ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ସନ୍ତାନ ଇଚ୍ଛା ର ପୂର୍ତ୍ତି ରହିଥାଏ । ବିବାହ ପରେ ପୁଅ ଓ ଝିଅ ଉଭୟଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିଥାଏ । ପୁଅ ମାନଙ୍କ ଜୀବନରେ ନୂଆ ସାଥିଟି ମିଳିଥାଏ ଆଉ ଝିଅଙ୍କୁ ମଧ୍ୟ ନିଜର ଜୀବନ ସାଥି ମିଳିଥାଏ ଯିଏ ତାଙ୍କର ସୁଖ ଦୁଖରେ ସାଥ ନିଭାଇଥାଏ । ବିବାହ ପରେ ପ୍ରତେକ ନାରୀର ଇଚ୍ଛା ଥାଏ ସନ୍ତାନ ପ୍ରାପ୍ତି ନିମନ୍ତେ । କିଛି ଲୋକଙ୍କର ବହୁତ ଜଲ୍ଦି ଏହି ଇଚ୍ଛା ପୂରଣ ହୋଇଥାଏ ତ ଆଉ କିଛି ଲୋକଙ୍କର ବିଳମ୍ବରେ ହୋଇଥାଏ । ଆଜି ଆମେ ଆପଣଙ୍କୁ କେଉଁ ବାର ଓ ନକ୍ଷତ୍ରରେ ସହବାସ କରିଲେ ଉତ୍ତମ ସନ୍ତାନ ଜାତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ଆମ ଶାସ୍ତ୍ର ରେ ବିଭିନ୍ନ ପ୍ରକାରର ନିୟମ ରହିଛି । ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଉଭୟ ଦିନରେ ସହବାସ କରିବା ଉଚିତ ନୁହେଁ । କାରଣ ଦିନରେ ସହବାସ କରିଲେ ବିକଳାଙ୍ଗ ଛୁଆ ଜନ୍ମ ହୋଇଥାଏ । ସ୍ତ୍ରୀ ସହବାସ ରାତି ୧୧ଟା ରୁ ଭୋର ୪ଟା ଯାଏଁ କରିବା ଉଚିତ ଯାହା ଶାସ୍ତ୍ର ରେ ନିୟମ ରହିଛି । ଅମାବାସ୍ୟା, ଚତୁର୍ଥୀ, ଷଷ୍ଠୀ, ନବମୀ, ଅଷ୍ଟମୀ, ଚତୁର୍ଦ୍ଦଶୀ ତିଥିରେ ସହବାସ କରିବା ଶାସ୍ତ୍ର ବିରୋଧୀ ଅଟେ ।
ଯଦି ଆପଣ ମାନେ ଏହି ଦିନ ମାନଙ୍କରେ ସହବାସ କରୁଛନ୍ତି ତେବେ ନିଶ୍ଚିନ୍ତ ଭାବେ କୁ-ସନ୍ତାନ ଜନ୍ମ ନେଇଥାଏ । ଶାସ୍ତ୍ର ଅନୁଯାୟୀ ରବିବାର, ଶନିବାର ଓ ମଙ୍ଗଳବାର ଦିନ ସ୍ଵାମୀ ସ୍ତ୍ରୀ ସହବାସ କରିବା ଉଚିତ ନୁହେଁ । ଯେଉଁ ଦିନ ଆପଣଙ୍କର ବାପା ବା ମାଙ୍କର ଶ୍ରାଦ୍ଧ ଥିବ ସେଦିନ ମଧ୍ୟ ସହବାସ ବର୍ଜନ କରିବା ଦରକାର ।
ଏହା ସହ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ସନ୍ତାନ କାମନା କରି ସହବାସ କରିବା ନିଷେଧ ଅଟେ । ଏହି ଦିନ ମାନଙ୍କରେ ସହବାସ କରିଲେ ଯେଉଁ ପିଲା ଆପଣଙ୍କର ଔରସରୁ ଜନ୍ମ ହେବ ସେ ଅଳ୍ପ ଆୟୁଷ ଓ ଗୁଣ ହୀନ ହୋଇ ଜନ୍ମଗ୍ରହଣ କରିଥାଏ । ନିଜର ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ର ଚାଲୁଥିବା ସମୟରେ ସହବାସ କରିବା ନିଷେଧ ଅଟେ ।
ନିଜ ରାଶି ଠାରୁ ଚନ୍ଦ୍ର ଯେଉଁ ଦିନ ଚାଲିଥିବ ସେଦିନ ସ୍ତ୍ରୀ ସହବାସ ନିଷେଧ ଅଟେ । ଉତ୍ତମ ସନ୍ତାନ ପାଇଁ, ଗୁଣବାନ, ଦୁର୍ଘାୟୁ, ପରୋପକାରୀ, ଭାଗ୍ୟଶାଳୟ, ଧନବାନ ସନ୍ତାନ ପାଇଁ ସ୍ଵାମୀ ସ୍ତ୍ରୀ ଉତ୍ତମ ନକ୍ଷତ୍ର ବାଛି ସହବାସ କରିବା ଉଚିତ ।
ସବରା, ହସ୍ତା, ଅନୁରାଧା, ସ୍ଵାତି, ସତଭିସା, ଧନିଷ୍ଠା, ଉତ୍ତରା ଫାଲ୍ଗୁନୀ, ଉତ୍ତରା ସରାନ, ଉତ୍ତରା ଭଦ୍ରବଦା, ମୂଳା, ରୋହିଣୀ ଏହି ସବୁ ନକ୍ଷତ୍ର ଯେବେ ଗୋଚର ରେ ଚାଲୁଥିବେ ଯଦି ଆପଣ ସନ୍ତାନ ଇଚ୍ଛା କରି ସହବାସ କରନ୍ତି ବା ସ୍ଵାମୀ ସ୍ତ୍ରୀଙ୍କର ମିଳନ ହୁଏ ତେବେ ତାଙ୍କ ଔରସ ରୁ ଯେଉଁ ସନ୍ତାନ ଜାତ ହେବ ସେହି ପିଲା ଟି ଦୀର୍ଘାୟୁ, ଭାଗ୍ୟଶାଳୀ, ଧର୍ମବନ୍ତ, ପରୋପକାରୀ ଓ ଜଗତ କଲ୍ୟାଣ କାରୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।