ଘରକୁ ମାଙ୍କଡ ଆସିବାର ଅର୍ଥ କଣ, ଜାଣିଲେ ଆଶ୍ଚର୍ଯ୍ୟ ହେବେ- Shakuna Shastra

ଆମ ଶାସ୍ତ୍ର ରେ ଓ ଦେବାଦେବୀ ରେ ମଧ୍ୟ ଧନର ଦେବୀ ହେଉ ଛନ୍ତି ମା ଲଷ୍ମୀ । ତେଣୁ କରି ମା ଲଷ୍ମୀଙ୍କୁ କୌଣସି ବ୍ୟକ୍ତି କେବେବି ଆସନ୍ତୁଷ୍ଟ କରି ବାକୁ ଚାହିଁ ନଥାନ୍ତି । କାରଣ ଯଦି ମା ଲଷ୍ମୀ ଅସନ୍ତୁଷ୍ଟ ହେବେ ତେବେ ଘରେ ଅର୍ଥ ଅଭାବ ଦେଖା ଦେଇ ଥାଏ ଓ ସେହି ମଣିଷ ଦରିଦ୍ର ହୋଇ ଯାଇ ଥାଏ । ତେବେ ସେହି ଭଳି ଆମ ପୁରାଣ ଶାସ୍ତ୍ର ରେ ଅନେକ କଥା ଲେଖା ଅଛି ଯାହା କରିବା ଦ୍ୱାରା ମା ଲାଷ୍ମୀ ଆମ ଘରୁ ପଲାଇ ଥାନ୍ତି ।

ଯେଉଁ ଘରେ ସନ୍ଧ୍ୟା ସମୟରେ ଭଗବାନଙ୍କ ପୂଜା ବା ଘରେ ଭାଗବତ ପଢ଼ା ଯାଏ ନାହିଁ । ଯେଉଁ ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ଥାଏ । ଯେଉଁ ଘରେ ସର୍ବଦା କଳହ ହୋଇଥାଏ । ଯେଉଁ ଘରେ ନିଷ୍ଠା ରେ କୌଣସି କାର୍ୟ୍ଯ କରାଯାଇ ନ ଥାଏ ।

ସେହି ଭଳି ଘରେ ଲଷ୍ମୀ କେବେବି ବାସ କରନ୍ତି ନାହିଁ । ସେହିଭଳି କୌଣସି ନକାରାତ୍ମକ ବା ସକାରତ୍ମକ ଉର୍ଜା ର ଆଗମନ ପୂର୍ବ ରୁ ଆମକୁ କିଛି ସୂଚନା ମିଳି ଥାଏ । ବିଶେଷ କରି ପଶୁ ମାନେ ଆଗ ଏହି ସବୁ ଜିନିଷ ର ଆଭାସ ପାଇ ଥାନ୍ତି ।

ପଶୁ ମାନେ ଆମ ଉପରକୁ କୌଣସି ବିପଦ ଆସିବାର ଥିଲେ ଏହାର ସୂଚନା ଦେଇ ଥାନ୍ତି । ଏମାନେ ବହୁତ ଭିନ୍ନ ଭିନ୍ନ ଭାବେ ସଙ୍କେତ ଦେଇ ଥାନ୍ତି । ତେବେ ସେହି ଭଳି କିଛି ପଶୁ ଅଛନ୍ତି ଯେଉଁମାନଙ୍କୁ ଘରେ ରଖିବା ଶୁଭ ହୋଇ ଥାଏ । ସେହିଭଳି ଅନ୍ୟ କିଛି ପଶୁ ଅଛନ୍ତି ଯେଉଁ ମାନଙ୍କୁ ରଖିବା ଅଶୁଭ ହୋଇ ଥାଏ ଘର ପାଇଁ ।

ସେହି ଭଳି କିଛି ପଶୁ ଯଦି ଆପଣଙ୍କ ଘରକୁ ଆସି ଥାନ୍ତି ତେବେ ଜାଣିବେ ଆପଣଙ୍କ ଘରୁ ମା ଲଷ୍ମୀ ଆଉ ବାସ କରିବେ ନାହିଁ । ଆପଣଙ୍କ ଆର୍ଥିକ ସ୍ଥିତି ଖ୍ଖରାପ ହେବ । ଯେପରି କି ଯଦି କୌଣସି ବୁଲା କୁକୁର ଆପଣଙ୍କ ଘରେ ପ୍ରବେଶ କରେ ହଠାତ ତେବେ ମା ଲଷ୍ମୀ ସେହି ଘରୁ ବହାରି ଯାଇ ଥାନ୍ତି ।

ସେହି ଭଳି କୁକୁଡ଼ା ପାଦ ଆପଣଙ୍କ ଘରେ ପଡିବା ଦ୍ୱାରା ମା ଲଷ୍ମୀ ରୁହନ୍ତି ନାହିଁ । ଛେଳି ର ଗୋଡ଼ ପଡିବା ଦ୍ୱାରା ଘରେ ମା ଲଷ୍ମୀ ବାସ କରନ୍ତି ନାହିଁ । ଏହା ଛଡା ଯଦି କଳା ମୁଖର କୌଣସି ମାଙ୍କଡ଼ ଆପଣଙ୍କ ଘରକୁ ପଶି ଆସେ ତେବେ ଜାଣିବେ ଆପଣ ଆର୍ଥିକ ସ୍ଥିତି ପାଇଁ ଏକ ବିପଦ ଆସୁ ଅଛି । ଏହି ସବୁ ଜୀବ ଙ୍କ ପ୍ରବେଶ ସ୍ଥାନ ରେ ମା ଲଷ୍ମୀ ବାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *