ପ୍ରକୃତ ଭଲ ପାଇବାର କିଛି ସଙ୍କେତ, ଯଦି ଆପଣଙ୍କ ପ୍ରେମ ସମ୍ପର୍କରେ ଏହି ସବୁ ଘଟୁଛି ତେବେ ଆପଣଙ୍କୁ ମିଳି ଯାଇଛି ସଚ୍ଚା ପ୍ରେମ…. ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଦୁନିଆରେ ଏମିତି କେହି ବି ନାହାନ୍ତି ଯିଏ କି କେବେ ଭଲ ପାଇବାରେ ପଡିନଥିବେ । ଭଲ ପାଇବା କଣ ଜାଣିନଥିବେ । ଭଲ ପାଇବା ଏକ ପବିତ୍ର ଶବ୍ଦ ଟିଏ । ଆପଣ ଯେତେବେଳେ ଭଲ ପାଇବାରେ ପଡନ୍ତି ସେତେବେଳେ ଆପଣ ବହୁତ କିଛି ନୂଆ ନୂଆ ଅନୁଭବ କରନ୍ତି । ସେହି ଆଧାରରେ ଭଲ ପାଇବାର କିଛି ପ୍ରକୃତ ସଙ୍କେତ ମିଳିଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପ୍ରକୃତ ସଙ୍କେତ ଗୁଡିକ ବିଷୟରେ ।

ପ୍ରଥମ: ଆପଣ ଯେତେ ଭିଡ ଭିତରେ ଥିଲେ ମଧ୍ୟ ଆପଣଙ୍କ ଆଖି କେବଳ ଜଣଙ୍କୁ ଖୋଜିବା ଜଣଙ୍କ ବିଷୟରେ ହିଁ ଭାବିବା ଯାହାକୁ ଆପଣ ଭଲ ପାଉଛନ୍ତି । ତେବେ ଆପଣ ଜାଣିଯିବେ ଆପଣ ତାଙ୍କୁ ପ୍ରକୃତରେ ଭଲ ପାଉଛନ୍ତି । ଦିତୀୟ: ବିନା ଡରରେ ବୀନା ଲାଜରେ ସମସ୍ତଙ୍କ ସାମ୍ନାରେ ନିଜ ଭଲ ପାଇବାକୁ ସ୍ଵୀକାର କାରିବା ଭଲ ପାଇବାର ସଙ୍କେତ ଅଟେ ।

ତୃତୀୟ: ଆପଣଙ୍କ ଚିନ୍ତାରେ ଯଦି ସିଏ ଚିନ୍ତା କରିବାକୁ ଲାଗନ୍ତି, ଆପଣଙ୍କ ସବୁ ସୁଖ ଦୁଃଖରେ ଆପଣଙ୍କ ସାଥ ଦିଅନ୍ତି ତେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ବୋଲି ଜାଣିଯିବେ । ଚତୁର୍ଥ: ଯେତେବେଳେ ଆପଣ ଆପଣଙ୍କ ଭଲ ପାଇବା ଉପରେ ନିଜଠୁ ବି ବେଶି ବିଶ୍ଵାସ କରନ୍ତି । ତାଙ୍କ ପାଇଁ ଆପଣ କାହାକୁ ମଧ୍ୟ ଡରନ୍ତି ନାହି ।  ଆଉ ଯଦି ଭାବୁଛନ୍ତି ସେ ଆପଣଙ୍କ ସାଥ କେବେ ଛାଡିବେ ନାହିଁ ତେବେ ଆପଣଙ୍କ ଭଲ ପାଇବା ସଚ୍ଚା ହୋଇଥାଏ ।

ପଞ୍ଚମ: ପ୍ରକୃତରେ ଭଲ ପାଉଥିବା ପିଲା ଆପଣଙ୍କ ପାଇଁ ସବୁକିଛି କରିଥାଏ ଯାହା ଆପଣଙ୍କୁ ଖୁସି ଦେଇଥାଏ । ଷଷ୍ଠ: ଯେତେବେଳେ ଜଣଙ୍କୁ ଜଣଙ୍କ ସହ ସଚ୍ଚା ଭଲ ପାଇବା ହୋଇଯାଇଥାଏ ସେତେବେଳେ ସେ ଆପଣଙ୍କ ମୂଲ୍ୟ ବୁଝିଥାନ୍ତି ତାଙ୍କ ଜୀବନରେ । ଯଦି ସେ ଆପଣଙ୍କ ପାଇଁ କିଛି ବି କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି ତେବେ ସେ ଆପଣଙ୍କୁ ପ୍ରକୃତରେ ଭଲ ପାଇଥାନ୍ତି ।

ସପ୍ତମ: ପ୍ରକୃତ ଭଲ ପାଇବା ତାଙ୍କଠୁ ମିଳିଥାଏ ଯିଏ ଆପଣଙ୍କୁ ଆପଣ ଯେମିତି ଅଟନ୍ତି ସେମିତି ହିଁ ଭଲ ପାଇଥାନ୍ତି । ଅନ୍ୟ କାହା ସହ କେବେ ମଧ୍ୟ ଆପଣଙ୍କୁ ତୁଳନା କରୁନଥିବା ବ୍ୟକ୍ତି ଆପଣଙ୍କ ପ୍ରକୃତ ଭଲ ପାଇବା ଅଟନ୍ତି ବୋଲି ଜାଣିବେ । ଅଷ୍ଟମ: ଯଦି ଆପଣଙ୍କ ସାଥି ସବୁବେଳେ ଆପଣଙ୍କୁ ତାଙ୍କ କଥାରେ ରଖିବା ପାଇଁ ଚେଷ୍ଟା କରନ୍ତି ତାଙ୍କ କଥା ମାନିବା ପାଇଁ ବାଧ୍ୟ କରନ୍ତି ତେବେ ଏହା ପ୍ରକୃତ ଭଲ ପାଇବା ହୋଇନଥାଏ ।

ନବମ: ଯେକୌଣସି ଖରାପ ପରିସ୍ଥିତିରେ ଯଦି ଆପଣଙ୍କ ସାଥି ଆପଣଙ୍କ ସାଥିରେ ଠିଆ ହୋଇଥାନ୍ତି ତେବେ ତାହା ପ୍ରକୃତ ଭଲ ପାଇବା ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *