କେବେଠାରୁ ଓ କାହିଁକି ସୃଷ୍ଟି ହୋଇଥିଲେ କିନ୍ନର? ଜଲଦି ଦେଖନ୍ତୁ ଏହା ପଛର ରହସ୍ୟ

ଆମ ମଣିଷ ଜାତିରେ ତିନୋଟି ମଣିଷ ରହିଥାନ୍ତି ଯେପରି ନାରୀ, ପୁରୁଷ ଓ କିନ୍ନର । ତେବେ କିନ୍ନର ମାନଙ୍କୁ ଆମ ସମାଜ ରେ ମାନ ସମ୍ମାନ ଦିଆ ଯାଇ ନ ଥାଏ । କିନ୍ନର ମାନେ ହେଉଛନ୍ତି ଭଗବାଙ୍କର ଅର୍ଦ୍ଧନାରୀଶ୍ୱେର ରୂପ । କିନ୍ନର ମାନେ କେବେ ଠାରୁ ସୃଷ୍ଟି ହୋଇଛନ୍ତି ? କିନ୍ନର ଦୁଇ ପ୍ରକାରର କିଂ ପୁରୁଷ ଓ କିଂ ନାରୀ । ଏହାର ଉତ୍ତର ବାଲ୍ମୀକି ଋଷି ଙ୍କ ଦ୍ଵାରା ରଚିତ ରାମାୟଣ ର ଉତ୍ତରାଖଣ୍ଡ ରେ ବର୍ଣିତ ଅଛି ।

ତେବେ ଏକଦା ରାଜା ପ୍ରଜାପତି ଥିଲେ । ତାଙ୍କ ପୁତ୍ର ନାମ ଇଲ ଥିଲା । ତେବେ ଇଲ ଦିନେ ନିଜର ସୈନ୍ୟ ବାହିନୀ ଙ୍କ ସହ ଶିକାର କରିବାକୁ ଯାଇ ଥିଲେ । ତେବେ ରାଜାଙ୍କର ଯେତେ ଶିକାର କଲା ପରେ ମଧ୍ୟ ମନ ପ୍ରସନ୍ନ ହେଲାନି । ସେ ବହୁତ ବାଟ ଶିକାର କରିବାକୁ ଆଗକୁ ଚାଲି ଗଲେ । ସେହି ଜଙ୍ଗଲ ରେ ମହାଦେବ ଓ ମା ପାର୍ବତୀ ବିଳାସ ପୂର୍ଣ ଅବସ୍ଥା ରେ ରହିଥିଲେ ।

ମହାଦେବ ମା ପାର୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ସ୍ତ୍ରୀ ରୂପ ଧାରଣ କରିଥିଲେ । ସେହି ସମୟରେ ସେହି ଜଙ୍ଗଲ ର ସବୁ ଜୀବ ଜନ୍ତୁ ଓ ରାଜା ଇଲ ଓ ତାଙ୍କ ସୈନ୍ୟ ବାହିନୀ ସବୁ ନାରୀ ରୂପରେ ପରିଵର୍ତନ ହୋଇ ଗଲେ । ତେବେ ଯେତେବେଳେ ରାଜା ଇଲ ନିଜକୁ ନାରୀ ରୂପେ ପାଇଲେ ସେ ଦୁଃଖ ପ୍ରକାଶ କରି ଶିବଙ୍କ ନିକଟକୁ ଯାଇ ନିଜର ପୁରୁଷ ରୂପ ଆଣିବାକୁ ଅନୁରୋଧ କରିଲେ ।

ତେବେ ମହାଦେବ କହିଲେ ତୁମେ ପୁରୁଷ ବର ଛଡା ଅନ୍ୟ ଯାହା ମାଗିବ ମୁଁ ଦେଇପାରିବି । ଏହା ପରେ ଇଲ ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କଲେ । ମା ପାର୍ବତୀ ପ୍ରସନ୍ନ ହେବା ପରେ କହିଲେ ବର ମାଗ । ଏହା ପରେ ଇଲ ନିଜର ପୁରୁଷ ରୂପ ଫେରି ପାଇବାକୁ ଅନୁରୋଧ କଲେ ।

ମା ପାର୍ବତୀ କହିଲେ ଅଧା ର ଆଶ୍ରିବାଦ ମହାଦେବ ଦେଇ ପାରିବେ । ମୁଁ କେବଳ ଅଧା ପୁରୁଷ ର ବର ଦେଇ ପାରିବି । ଇଲ କହିଲେ ମୁଁ ଏକ ମାସ ପୁରୁଷ ଓ ଏକ ମାସ ନାରୀ ରୂପେ ରହିବି । ମା ପାର୍ବତୀ ତଥାସ୍ତୁ କହିଲେ । ଏହା ପରେ ଇଲ ଏକ ମାସ ଇଲ ରୂପେ ଓ ଏକ ମାସ ଇଲା ରୂପେ ଜୀବନ ବ୍ୟତୀତ କଲେ ।

ସେ ଏକ ମାସ କିଂପୁରୁଷ ଓ ଏକ ମାସ କିଂନାରୀ ଭାବେ ଜୀବନ ବ୍ୟତିତ କରି ଥିଲେ । ତେବେ ଗୌତମ ବୁଦ୍ଧ ନିଜର କୁଟୀରରେ ଇଲ ଓ ତାଙ୍କ ସୈନ୍ୟ ମାନଙ୍କୁ ଆଶ୍ରୟ ଦେଇ ଥିଲେ । ତେବେ ଏହି ଠାରୁ ହିଁ କିନ୍ନର ମାନଙ୍କର ସୃଷ୍ଟି ହୋଇ ଥିଲା ।

Leave a Reply

Your email address will not be published. Required fields are marked *