କୋଟି କୋଟି କରଜରୁ ମୁକ୍ତି ମିଳିବ ଯଦି ଆପଣ ହନୁମାନଙ୍କୁ ଚଢାଇବେ ଏହି ଗୋଟିଏ ଜିନିଷ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଜୀବନରେ କରଜ ସବୁଠାରୁ ବେଶି ଚିନ୍ତା ଦେଇଥାଏ । ନା ଶାନ୍ତିରେ ଖାଇ ହୁଏ ନା ଶାନ୍ତିରେ ଶୋଇ ହୁଏ । ସବୁବେଳେ କରଜ ସୁଝିବାର ଚିନ୍ତା ମୁଣ୍ଡରେ ଘାରି ହେଉଥାଏ । ତେବେ ଆପଣ ହନୁମାନ ଭଗବାନଙ୍କୁ କେଉଁ ଜିନିଷ ଚଢାଇ ତାଙ୍କୁ ସନ୍ତୁଷ୍ଟ କରିବାଦ୍ୱାରା ଏହି କରଜରୁ ସହଜରେ ମୁକ୍ତି ପାଇପାରିବେ ତାହା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ପ୍ରଥମ: ସବୁବେଳେ ଧ୍ୟାନରେ ରଖିବେ କି ମଙ୍ଗଳବାର ଓ ଶନିବାର ଦିନ କରଜ ନ ନେବା ପାଇଁ । କାରଣ ଏହିଦିନ ନେଇଥିବା କରଜରୁ ମୁକ୍ତି ପାଇବା ପାଇଁ ବହୁତ କଷ୍ଟ ହୋଇଥାଏ । ଦିତୀୟ: 8, 17 ଏବଂ 26 ତାରିଖରେ କରଜ କେବେ ମଧ୍ୟ ନିଅନ୍ତୁ ନାହିଁ । ଏହିଦିନ ନିଆ ଯାଇଥିବା କରଜ ଆପଣଙ୍କୁ ସବୁବେଳେ ଚିନ୍ତା ଦେଇଥାଏ ।

କରଜ ନେଇଥିବା କାଗଜରେ କେବେ ମଧ୍ୟ କଳା କଲମରେ ହସ୍ତାକ୍ଷର କରନ୍ତୁ ନାହିଁ ଏହାକୁ ଅଶୁଭ ମନାଯାଏ । ତୃତୀୟ: ସୋମବାର, ବୁଧବାର ଓ ଶୁକ୍ରବାର ଦିନ କରଜ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ପାଇଁ ଶୁଭ ରହିବ । ଏହା ସହିତ ଆପଣ ଏହାକୁ ଶୀଘ୍ର ସୁଝିବା ପାଇଁ ସକ୍ଷମ ହେବେ ।

ଜାଣନ୍ତୁ କରଜରୁ ମୁକ୍ତି ପାଇବାର କିଛି ଉପାୟ: ପ୍ରଥମ: ଗୋଟିଏ ଭଲ ପାନ ପତ୍ର ନିଅନ୍ତୁ । ପତ୍ରର ନାସି ବାହାର କରିଦିଅନ୍ତୁ । ସେହି ପତ୍ର ଉପରେ ଦୁଇଟି ଲବଙ୍ଗ ଓ ଗୋଟିଏ ଗୁଜୁରାତି ରଖନ୍ତୁ । ଏବେ ଏହି ପତ୍ରକୁ ମୋଡି ପାନ ଖିଲ କରିଦିଅନ୍ତୁ । ମଙ୍ଗଳବାର ସନ୍ଧ୍ୟା ସମୟରେ ସ୍ନାନ କରି ସ୍ଵଚ୍ଛ ବସ୍ତ୍ର ପିନ୍ଧି ହନୁମାନଙ୍କ ମନ୍ଦିର ଯାଅନ୍ତୁ । ଏବଂ ହନୁମାନଙ୍କୁ ଏହି ପାନର ଖିଲକୁ ଅର୍ପଣ କରିଦିଅନ୍ତୁ । 3 ମାସ ପର୍ଯ୍ୟନ୍ତ ସବୁ ମଙ୍ଗଳବାର ଦିନ ଏହି ପ୍ରୟୋଗ ଆପଣ କରନ୍ତୁ ।

ଯଦି ଆପଣ କୌଣସି ମଙ୍ଗଳବାର ଦିନ ନିଜେ ଯାଇପାରୁନାହାନ୍ତି ତେବେ ଆପଣଙ୍କ ବଦଳରେ ଅନ୍ୟ କେହି ମଧ୍ୟ ଏହାକୁ କରିପାରିବେ । ଏହିଦିନ ମାଂସ, ନିଶା ଇତ୍ୟାଦିର ସେବନ ଭୁଲରେ ମଧ୍ୟ କରିବେ ନାହି । ଏହାଫଳରେ ଶୀଘ୍ର ହିଁ କରଜରୁ ସୁଝିବାର ରାସ୍ତା ଖୋଲିଯିବ ଆପଣଙ୍କ ପାଇଁ । ଦିତୀୟ: ପାନ ପତ୍ରରୁ ନାସି ବାହାର କରିଦିଅନ୍ତୁ । ଏବଂ ଚିକ୍କଣ ପଟକୁ ତଳକୁ କରିଦିଅନ୍ତୁ ।

ଖଦଡା ପତ୍ର ଉପରେ ଦୁଇଟି ଲବଙ୍ଗ ରଖନ୍ତୁ । ଏହାପରେ ଏହାକୁ ଦୁଇ ହାତରେ ସାବଧାନତାର ସହ ବୋହୁଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ । ଏହାପରେ ଭଗବାନଙ୍କୁ ହାତ ଯୋଡି କୁହନ୍ତୁ କି ବହୁଥିବା ପାନ ପତ୍ର ସହ ଆପଣଙ୍କ ସାରା ଦୁଖ କଷ୍ଟ ସେମିତି ବୋହିଜାଉ ଜୀବନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *