କେଉଁ ଘରେ ବା କେଉଁ ବ୍ୟକ୍ତି ପାଖରେ ବାସ କରନ୍ତି ମା’ ଲକ୍ଷ୍ମୀ? ଦେଖନ୍ତୁ Ajira Anuchinta

ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଏହା ସମସ୍ତେ ଜାଣିଥିବେ । କିନ୍ତୁ ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ ମଣିଷ କୁ ଅନେକ କଷ୍ଟ କରିବାକୁ ପଡିଥାଏ । ମା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ବା ପରିଷ୍କାର ସ୍ଥାନ ପସନ୍ଦ ହୋଇଥାଏ । ଏମିତିକି ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଅନେକ ଲୋକ କିଛି ନା କିଛି ରୀତିନୀତି କରିଥାନ୍ତି । କିନ୍ତୁ କିଛି କ୍ଷେତ୍ର ରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ହୁଏ ନାହି ।

କାରଣ ଆଜିକାଲି ତ ଟଙ୍କା ହିଁ ଟଙ୍କା ଦରକାର ଲୋକଙ୍କୁ । କେହି ମାତା ଲକ୍ଷ୍ମୀ କେମିତି ରହିବେ ବା କୃପା ପାଇବାର ଚିନ୍ତା କରୁ ନାହାନ୍ତି । ମ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ହେଲେ ଶାସ୍ତ୍ର ରେ ଲେଖା ହୋଇଥିବା କିଛି ନୀତି ନିୟମ ପ୍ରତି ଧ୍ୟାନ ଦେବା ଉଚିତ । ଏହାର ପାଳନ କରିଲେ ମା ଲକ୍ଷ୍ମୀ ଘରେ ବସବାସ କରିବା ସହ ଧନର ମଧ୍ୟ ବର୍ଷା କରାଇଥାନ୍ତି ।

ତେବେ ଆଜି ଆମେ ଆପଣ ମାନ ଙ୍କୁ କହିବୁ କେଉଁ କେଉଁ ଘରେ ବା କେଉଁ ଭଳି ଲକ୍ଷଣ ଥିଲେ ମା ଲକ୍ଷ୍ମୀ ବାସ କରନ୍ତି ଓ ବାସ କରନ୍ତି ନାହି । ଏମିତି କେଉଁ ଗୁଣ ପାଇଁ ମା ଲକ୍ଷ୍ମୀ ବାସ କରନ୍ତି ନାହି ଆସନ୍ତୁ ଜାଣିବା ବିସ୍ତାର ଭାବେ । ବନ୍ଧୁଗଣ ମାତା ଲକ୍ଷ୍ମୀ ଯେଉଁ ଠାରେ ମୂର୍ଖ ଲୋକଙ୍କୁ ପୂଜା ହୁଏ ନାହି ସେଠାରେ ରୁହନ୍ତି ନାହି । ଯେଉଁଠି ଗୁଣ୍ଡା, ବଦମାସ, ଚୋର ଖଣ୍ଟ ରହୁଥିବେ ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହି ।

ଯାହା ଘରେ ରୋଷେଇ କରିଲା ପରେ ହାଣ୍ଡି ରୁ ଭାତ ସୁଖେ ନାହି କିମ୍ବା କିଛି ନା କିଛି ଥିବ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି । ଆଉ ଯେତେବେଳେ ଯାହା ଘରକୁ ଅତିଥି ଆସୁଥିବେ ଆଉ ସେମାନେ ପେଟ ଭରି ଖାଇ କି ଯାଉଥିବେ ସେଠାରେ ମା ଲକ୍ଷ୍ମୀ କେବେ ଦୂରେଇ ଯାଆନ୍ତି ନାହି । ମା ଲକ୍ଷ୍ମୀ ହେଉଛି ସଦା ବସତି ଆଉ ଚଞ୍ଚଳା ।

ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଜମା ବି ଝଗଡା ହୁଏ ନାହି ଓ ଦୁହିଙ୍କ ସମ୍ପର୍କ ମଧୁର ହୋଇଥାଏ ତେବେ ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି । ମା ଲକ୍ଷ୍ମୀ ଏଭଳି ଘରେ ନିଜର କୃପା ବର୍ଷାଇଥାନ୍ତି । ଯେଉଁ ଘରେ ବାପା, ମା ଓ ଗୁରୁଜନ ମାନଙ୍କୁ ଆଗ ଖାଇବାକୁ ଦେଇ ଗୃହସ୍ଥ ସ୍ଵାମୀ ସ୍ତ୍ରୀ ଖାଉଥିବେ ସେଠାରେ ମା ଲକ୍ଷ୍ମୀ ସଦାବେଳ ବସବାସ କରନ୍ତି ।

ଯେଉଁ ନାରୀ ମାନେ ରାତି ରେ ପାନିଆରେ ମୁଣ୍ଡ କୁଣ୍ଡାଉ ଥିବେ କିମ୍ବା ଯେଉଁ ଘରେ ନାରୀ ମାନେ ଗୁରୁବାର ଦିନ ପିଲାଙ୍କୁ ମାରୁ ଥିବେ କିମ୍ବା ଯେଉଁ ନାରୀ ମାନେ ପିଲାଙ୍କ ଖାଦ୍ୟ କୁ ନ ଦେଇ ନିଜେ ଖାଉଥିବେ ସେଭଳି ଘରେ ମା ଲକ୍ଷ୍ମୀ କେବେ ବି ରୁହନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *