କେଉଁ ହାତରେ ସୁନା ପିନ୍ଧିବା ଘରକୁ ଡାକି ଆଣିଥାଏ ଦାରିଦ୍ରତା, ଜାଣନ୍ତୁ ଏହା ସହ ଜଡିତ କିଛି ଭୟଙ୍କର କଥା

ନମସ୍କାର ବନ୍ଧୁଗଣ, ସୁନା ଅଳଙ୍କାର ନାରୀର ସୌନ୍ଦର୍ଜ୍ୟକୁ ବୃଦ୍ଧି କରିଥାଏ । ତେଣୁ ନାରୀ ନିଜର ବିଭିନ୍ନ ଅଙ୍ଗରେ ଅଳଙ୍କାର ମାନ ପରିଧାନ କରିଥାଏ ନିଜକୁ ସୁନ୍ଦର ଦେଖାଇବା ପାଇଁ । ଯଦି ଆପଣ ସୁନା ସାହାର୍ଯ୍ୟରେ ନିଜର ଜୀବନରେ ସୁଖ ସମୃଦ୍ଧିକୁ ଆଣିବା ପାଇଁ ଚାହୁଁଛନ୍ତି ତେବେ ଜୋତିଶ ମାନଙ୍କ ଦ୍ଵାରା କୁହାଯାଇଥିବା କିଛି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ହାତରେ ବା ଅଙ୍ଗରେ ସୁନା ପିନ୍ଧିବା ଭଲ ହୋଇଥାଏ ଏବଂ କେଉଁ ଅଙ୍ଗରେ ପିନ୍ଧିବା ଖରାପ ହୋଇଥାଏ ।

ପ୍ରଥମ: ସୁନା ଜିନିଷକୁ ବାମ ହାତରେ ପିନ୍ଧିବା ଶୁଭ ମନାଯାଇନଥାଏ । ବାମ ହାତରେ ସୁନା ପିନ୍ଧିବା ସମ୍ପୂର୍ଣ ଭାବରେ ଅନୁଚିତ । କାରଣ ବାମ ହାତରେ ସୁନା ପିନ୍ଧିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ୟା ଦେଖା ଦେଇଥାଏ । ଯଦି ଆପଣଙ୍କର ପିନ୍ଧିବା ନିହାତି ଜରୁରୀ ହୋଇଥାଏ ତେବେ ଜୋତିଶଙ୍କ ପରାମର୍ଶ ନେଇ ପିନ୍ଧନ୍ତୁ । ଦିତୀୟ: ଯଦି ଆପଣ ସୁନାକୁ ଆଲମାରିରେ ରଖୁଛନ୍ତି ତେବେ ସୁନାକୁ ଉତ୍ତର ଦିଗରେ ରଖନ୍ତୁ ।

ତୃତୀୟ: ଆପଣ ବେକରେ ସୁନା ଚେନ ଓ ବିଶି ଆଙ୍ଗୁଠିରେ ସୁନା ମୁଦି ପିନ୍ଧିବା ଶୁଭ ହୋଇଥାଏ । କାରଣ ଏହା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ କରାଇଥାଏ । ବୈବାହିକ ଜୀବନରେ ସୁଖ ଶାନ୍ତି ଆଣିଦେଇଥାଏ । ଚତୁର୍ଥ: ସମାଜରେ ନିଜର ମାନ ସମ୍ମାନ ବଢାଇବା ପାଇଁ ଚାହୁଁଥିଲେ ସୁନାର ପରିଧାନ ନିହାତି କରନ୍ତୁ । ସୁନା ଆପଣଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ।

ପଞ୍ଚମ: ଗର୍ଭବତୀ ମହିଳା ମାନେ ସୁନା ପିନ୍ଧିବା ଅନୁଚିତ । ଆପଣ ଯଦି ସୁନା ପିନ୍ଧିବାକୁ ଚାହୁଁଛନ୍ତି ତେବେ କମ ସୁନା ଜିନିଷ ପିନ୍ଧନ୍ତୁ । କାରଣ ଅଧିକ ସୁନା ପିନ୍ଧିବା ଆପଣଙ୍କ ଜୀବନରେ ସମସ୍ୟା ଆଣିପାରେ ।ଷଷ୍ଠ; ସୁନାକୁ ସବୁବେଳେ ଲାଲ କିମ୍ବା ହଳଦିଆ କପଡାରେ ବାନ୍ଧି ରଖିବା ଉଚିତ । ଏହାସହିତ କିଛି କେସର ରଖନ୍ତୁ ।ଏହା ଆପଣଙ୍କ ଜୀବନରେ ସମୃଦ୍ଧିର ବୃଦ୍ଧି କରାଇଥାଏ ।

ସପ୍ତମ: ସୁନାକୁ କେବେ ଖୋଲା ଜାଗାରେ କିମ୍ବା ପ୍ଲାଷ୍ଟିକ ଜାଗାରେ ରଖନ୍ତୁ ନାହିଁ । ଅଷ୍ଟମ: ଗୋଡରେ ସୁନା ମୁଦି କିମ୍ବା ପାଉଁଜି ପିନ୍ଧିବା ଶୁଭ ହୋଇନଥାଏ । ଏହା ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଆଣିଥାଏ । ନବମ: ଯଦି ଆପଣଙ୍କୁ ସବୁବେଳ ଥଣ୍ଡା ଜର ଲାଗି ରହୁଛି ତେବେ ନିଜର କାଣୀ ଆଙ୍ଗୁଠିରେ ସୁନା ମୁଦି ପିନ୍ଧନ୍ତୁ । ଦଶମ: କ୍ରୋଧୀ ଲୋକମାନେ ସୁନା ପିନ୍ଧିବା ଅନୁଚିତ ।

ଏଗାର: ଅଣ୍ଟାରେ ସୁନା ପିନ୍ଧିବା ଅନୁଚିତ । କାରଣ ଏହା ଆପଣଙ୍କ ପାଚନ ତନ୍ତ୍ର ଉପରେ ଖରାପ ପ୍ରଭାବ ପକାଇଥାଏ । ବାର: ସନ୍ତାନ ପ୍ରାପ୍ତି ହେଉନଥିଲେ ଅନାମିକା ଆଙ୍ଗୁଠିରେ ସୁନା ପିନ୍ଧନ୍ତୁ । ତେର: ଲୁହ କାମ କରୁଥିବା ଲୋକ ସୁନା ପିନ୍ଧନ୍ତୁ ନାହିଁ ।  ଚଉଦ: ପାଇଥିବା ସୁନା ଆପଣ ଘରେ ରଖିବା ଅନୁଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।

Leave a Reply

Your email address will not be published. Required fields are marked *