କେଉଁ ଚେରର ତାବିଜ ପିନ୍ଧିଲେ ଧନର ଆଗମନ ହୋଇଥାଏ, ଶୀଘ୍ର ଦେଖନ୍ତୁ- Vasstu Tips

ନମସ୍କାର ବନ୍ଧୁଗଣ, ଆମ ଜୀବନରେ ଚାଲୁଥିବା ସମସ୍ୟା ଗୁଡିକୁ କମ କରିବା ପାଇଁ ଜୋତିଶ ଶାସ୍ତ୍ର ଅନୁଯାୟୀ ଅନେକ କିଛି ଉପାୟ ରହିଛି । ଯାହାକୁ କରିବା ଫଳରେ ଜୀବନର ଦୁଃଖ କଷ୍ଟ ଦୂର ହେବାକୁ ଲାଗିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିଭଳି କିଛି ଉପାୟ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଚାଲିଥିବା ଛୋଟରୁ ବଡ ପର୍ଯ୍ୟନ୍ତ ସବୁ ସମସ୍ୟାକୁ ଦୂର କରିପାରିବ । ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ଗଛର ଚେରରେ ତାବିଜ ପ୍ରସ୍ତୁତ କରି ପିନ୍ଧିଲେ ହୋଇଥାଏ ଧନର ଆଗମନ ।

ପ୍ରଥମ: ରବିବାର ଦିନ ବରଗଛର ପତ୍ରରେ ନିଜର ମନସ୍କାମନାକୁ ଲେଖିଦିଅନ୍ତୁ । ଏହପାରେ ଆପଣ ସେହି ବର ପତ୍ରକୁ ନଦୀ ଜଳରେ ଭସାଇ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସେହି ମନସ୍କାମନା ପୂରଣ ହୋଇଥାଏ । ଦିତୀୟ: ରବିବାର ଦିନ ସନ୍ଧ୍ୟାରେ 4ଟି ମୁଖ ଥିବା ଦୀପକୁ ଓସ୍ତ ଗଛ ମୂଳରେ ଜଳାନ୍ତୁ । ଏହା ଫଳରେ ଆପଣଙ୍କୁ ଧନ ପ୍ରାପ୍ତି ହେବା ସହ ଆପଣଙ୍କ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହୋଇଥାଏ ।

ତୃତୀୟ: ରବିବାର ଦିନ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ । ସେହି ଝାଡୁରେ ଘର ସଫା କରିବା ଦ୍ଵାରା ଆପଣଙ୍କ ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଚତୁର୍ଥ: ରବିବାର ଦିନ ପୋଖରୀ କିମ୍ବା ନଦୀରେ ରହୁଥିବା ମାଛଙ୍କୁ ଖାଇବାକୁ ଦିଅନ୍ତୁ । ଏହା କରିବାଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ ହୋଇଥାଏ ।

ପଞ୍ଚମ: ଯଦି ଆପଣ ଧାର କରଜରେ ବୁଡି ରହିଛନ୍ତି ତେବେ ମଙ୍ଗଳବାର ଦିନ ରୁଣ ମୋଚକ ମନ୍ତ୍ର ପାଠ କରନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ଷଷ୍ଠ: ଶନିବାର, ମଙ୍ଗଳବାର, ଗୁରୁବାର ଦିନ ମହିଳା ମାନେ ନଖ କାଟିବା ଅନୁଚିତ । ଏବଂ ଏହି ବାରରେ ପୁରୁଷ ମାନେ ଚୁଟି କାଟିବା ମଧ୍ୟ ଅନୁଚିତ । ଏହା ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଭଲ ହୋଇନଥାଏ ।

ସପ୍ତମ: ବିବାହ ଯୋଗ୍ୟ କନ୍ୟା ସୋଉଥିବା ତକିଆ ତଳେ ହଳଦୀ ଖଣ୍ଡକୁ ହଳଦିଆ କପଡାରେ ବାନ୍ଧି ରଖନ୍ତୁ । ଏହାଦ୍ୱାରା ସେହି କନ୍ୟା ପାଇଁ ଭଲ ଭଲ ବିବାହ ପ୍ରସ୍ତାବ ଆସିଥାଏ । ଅଷ୍ଟମ: ଡିମିର ଗଛର ଚେରକୁ କପଡାରେ ବାନ୍ଧି ଚାନ୍ଦିର କବଚ ମଧ୍ୟରେ ରଖି ବେକରେ ପକାନ୍ତୁ । ଏହି କବଚ ଆପଣଙ୍କୁ ଆର୍ଥିକ ଲାଭ ଦେଇଥାଏ ।

ନବମ: ଶନିବାର ଦିନ ଶୋଇବା ପୂର୍ବରୁ ଖଟ ତଳେ ସୋରିଷ ତେଲ ରଖି ଶୁଅନ୍ତୁ । ଏବଂ ଏହାକୁ ପରଦିନ ଉଠି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏହା ଫଳରେ ଆପଣଙ୍କ ଜୀବନରେ ଥିବା ସବୁ ଅସୁବିଧା ଦୂର ହେବା ସହ ଘରକୁ ଧନ ଆସିବାର ପ୍ରମୁଖ ରାସ୍ତା ଖୋଲିଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *