ସାରଥି ବାବାଙ୍କ ଭକ୍ତ କଲେ ଆରତୀ ସହ ପୂଜାର୍ଚ୍ଚନା… କିଛି ଏମିତି ପାଳନ କଲେ ସାରଥି ବାବାଙ୍କ Birthday

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଫୁଲମାଳ ଦେଇ ଦୀପ ଧୂପ ଲଗାଇ ଭକ୍ତିର ସହ ପୂଜା କରା ଯାଉଛି । ସେହି ଭଗବାନ ହେଉଛନ୍ତି ସାରଥି ବାବା ଯାହାଙ୍କର ଜନ୍ମ ଦିନ ପାଳନ କରା ଯାଉଛି । ଆପଣ ମାନେ ଦେଖି ପାରିବେ କେତେ ମହିଳା ମାନେ ଏକତ୍ର ହୋଇ ସାରଥି ବାବାଙ୍କ ପୂଜା କରିବା ସହ ତାଙ୍କ ଜନ୍ମଦିନ ଧୂମଧାମ ରେ ପାଳନ କରିଛନ୍ତି । ଏମିତି କି ବାବାଙ୍କ ପାଇଁ କେକ ମଧ୍ୟ ଆସିଛି । କେକ କଟା ହୋଇ ବାବାଙ୍କ ଫୋଟୋରେ ଖୁଆଇ ଦେଉଛନ୍ତି ମହିଳା ଜଣକ ।

ସାରଥି ବାବା କଣ ଜେଲରୁ ଆସିବା ପରେ ଆଉ ଗୋପାଳ କୃଷ୍ଣ ବେସ ହୋଇ ପାରିବେ ନାଁ ଆଉ ପାଦରୁ କ୍ଷୀର ଝରିବ ? କିନ୍ତୁ ଏହି ଭିଡିଓ ଦେଖି ଲାଗୁଛି କି ଏହା ହୁଏ ତ ଆଗାମୀ ଭବିଷ୍ୟତ ରେ ସମ୍ଭବ ହୋଇ ପାରିବ । କେବେଳ ଏମିତି ନୁହେଁ ବରଂ ସାରଥି ବାବାଙ୍କ ଜନ୍ମ ଦିନରେ ଭୋଜିର ମଧ୍ୟ ଆୟୋଜନ କରା ଯାଇଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଭାତ ରୋଷେଇ ଚାଲିଛି । ତେବେ ସାରଥୀ ବାବାଙ୍କ ଜନ୍ମଦିନ ସହରାଞ୍ଚଳ ବାସଶୂନ୍ୟଙ୍କ ଆଶ୍ରୟ ସ୍ଥଳୀରେ ବହୁତ ଯାକ ଜକମରେ ପାଳନ କରା ଯାଉଛି ।

ଖାଲି ଏତିକି ନୁହେଁ ବରଂ ସାରଥି ବାବାଙ୍କ ଫୋଟୋ ପୂଜା ହେଉଥିବା ସମୟରେ ବାଲକୁନି ଉପରେ ମା ମାଉସୀ ମାନେ ଚାତକ ଭଳି ଅନେଇ ରହିଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ମହିଳା ମାନେ ସାରଥି ଅବବାଙ୍କ ସପକ୍ଷରେ କହିଛନ୍ତି ଯେ ବାବାଙ୍କ ବିରୁଦ୍ଧରେ ସଠିକ ପ୍ରମାଣ ମିଳି ନାହିଁ ଯେ ସେ ଅ-ପ-ରା-ଧୀ ବୋଲି । ଆଜି ବି ସେମାନଙ୍କ ମନରେ ବାବାଙ୍କ ପାଇଁ ଭକ୍ତି ବାହାବା ରହିଛି ଆଗକୁ ମଧ୍ୟ ଆହୁରି ବଢିବ ବୋଲି ମହିଳା ଭକ୍ତ ଜଣକ ରାଏ ଦେଇଛନ୍ତି । ଏଠାରେ କେବେଳ ବାବାଙ୍କ ଜନ୍ମଦିନ ପାଳନ କରା ଯାଇଛି କୌଣସି ପ୍ରକାରର ଥଟ୍ଟା ପରିହାସ କରାଯାଉ ନାହି ବୋଲି ଅନ୍ୟ ଜଣେ ମହିଳା ଭକ୍ତ କହିଛନ୍ତି ।

ତେବେ ସାରଥି ବାବା ବର୍ତ୍ତମାନ ଜେ-ଲ ରୁ ବେଲରେ ଆସିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ଭକ୍ତ ମାନେ ଏମିତି ଭାବେ ଜନ୍ମଦିନ ପାଳନ କରିଛନ୍ତି ବୋଲି ଜଣା ପଡୁଛି । ତେବେ ସାରଥି ବାବା ଆଗକୁ ହୁଏ ତ ପୁଣି ଥରେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରି ଦେବେ । କାରଣ ଯେଉଁ ଠାରେ ଏଭଳି ଭକ୍ତ ମାନେ ତାଙ୍କର ଅଛନ୍ତି ଓ ଏତେ ଶ୍ରଦ୍ଧା ର ସହ ତାଙ୍କ ପୂଜା ପାଠ କରା ଯାଉଛି ଅଗକୁ ଯାଇ ହୁଏ ତ ଏହା ସମ୍ଭବ ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *