କେଉଁ ମାସରେ ଘର ତିଆରି କଲେ ବଢିଥାଏ ଧନ ସମ୍ପତ୍ତି ? Vastu Shastra

ଆପଣ ମାନେ ଜାଣିଥିବେ ଆମେ ଘର କରିବା ପୂର୍ବରୁ ବହୁତ ଲୋକଙ୍କୁ ସେହି ଜାଗା ବିଷୟରେ ପଚାରିବା ସହିତ ସେହି ଜାଗା ବିଷୟରେ ଜ୍ୟୋତିଷଙ୍କ ପାଖକୁ ଯାଇ ସେହି ଜାଗା ବିଷୟରେ ପଚାରି ଥାଉ ।

ଆମେ କେଉଁ ମାସରେ ଘର କଲେ ଆମର ଭଲ ହେବ ସୁଖ ସମୃଦ୍ଧି ବଢିବ । ଏବଂ ଆମେ କିପରି ଭଲରେ ଧନ ଉପାର୍ଜନ କରିବୁ । ଆପଣ ଯଦି ଠିକ ସମୟରେ ଠିକ ମାସରେ ଘର କରିଥିବେ ଓ ଠିକ ଦିନ ଯଦି ହୋଇଥିବ ତେବେ ଆପଣଙ୍କର ସବୁ କିଛି ଶୁଭ ହେବ । କିନ୍ତୁ ଯଦି ଆପଣଙ୍କର ସବୁ ଠିକ ଜିନିଷରେ ନ ହୋଇଥିବ ତେବେ ଆପଣଙ୍କର ସବୁ କିଛି ଅସୁବିଧା ଦେଖା ଦେବା ସହିତ ନିଜର ବା ଘରର କୌଣସି ବ୍ୟକ୍ତିଙ୍କର ଅସୁବିଧା ଦେଖା ଦେଇଥାଏ । ଏହା ଛଡା ସେହି ଘରେ ରହୁଥିବା ବ୍ୟକ୍ତିଙ୍କର ବାରମ୍ବାର ଦୁର୍ଘଟଣା ମଧ୍ୟ ହୋଇଥାଏ ।

ବହୁତ ପ୍ରକାରର ଅଶାନ୍ତି ମଧ୍ୟ ଦେଖା ଦିଏ । ଏପରି କିଛି ଲୋକ ଅଟନ୍ତି ଘର କରିବା ଆରମ୍ଭ କରି ଦିଅନ୍ତି ହେଲେ ଘର କରିପାରନ୍ତି ନାହିଁ । ଯଦି ଆପଣ ଘର କରୁଛନ୍ତି ସେଠାରେ ସବୁ ବେଳେ ଝଗଡା କାହା ସାଙ୍ଗରେ ମନ ନମିଶିଲା ତେବେ ସେ ଘର ତିଆରି କରିବା ଦ୍ଵାରା କି ଲାଭ ହେବ । ପ୍ରଥମେ ଆମେ ଆପଣଙ୍କୁ କହିବୁ ଘର କରିବା ପୂର୍ବରୁ ଆପଣ କରିବା ବାସ୍ତୁ ଉପରେ ଧ୍ୟାନ ରଖିବା ଉଚିତ ।

ଯଦି ଆପଣ ଘର କରିବାକୁ ଚାହୁଁଛନ୍ତି ତେବେ ଆପଣ କିଛି ଏପରି ମାସ ଅଛି ଯାହା ଆପଣ ସେହି ସମୟରେ କଲେ ଆପଣଙ୍କର କିଛି ଅସୁବିଧା ଦେଖା ଦେବ ନାହିଁ । ଯେଉଁ ସମୟରେ ଘର କରିବେ ସେହି ସମୟରେ ଭାବି ଚିନ୍ତି ଘର କରିବେ । କେବେ ହେଲେ ତରବର ହୋଇ କରିବେ ନାହିଁ । ଘରର ମୁଖ୍ୟ ଦ୍ଵାର ଯଦି ଆପଣ ଠିକ ରଖୁଛନ୍ତି ତେବେ ଆପଣଙ୍କର ବିଶେଷ କିଛି କ୍ଷତି ହେବ ନାହିଁ ।

ଯାହା ଦ୍ଵାରା ସବୁ ବେଳ ପାଇଁ ନିଜ ଘରେ ସୁଖ ସମୃଦ୍ଧି ରହିବ ଓ ସବୁ କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ ଘରର ମୁଖ୍ୟ ଦ୍ଵାର ସବୁ ବେଳେ ପାଇଁ ଆପଣ ପୂର୍ବ ଓ ଉତ୍ତର ମୁଖ ରଖିବା ବହୁତ ଶୁଭ ହୋଇଥାଏ । ଏବଂ ଯଦି ଆପଣଙ୍କର ଯଦି କିଛି ଅସୁବିଧା ଥାଏ ତେବେ ଆପଣ ଅନ୍ୟ ପଟରେ କରିପାରିବେ । ତେବେ ଆସନ୍ତୁ ଜାଣିବା ଆପଣ କେଉଁ ମାସରେ ଘର କରିବା ଦ୍ଵାରା ଆପଣଙ୍କର କିଛି ଅସୁବିଧା ଦେଖାଦେବ ନାହିଁ ।

ଯଦି ଆପଣ ବୈଶାଖ ମାସରେ ଘର ଆରମ୍ଭ କରୁଛନ୍ତି ତେବେ ଧନ ରତ୍ନ ଲାଭ ହେବା ସହିତ ବହୁତ ଊର୍ଣ୍ଣତି ମଧ୍ୟ ହୋଇଥାଏ । ଯଦି ଆପଣ ଜ୍ୟଷ୍ଠ ମାସରେ ଘର ଆରମ୍ଭ କରୁଛନ୍ତି ତେବେ ଗୃହ କର୍ତାର ମୃତ୍ୟୁ ହୋଇଥାଏ ଓ କାର୍ଯ୍ୟରେ ମଧ୍ୟ ବାଧା ଆସିଥାଏ । ଯଦି ଆପଣ ଆଷାଢ ମାସରେ କରୁଛନ୍ତି ତେବେ ନିଜର ଭଲ ଲାଭ ହେବ ଓ ଗୃହ ପାଳିତ ପଶୁଙ୍କର ମଧ୍ୟ ବୃଦ୍ଧି ହେବ ।

ଶ୍ରାବଣ ମାସରେ କରୁଛନ୍ତି ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ ହୋଇଯିବ । ଆଶ୍ଵିନ ମାସରେ ଯଦି କରୁଛନ୍ତି ତେବେ ରୋଗ ବୃଦ୍ଧି ହୋଇଥାଏ । କାର୍ତ୍ତିକ ମାସରେ ଯଦି ଘର କରୁଛନ୍ତି ତେବେ ଚୋରି ହେବାର ସମ୍ଭାବନା ଥାଏ । ମାର୍ଗଶିର ମାସରେ ଯଦି ଘର ଆରମ୍ଭ କରନ୍ତି ତେବେ ଧନରେ ବୃଦ୍ଧି ହୋଇଥାଏ । ପୌଷ ମାସରେ ଯଦି କରୁଛନ୍ତି ତେବେ ଏହି ମାସରେ ମଧ୍ୟ ଚୋରୀ ହେବାର ସମ୍ଭାବନା ଅଛି । ମାଘ ମାସରେ ଯଦି କରୁଛନ୍ତି ତେବେ ସୁବର୍ଣ୍ଣ ମିଳିବାର ଯୋଗ ଅଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *