସେମାନେ କୃଷ୍ଣଙ୍କୁ ପଚାରିଲେ କି କଳିଯୁଗରେ ଲୋକମାନେ କିପରି ହେବେ । ତାଙ୍କ ଆଚାର ବ୍ୟବହାର ବିଚାର କିଭଳି ରହିବ ଏବଂ ଲୋକମାନେ ଏଥିରୁ କିପରି ମୁକ୍ତି ପାଇବେ । ଏହାପରେ କୃଷ୍ଣ ପଞ୍ଚୁ ପାଣ୍ଡବଙ୍କୁ ବଣକୁ ଯିବା ପାଇଁ ନିର୍ଦେଶ ଦେଲେ । ଆଉ କହିଲେ ଜଙ୍ଗଲରେ ତୁମ ନଜରରେ ପ୍ରଥମେ ଯାହା ପଡିବ ତାହା ଆସି ମତେ କହିବ । ଯୁଧିଷ୍ଠିର ଜଙ୍ଗଲରେ ହାତୀ ଦେଖି ଆସି କୃଷ୍ଣଙ୍କୁ କହିଲେ ।

ଏହା ପରେ କୃଷ୍ଣ କହିଲେ କଳିଯୁଗରେ ଲୋକ କହିବେ ଗୋଟିଏ କଥା ଆଉ କରିବେ ଆଉ ଗୋଟିଏ କଥା । ଭୀମ ଏକ ଗାଈକୁ ଦେଖିଲେ । ଯିଏ ତା ଛୁଆକୁ ଏମିତି ଚାଟୁଥିଲା କି ତାହାର ରକ୍ତ ବାହାରି ଆସୁଥିଲା । କୃଷ୍ଣ ଏହା ଶୁଣି କହିଲେ କଳିଯୁଗରେ ନିଜ ପିଲାକୁ ଏପରି ଭଲ ପାଇବେ କି ତାଙ୍କ ଆଖି ଆଗରୁ କୁଆଡେ ଯିବାକୁ ଦେବେ ନାହିଁ । ଏହାଫଳରେ ସେମାନେ ନିଜ ଜୀବନରେ ବିକାଶ କରିପାରିବେ ନାହିଁ । ଅନ୍ୟକାହାର ପୁଅ ସାଧୁ ହେଲେ ଖୁସି ହୋଇ ଦର୍ଶନ କରିବେ । କିନ୍ତୁ ନିଜ ପୁଅ ଯଦି ସେହି ରାସ୍ତା ବଛେ ତେବେ ଦୁଖରେ ଭାଙ୍ଗିପଡିବେ ।

ଅର୍ଜୁନ ଏକ ପକ୍ଷୀକୁ ଦେଖିଲେ ଯାହା ପରରେ ବେଦ ଲେଖା ହୋଇଥିଲା କିନ୍ତୁ ସିଏ ମଣିଷ ମାଂସ ଖାଉଥିଲା । ଏହା ଶୁଣି ଭଗବାନ କୃଷ୍ଣ କହିଲେ କଳିଯୁଗରେ ଲୋକ ସବୁବେଳେ ଭବିବେ ଅନ୍ୟର ମୃତୁ ଆଗ ହେଉ ଏବଂ ତାଙ୍କ ସମ୍ପତି ଆମର ହେଇଯାଉ । ଯେତେ ସାଧୁ ଦେଖେଇ ହେଲେ ମଧ୍ୟ ଭିତରୁ ପରଧନ ଲୁଟିବା କଥା ସବୁବେଳେ ଭବିବେ ।

ନକୁଳ ଦେଖିଲେ ଗୋଟିଏ ବଡ ପଥର ସାମାନ୍ଯ ଏକ ଛୋଟ ପଥରରେ ମାଡ ହୋଇ ଅଟାକି ଗଲା । ଏହାପରେ କୃଷ୍ଣ କହିଲେ କଳିଯୁଗରେ ଯେତେ ବିଦ୍ଵାନ ହେଲେ ମଧ୍ୟ ମଣିଷର ଅନ୍ତ ଘଟିବ କିନ୍ତୁ ପଇସା କାମରେ ନଆସି ସାମାନ୍ୟ ହରିନାମରେ ମୁକ୍ତି ମିଳିବ । ସହଦେବ ଏକ ବହୁତ ଗଭୀର ଥିବା କୁଅ ଦେଖିଲେ । କିନ୍ତୁ ସେଥିରେ ପାଣି ନଥିଲା ।

ଏହା ଶୁଣି କୃଷ୍ଣ ଉତ୍ତର ଦେଲେ କଳିଯୁଗରେ ନିଜ ମାନ ସମ୍ମାନ ରଖିବା ପାଇଁ ଦରକାର ଠାରୁ ଅଧିକ ପଇସା ଖର୍ଚ କରି ବାହାଘର କରିବେ । କିନ୍ତୁ ଗୋଟିଏ ଭୋକିଲା ଅସହାୟକୁ କେବେ ମଧ୍ୟ ସହାୟ ହେବେ ନାହିଁ । ଏହାଥିଲା ସେହି ୫ଟି ସତ୍ୟ ଘଟଣା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *