କେଉଁ ଫୁଲ ପୂଜାରେ ବ୍ୟବହାର ହୁଏ ନାହିଁ ? Jyotisha Shastra

ଦୁନିଆରେ ଫୁଲ ର ବହୁତ ପ୍ରଜାତି ଅଟେ ଓ ଫୁଲ ସବୁଠାରୁ ସୁନ୍ଦର ଜିନିଷ ଅଟେ ଯାହା ଭଗବାନ ବନେଇଛନ୍ତି । କୌଣସି ପର୍ବ ପର୍ବାଣି ବା ଦୁଃଖ ସମୟରେ ଫୁଲ ଆବଶ୍ୟକ ହୋଇଥାଏ କିନ୍ତୁ ସବୁଠାରୁ ଅଧିକ ଫୁଲ ଭଗବାନଙ୍କ ପୂଜା ପାଇଁ ବ୍ୟବହାର ହୋଇଥାଏ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କେଉଁ ଫୁଲ ଭଗବାନ ପାଖରେ ଅର୍ପଣ କରିବା ଉଚିତ ନୁହ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ କେଉଁ ଫୁଲ ଭୁଲରେ ବି ମଧ୍ୟ ଭଗବାନ ଉପରେ ଆପଣ କରିବା ଉଚିତ ନୁହଁ । ଶାସ୍ତ୍ରରେ କୁହା ଯାଇଛି ଯେ ଭଗବାନ ପାଖରେ କୌଣସି କଢ ଅର୍ପଣ କରିବା ଉଚିତ ନୁହ କାହିଁକିନା କଢ ଫୁଲରେ ପରିଣତ ହେଲା ପରେ ଅର୍ପଣ କରା ଯାଏ କଢ ପୂର୍ଣ୍ଣରୂପରେ ଆସିନଥାଏ ସେଥିପାଇଁ ଏହାକୁ ଅର୍ପଣ କରନ୍ତୁ ନାହିଁ ।

କୌଣସି ଚିରା ଫଟା ଫୁଲ ଭଗବାନ ପାଖରେ ଅର୍ପଣ କରିବା ଉଚିତ ନୁହ କାହିଁକିନା ଏହି ଫୁଲ କୌଣସି ଯିବ ଦ୍ଵାରା ଅଇଁଠା ହୋଇଥାଏ ଓ ଭଗବାନ ପାଖରେ କାହାର ଅଇଁଠା ଅର୍ପଣ କରିବା ଉଚିତ ନୁହ । ଏହା ଛଡା କୌଣସି ଫୁଲ ଯାହା ଜମି ଉପରେ ଲାଗିଛି ବା ପଡି ଯାଇଛି ତାକୁ ମଧ୍ୟ ଭଗବାନ ପାଖରେ ରହିବା ଉଚିତ ନୁହଁ ।

କାହିଁକିନା ଜମି ଉପରେ କଣ ଥିଲା କଣ ନାହିଁ ଓ ସେହାକୁ ଫୁଲ ସ୍ପର୍ଶ କରିଥାଏ ସେଥିପାଇଁ ଚେଷ୍ଟା କରନ୍ତୁ ଯେଉଁ ଫୁଲ ଆପଣ ନିଜ ହାତରେ ତୋଳିଥାନ୍ତି ତାକୁ ଭଗବାନ ପାଖରେ ଅର୍ପଣ କରନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ଫୁଲ ଅର୍ପଣ କରିବା ଉଚିତ । କମଳ ଫୁଲ ୧୧ ଦିନ ପର୍ଯ୍ୟନ୍ତ ବାସୀ ହୁଏ ନାହିଁ । ଏହା ଛଡା କୁମୁଦ ଫୁଲ ୫ ଦିନ ପର୍ଯ୍ୟନ୍ତ ବାସୀ ହୁଏ ନାହିଁ, ତୁଳସୀ ପତ୍ର ବେଳ ପତ୍ର ଓ ଅଗସ୍ତ ଫୁଲ କେବେ ବାସୀ ହୁଏ ନାହିଁ ଏହି ସବୁ ଜିନିଷ ସବୁବେଳେ ପବିତ୍ର ହୋଇଥାଏ ।

ବେଲପତ୍ର ଓ ତୁଳସୀ ପତ୍ରର ଛିଣ୍ଡା ପତ୍ର ମଧ୍ୟ ଆପଣ ଅର୍ପଣ କରି ପାରିବେ । ଶାସ୍ତ୍ର ଅନୁଯାଇ ମଧ୍ୟାସ୍ନାନ ପରେ ଫୁଲ ତୋଳିବା ନିଷେଧ ଅଟେ, ଏହା ଛଡା ସୂର୍ଯ୍ୟଙ୍କୁ ଟଗର ଫୁଲ, ବିଷ୍ଣୁଙ୍କୁ ଦୁଦୁରା ଓ ମାଙ୍କୁ ଅରକ୍ଷ ଫୁଲ ଅର୍ପଣ କରିବା ଜମା ବି ଉଚିତ ନୁହ । କୌଣସି ଭଗବାନଙ୍କୁ ଫୁଲ ଓଲଟା କରି ଅର୍ପଣ କରିବା ଜମାବି ଉଚିତ ନୁହ । ଭଗବାନ ବିଷ୍ଣୁଙ୍କୁ କନିଆରି, ଭଙ୍ଗାର, ପଦମ, କମଳ ଇତ୍ୟାଦି ଅର୍ପଣ କରିବା ଉଚିତ କାହିଁକିନା ଏହି ଫୁଲ ଗୁଡିକ ଭଗବାନ ବିଷ୍ଣୁଙ୍କ ପ୍ରିୟ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *