କେଉଁ ପଶୁଙ୍କୁ ପାଳିଲେ ହୋଇଥାଏ ଧନଲାଭ ? ଦେଖନ୍ତୁ Shakuna Shastra

ନମସ୍କାର ବନ୍ଧୁଗଣ, ସଂସାରରେ ସମସ୍ତଙ୍କର ଗୁରୁତ୍ଵ ରହିଛି । ଯେଉଁଥି ପାଇଁ ଏହି ସଂସାର ଚାଲିଛି । ନଚେତ କେହି ମଧ୍ୟ କାହାକୁ ଖାତିର କରନ୍ତେ ନାହିଁ । କାହାର ଯତ୍ନ ମଧ୍ୟ ନିଅନ୍ତେ ନାହିଁ ସେ ପଶୁ ହେଉ ବା ମଣିଷ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ କେଉଁ ପଶୁକୁ ଘରେ ପାଳିବା ଦ୍ଵାରା ଘରେ ହୋଇଥାଏ ଧନର ବୃଦ୍ଧି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପଶୁଙ୍କ ବିଷୟରେ ଯାହାକୁ ଘରେ ପାଳିବା ଦ୍ଵାରା ଧନ ସମ୍ପତ୍ତି ବଢିଥାଏ ।

କୁକୁର: ସବୁବେଳେ ଦୁନିଆରେ କୁକୁରକୁ ନିଚ୍ଚ ମାନଯାଇଥାଏ । ହେଲେ ଆପଣ ଜାଣନ୍ତି ନାହିଁ କୁକୁର ହିଁ ସବୁଠାରୁ ଶକ୍ତିଶାଳୀ ହୋଇଥାଏ ଧନକୁ ଘରକୁ ଟାଣି ଆଣିବା ପାଇଁ । କୁକୁରକୁ ଘରେ ରଖି ସକାଳ ସଞ୍ଜରେ ରୁଟି ଖାଇବାକୁ ଦେଲେ ମଣିଷକୁ ଅପାର ଧନର ପ୍ରାପ୍ତି ହୋଇଥାଏ । କୁକୁରକୁ ଭଗବାନ ଭୈରବନାଥଙ୍କ ସେବକ ମନାଯାଏ । ତେଣୁ କେବେ କୁକୁରର ଅପମାନ କରନ୍ତୁ ନାହିଁ ।

କଇଁଛ: ବାସ୍ତୁ ଅନୁଯାୟୀ କଇଁଛକୁ ଘରେ ପାଳିବା ବହୁତ ଶୁଭ ହୋଇଥାଏ ।କୁହାଯାଏ ଯେଉଁଠାରେ କଇଁଛର ବାସ ହୋଇଥାଏ ସେହିଠାରେ ମା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି । ଯଦି ଆପଣ ଘରେ କଇଁଛ ପାଳିପାରିବେ ନାହିଁ ତେବେ ଘରେ ପିତ୍ତଳ କଇଁଛ ରଖି ନିହାତି  ପୂଜା କରନ୍ତୁ । କଇଁଛ ଘରକୁ ସୁଖ ଶାନ୍ତି ଆଣିଥାଏ ।

ବେଙ୍ଗ: ଘରକୁ ବେଙ୍ଗ ଆସିବା ଶୁଭ ହୋଇଥାଏ । ଘରକୁ ରୋଗମୁକ୍ତ ରଖିବା ପାଇଁ ବେଙ୍ଗ ପାଳିବା ବହୁତ ଭଲ ହୋଇଥାଏ । ପ୍ରକୃତ ବେଙ୍ଗ ନରଖି ପାରିଲେ ପିତ୍ତଳ ବେଙ୍ଗ ଆପଣ ରଖିପାରିବେ । ଏହା ଘରକୁ ଧନ ଆଗମନର ରାସ୍ତା ଖୋଲିଦେଇଥାଏ । ସବୁଦିନ ଘରୁ ବାହାରିବା ପୂର୍ବରୁ ବେଙ୍ଗ ଦେଖି ଯିବା ଶୁଭ ହୋଇଥାଏ ।

ମାଛ: ଘରେ ମାଛ ପାଳିବା ଧନ ପ୍ରାପ୍ତିର ସବୁଠାରୁ ଉତ୍ତମ ସ୍ରୋତ ହୋଇଥାଏ । ଆପଣ ଘରେ ଅକୁଆରିଅମ ରଖି ସେଥିରେ ମାଛ ରଖନ୍ତୁ ଏବଂ ତାଙ୍କୁ ଖାଇବାକୁ ଦିଅନ୍ତୁ । ଘରେ ସୁନା ରଙ୍ଗର ମାଛ ପାଳିବା ଦ୍ଵାରା ଧନର ପ୍ରାପ୍ତି ହେବା ସହ ଘରେ ସୁଖ ଶାନ୍ତି ଲାଗିରହିଥାଏ । ମାଛକୁ ଖାଇବାକୁ ଦେବାଦ୍ଵାରା ଘରର ଗ୍ରହ ଦୋଷ କଟିଯାଇଥାଏ ।

ଠେକୁଆ: ଘରେ ଠେକୁଆ ପାଳିବା ବହୁତ ଭଲ ହୋଇଥାଏ । ଏମାନଙ୍କୁ ଘରେ ପାଳିବା ଦ୍ଵାରା ଘରୁ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ । ଯୋଡି ଠେକୁଆ ଘରେ ରହିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଭଲ ରହିଥାଏ । ଧନର ଅଭାବକୁ ମଧ୍ୟ ଠେକୁଆ ଦୂର କରିଦେଇଥାଏ । ଶୁଆ:ଘରେ ଶୁଆ ପାଳିବା ଦ୍ଵାରା ଘରକୁ ଆଗାମୀ ସମୟରେ ଆସିବାକୁ ଥିବା ଅସୁବିଧାର ସଙ୍କେତ ଆଗରୁ ହିଁ ଜଣା ପଡିଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *