କେଉଁ ଜିନିଷ ଲୁଣରେ ପକାଇ ରଖିଲେ ପଇସା ଅଭାବ ଦୂରହୁଏ? ଏହା ସହ ଆହୁରି 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଶାସ୍ତ୍ରରେ ଅନେକ ପ୍ରକାରର ନୀତିବାଣୀ କୁହାଯାଇଛି ଯାହା ମାନବ ସମାଜ ପାଇଁ କଲ୍ୟାଣକାରୀ ଅଟେ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ । ୧- ଘରେ ସୋରିଷ ତେଲ ଦୀପରେ ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଶୁଭପ୍ରଦ ଓ ପରିବାରର ଲୋକେ ସୁସ୍ଥ ରହିଥାନ୍ତି । ଏହା ସହ ରୋଗ ବ୍ୟାଧି ଦୂର ହୁଏ ।

୨- ପ୍ରତେକ ଗୁରୁବାରରେ ତୁଳସୀ ଗଛରେ ପାଣି ସହ କ୍ଷୀର ଅର୍ପଣ କରିବା ଦ୍ଵାରା ଘରୁ ଅସାନ୍ତି ଦୂର ହୋଇଥାଏ । ରୋଷେଇ ଘରେ ରୁଟି ତିଆରି କରିବା ପୂର୍ବରୁ ତାୱାରେ କ୍ଷୀର ଛିଟା ମାରିବା ଉଚିତ ।

୩- ଘରେ କେବେବି ସୁଖୀ ଯାଇଥିବା ଫୁଲ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଜୀବନରେ ଦୁଖ ପ୍ରାପ୍ତ ହୁଏ । ଗୃହରର ବୈଠକ ଘରେ ସାଧୁ ସନ୍ଥଙ୍କ ଫୋଟୋ ଲଗାଇଲେ ପଜେଟିଭ ଶକ୍ତି ବୃଦ୍ଧି ହୋଇଥାଏ ।

୪- ଘରେ କେବେବି ଗୋଲାକାର ଫର୍ନିଚର ରଖିବା ଉଚିତ ନୁହେଁ । ଏହା ଦ୍ଵାରା ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ । ଘରେ କେବେବି ବଳି ପଡିଥିବା ଔଷଧ ରଖିବା ଅନୁଚିତ । ଏହା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ହୋଇଥାଏ ।

୫- ଘରେ କେବେବି ଭାଙ୍ଗି ଯାଇଥିବା ଜିନିଷ ରଖିବା ଦ୍ଵାରା ପରିବାର ଲୋକଙ୍କ ପାଇଁ ଦୁର୍ଭାଗ୍ୟ ଆଣିଥାଏ । ସନ୍ଧ୍ୟାରେ ଘର କେବେବି ଅନ୍ଧାର କରିବା ଉଚିତ ନୁହେଁ ।

୬- ଯଦି ଘରୁ କୌଣସି ଜରୁରୀ କାମରେ ବାହାରକୁ ଯିବାର ଥାଏ ତେବେ ଠାକୁରଙ୍କୁ ଫୁଲ ଅର୍ପଣ କରିବା ଉଚିତ । ଘରର ଛାତ ଉପରେ ପକ୍ଷୀଙ୍କ ପାଇଁ ଦାନା ଓ ପାଣିର ବ୍ୟବସ୍ଥା କରିଲେ ଉନ୍ନତି ହୁଏ ।

୭- ବାସ୍ତୁ ଅନୁଯାୟୀ ଘରୁ ଆର୍ଥିକ ସମସ୍ଯା ଦୂର କରିବାକୁ ମନି ପ୍ଳାଣ୍ଟ ଲଗାଇବା ଉଚିତ । ଧଳା ବା ନୀଳ ରଙ୍ଗର ଅପରାଜିତା ଫୁଲ ଲଗାଇବା ଦ୍ଵାରା ସମସ୍ଯା ଦୂର ହୋଇଥାଏ ।

୮- କଦଳୀ ଗଛର ସମୃଦ୍ଧିର ପ୍ରତୀକ ହୋଇଥାଏ । ଘରର ଉତ୍ତର-ପୂର୍ବ ଦିଗରେ ଲଗାଇଲେ ଶୁଭ ହୋଇଥାଏ । ଘରେ ସବୁବେଳେ ଝାଡୁ ସୂର୍ଯ୍ୟ ଉଦୟ ପରେ ଲଗାଇବା ଉଚିତ ।

୯- ଝାଡୁକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖିବା ସହ ଠିଆ କରି ରଖିବା ଦ୍ଵାରା ଘରୁ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୧୦- ଯଦି ଅଧିକ ଚାପ ଗ୍ରସ୍ତ ରାହୁଥାନ୍ତି ତେବେ ଗାଧୋଇବା ସମୟରେ ପାଣିରେ ଲୁଣ ମିଶାଇ ଗାଧୋଇବା ଦ୍ଵାରା ଦୂର ହୋଇଥାଏ ।

୧୧- ଗାଧୁଆ ଘରେ ଏକ ଛୋଟ କାଚ ପାତ୍ରରେ ସମୁଦ୍ର ଲୁଣ ରଖିବା ଦ୍ଵାରା ଅଶୁଭତ୍ଵ ଦୂର ହେବା ସହ ପଜେଟିଭ ଶକ୍ତିର ବୃଦ୍ଧି ହୋଇଥାଏ ।

୧୨- ଯଦି ଘରେ ଅଧିକାଂଶ ସମୟ ରୋଗାଗ୍ରସ୍ତ ହେଉଥାନ୍ତି କିମ୍ବା ଅସାନ୍ତି ହେଉଥାଏ ତେବେ କଳା ଲୁଣକୁ ଆଣିରେ ପକାଇ ପୋଛା ଲଗାଇବା ଦ୍ଵାରା ତାହା ଦୂର ହୋଇଥାଏ ।

୧୩- ଘରେ ଯଦି ବୀମ ରହିଥାଏ ତେବେ ବସିବା ବା ଶୋଇବା ଉଚିତ ନୁହେଁ । କେବେବି ଚିରା ପୋଛା ରଖିବା ଉଚିତ ନୁହେଁ ।

୧୪- ପଇସା ସମସ୍ଯା ଦେଖାଯାଉଥିଲେ ତେବେ ଗୋଟେ ଲୁଣ ଥିବା କାଚ ପାତ୍ରରେ ସେଥିରେ ୫ଟି ଲବଙ୍ଗ ପକାଇ ଘର କୋଣରେ ରଖିବା ଦ୍ଵାରା ଅଭାବ ଦୂର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *