ମନୁଷ୍ୟ କେଉଁ କର୍ମ କରିବା ଦ୍ଵାରା ପୁନଃ ମିଳିଥାଏ ମଣିଷ ଜନ୍ମ ? Garuda Purana

ବନ୍ଧୁଗଣ ଏ ଦୁନିଆରେ ଯିଏ ଜନ୍ମ ନେଇଛି ତାର ମୃତୀ ଦିନେ ନା ଦିନେ ନିଶ୍ଚୟ ହୋଇଥାଏ । ଏହା ଏକ କଠୋର ସତ୍ୟ । ଏହାକୁ କେହି ଟାଳି ପାରିବେ ନାହି । ଏମିତି ମାନାଯାଏ ମୃ-ତ୍ୟୁ ପରେ ପୁନଃ ଜନ୍ମ ହୋଇଥାଏ । ଯେମିତି ଦିନ ପରେ ରାତି ଓ ରାତି ପରେ ଦିନ ହୋଇଥାଏ ସେହିପରି ଗରୁଡ ପୁରାଣ ଅନୁଯାୟୀ ପ୍ରତେକ ଜିନିଷର ପୁନଃ ଜନ୍ମ ହୋଇଥାଏ ।

ଯେଉଁ ବ୍ଯକ୍ତିର ଜନ୍ମ ହୋଇଥାଏ ତାର ମୃ-ତ୍ୟୁ ପରେ ପୁନଃ ଜନ୍ମ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ କର୍ମ କରିଲେ ମନୁଷ୍ୟକୁ ଦ୍ଵିତୀୟ ଥର ମନୁଷ୍ୟ ଜନ୍ମ ମିଳିଥାଏ । ଗରୁଡ ପୁରାଣ ଅନୁଯାୟୀ ପ୍ରତେକ ବ୍ୟକ୍ତିକୁ କର୍ମ ଅନୁଯାୟୀ ଫଳ ମିଳିଥାଏ । ମନୁଷ୍ୟ ଆଗାମୀ ଯୋନିରେ କେଉଁ ଜନ୍ମ ନେବ ତାହା ମଧ୍ୟ ଗରୁଡ ପୁରାଣରେ କୁହାଯାଇଛି । ମନୁଷ୍ୟ ଦ୍ଵାରା କରା ଯାଇଥିବା କର୍ମ ଦ୍ଵାରା ଏହା ସ୍ଥିର ହୋଇଥାଏ ।

ଗରୁଡ ପୁରାଣ ଅନୁଯାୟୀ ଯେଉଁ ବ୍ୟକ୍ତି ଭଲ କର୍ମ କରିଥାନ୍ତି ସେମାନଙ୍କୁ ମନୁଷ୍ୟ ଯୋନିରେ ଜନ୍ମ ମିଳିଥାଏ । ଏମିତି ବି ମଣିଷ ଅଛନ୍ତି ଯିଏ ନିଜର କର୍ମ କାରଣରୁ ୮୪ ଲକ୍ଷ ଯୋନି ଭୋଗ କରିଥାନ୍ତି । ଆଉ ଶେଷରେ ତାଙ୍କର ଜନ୍ମ ମନୁଷ୍ୟ ଯୋନିରେ ହୋଇଥାଏ । କର୍ମ ୩ ପ୍ରକାରର ହୋଇଥାଏ ଯଥା ସଞ୍ଚିତ କର୍ମ ଯାହା ପୂର୍ବ କର୍ମର ଫଳ ହୋଇଥାଏ ।

ସେହି ସଞ୍ଚିତ କର୍ମ ଅନୁଯାୟୀ ମଣିଷକୁ ଯେଉଁ ଶରୀର ମିଳିଥାଏ ତାହା ପ୍ରାରବ୍ଧ କର୍ମ ଓ ବର୍ତ୍ତମାନ ରେ ଯାହା କର୍ମ କରୁଛନ୍ତି ତାହା ତ୍ରିୟମାଣ କର୍ମ ଅଟେ । ମନୁଷ୍ୟଙ୍କର ସଞ୍ଚିତ କର୍ମ ସଂସ୍କାର ରୂପରେ ମିଳିଥାଏ । ସମସ୍ତଙ୍କ କର୍ମ ଅନୁଯାୟୀ ଯେଉଁ ସଞ୍ଚିତ ଓ ପ୍ରାରବ୍ଧ କର୍ମ ରହିଥାଏ ସେଥିରୁ ଅଲଗା ଜନ୍ମର ନିର୍ମାଣ ହୋଇଥାଏ । ଯାହା ସ୍ଥିର କରିଥାଏ ମଣିଷର ୮୪ ଲକ୍ଷ ଯୋନିରେ କେଉଁଠି ବି ହୋଇପାରେ।

ତେଣୁ କୁହାଯାଏ ଏହି ଜନ୍ମରେ ଈଶ୍ବରଙ୍କ ଚରଣରେ ପଶିବା ପାଇଁ । ବ୍ୟକ୍ତି ଦୁନିଆକୁ ଏକା ଆସେ ଓ ଏକା ହିଁ ଯାଇଥାଏ । ମାତା,ପିତା, ଜ୍ଞାନୀ, ଗୁରୁ, ପଣ୍ଡିତ ଙ୍କ କେବେ ବି ଅନାଦର କରିବା ଉଚିତ ନୁହେଁ କିମ୍ବା ସେମାନଙ୍କ ପାଇଁ ମନରେ ଖରାପ ବିଚାର ଆଣିବା ଅନୁଚିତ । ଯେଉଁ ବ୍ୟକ୍ତି ଏମିତି କରିଥାଏ ତାକୁ ମହାପାପ ଲାଗିଥାଏ । ଏଭଳି ବ୍ୟକ୍ତି ନର୍କ ଭୋଗ କରିଥାନ୍ତି । ଏମାନେ ଯେତେ ଦାନ ପୂଣ୍ୟ କରିଲେ ବି ସେହି ପାପ ଯାଏ ନାହି ।

ଯେଉଁ ବ୍ୟକ୍ତି ଦାନ, ପୂଣ୍ୟ କରିବା ସହ ଅନ୍ୟର ହିତ ଚିନ୍ତା କରିଥାଏ, ପଶୁପକ୍ଷୀ ଓ ଅନ୍ୟ ଜୀବ ଉପରେ ଦୟା କରିଥାଏ ସେ ମଣିଷ ଜନ୍ମ ପାଇଥାନ୍ତି । ଗରୁଡ ପୂରଣ ଅନୁଯାୟୀ ଯେଉଁ ମଣିଷ ମୃ-ତ୍ୟୁ-ର ଶେଷ ସମୟରେ ଯେଉଁ ଜିନିଷ ଭବିଥାନ୍ତି ତାଙ୍କୁ ସେହି ଅନୁଯାୟୀ ଆଗାମୀ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ଅ-ନ୍ତି-ମ ସମୟରେ ଭଗବାନଙ୍କୁ ସ୍ମରଣ କରି ନିଜର ପ୍ରା-ଣ ତ୍ୟା-ଗ କରେ ସେ ମୋକ୍ଷ ପ୍ରାପ୍ତ କରିଥାଏ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *