କେମିତି କମିବ ପେଟ ? ଦେଖନ୍ତୁ କଣ କହୁଛନ୍ତି Dr. Mousumi Mishra

ନମସ୍କାର ବନ୍ଧୁଗଣ, ଆଜିର ଏହି ଆଧିନିକ ଯୁଗରେ ଷ୍ଟାଇଲିଶ ଦେଖା ଯିବାର ନିଶା ସମସ୍ତଙ୍କୁ ଘାରିଛି । ତେଣୁ ସମସ୍ତେ ନିଜ ଦେହକୁ ଫିଟ ରଖିବା ପାଇଁ ବହୁତ କିଛି କରୁଛନ୍ତି । ଜିମ ଜଏନ କରି ଏକ୍ସରସାଇଜ କରୁଛନ୍ତି ଏବଂ ନିଜ ଖାଇବାରେ କଣ୍ଟ୍ରୋଲ ରଖୁଛନ୍ତି । କିନ୍ତୁ କିଛି ବି ଲାଭ ମିଳୁନାହିଁ । ତେବେ ଯଦି ଆପଣ ନିଜ ପେଟ କମାଇବାକୁ ଚାହୁଛନ୍ତି ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢନ୍ତୁ । କାରଣ ଆଜି ଆମେ ଜଣାଇବାକୁ ଯାଉଛି ପେଟ କମେଇବାର କିଛି ଉପାୟ ବିଷୟରେ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସବୁବେଳେ ଠିକ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ । ନିଜ ଖାଇବାର ଗୋଟିଏ ଟାଇମ ଟେବଲ ରଖନ୍ତୁ । ଖାଦ୍ୟ ଖାଇସାରି ସଙ୍ଗେ ସଙ୍ଗେ ଶୋଇବା ପାଇଁ ଯାଅନ୍ତୁ ନାହିଁ । ଖାଇବା ପରେ ଟିକିଏ ସମୟ ଚଲା ବୁଲା କରନ୍ତୁ । ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଖାଇସାରି ସଙ୍ଗେ ସଙ୍ଗେ କାମରେ ବସିପଡନ୍ତି ତାହା ନକରି ଆପଣ ଖାଇସାରି 10 ମିନିଟ ଏପଟ ସେପଟ ହେଇ ଚାଲନ୍ତୁ ।

ଏହି ଅଭ୍ୟାସ ରଖିଲେ ଆପଣଙ୍କର ଓଜନ କେବେ ମଧ୍ୟ ବୃଦ୍ଧି ହେବ ନାହିଁ । ରାତି ଖାଇବା 9ତ ଭିତରେ କରନ୍ତୁ । ଏବଂ ଏହା ପରେ ଟିକେ ଚାଲନ୍ତୁ ନିହାତି ୧୦୦ ପାଦ । ଯୋଗ ପ୍ରାଣାୟମ କରିବା ବେଳେ ଯଦି ଆପଣ ନିଶ୍ଵାସ ପ୍ରଶ୍ଵାସ ଠିକ ଭାବେ ନବା ଆଣିବା କରୁଛନ୍ତି ତେବେ ଆପଣଙ୍କ ପେଟରେ ଚର୍ବି ବଢିବ ନାହିଁ ।

ଅଳ୍ପ ଖାଇବା ପରେ ମଧ୍ୟ ଯଦି ଓଜନ ବଢୁଛି ତେବେ ଆପଣ ଖାଇବା ପରେ ଏକ୍ସରସାଇଜ କରିବା ସହ ନିଜ କାର୍ଯ୍ୟ ନିଜେ କରନ୍ତୁ ଯେମିତି ଟିକେ ଚଲା ବୁଲା କରିହେବ । ଚିନି, ଲୁଣ, ମଇଦା ଖାଇବା ଟିକେ କମ ପରିମାଣରେ ଖାଅନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଟିକେ କମାନ୍ତୁ । ସବୁବେଳେ ନିଜ ଖାଇବାକୁ ସମାନ ପରିମାଣର ରଖନ୍ତୁ ।

ଚିକେନ ମଟନ ବି ସବୁବେଳେ ଖାଇପାରିବେ କିନ୍ତୁ ୨,୩ ଖଣ୍ଡରୁ ବେଶି ଖାଅନ୍ତୁ ନାହିଁ । ପ୍ରତ୍ୟକ ଦିନ କାର୍ବୋହାଇଡ୍ରେଟ, ଫ୍ୟାଟ, ପ୍ରୋଟିନ ସବୁର ଆବଶ୍ୟକତା ରହିଛି ଶରୀରକୁ । ଭୋକକୁ ମାରି ରୁହନ୍ତୁ ନାହିଁ । ଆପଣ ଡ୍ରାଏ ଫୃଟ ସବୁ ଖାଇପାରିବେ । ସବୁବେଳେ ଭଲ ଜିନିଷ ଆଣନ୍ତୁ । ବାରମ୍ବାର ତେଲକୁ ବ୍ୟବହାର କରି କୌଣସି ଖାଦ୍ୟ ତିଆରି କରନ୍ତୁ ନାହିଁ ।

ଶରୀରରେ ମଇଦା, ଲୁଣ ଏବଂ ଚିନି ବହୁତ କ୍ଷତି ପହଞ୍ଚାଇଥାନ୍ତି । ତେଣୁ ଏସବୁ ଖାଇବାକୁ ମଧ୍ୟ ଟିକେ ଦେଖି ଚାହିଁ ଖାନ୍ତୁ ଅଳ୍ପ ମାତ୍ରାରେ । ଖାଇବା କେବେ ବି ବହୁତ ଅଧିକ ଖାଅନ୍ତୁ ନାହିଁ । ଖାଇବାରେ ରେଗୁଲାର ନଟସ, ଦହି, ସାଲଡ ଇତ୍ୟାଦି ଆଡ କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *