ନମସ୍କାର ବନ୍ଧୁଗଣ, ଜୀବନରେ ତ ସୁଖ ଦୁଖ ଲାଗି ରହିଛି । କିନ୍ତୁ ସମସ୍ତେ ସୁଖର ଆଶା ହିଁ ରଖିଥାନ୍ତି । ଏବଂ ଚାହିଥାନ୍ତି ନିଜର ଆଗାମୀ ସମୟ ବିଷୟରେ ଟିକେ ଜାଣିବା ପାଇଁ । ଯାହା ଫଳରେ ସେ ନିଜର ଭୁଲକୁ ସୁଧାରୀ ଘଟିବାକୁ ଥିବା ଅଘଟଣକୁ ଅଟକାଇ ପାରିବେ ବୋଲି । ତେବେ ଭବିଷ୍ୟତ ତ କେହି ଦେଖିନାହାନ୍ତି କିନ୍ତୁ ଗୋଟିଏ ବ୍ୟକ୍ତିର ରାଶିରୁ ଏହିସବୁ ଘଟଣା ବିଷୟରେ ଜାଣିହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ ।
ପ୍ରଥମ: ସବୁଠାରୁ ପ୍ରଥମେ ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ । ସନ୍ତାନକୁ ନେଇ ଯଦି କୌଣସି ପ୍ରକାର ଚିନ୍ତାରେ ରହୁଥିଲେ ତେବେ ସେହି ସବୁର ଅନ୍ତ ହେବାର ଅଛି । ଯେଉନମାନଙ୍କର ସନ୍ତାନ ଅଛନ୍ତି ସେମାନଙ୍କ ଜୀବନରେ ବହୁତ ପ୍ରକାର ସଂଘର୍ଷ ଆସିଥିବ । ସନ୍ତାନ ମାନଙ୍କର କିଛି କାର୍ଯ୍ୟ ଆପଣଙ୍କୁ ବହୁତ ଚିନ୍ତାରେ ପକାଇଥିବା ସେହି ସବୁ ଦୂର ହେବ ।
ଦିତୀୟ: ବିଦ୍ୟାର୍ଥୀ ମାନଙ୍କ ଜୀବନରେ ବହୁତ ସଫଳତା ମିଳିବାକୁ ଯାଉଛି । ଏହି ସମୟରେ ଆପଣଙ୍କର ରହିଥିବା ସମସ୍ତ ସମସ୍ୟା ଦୁର ହେବ । ଆପଣଙ୍କର ରେଜଲ୍ଟ ବହୁତ ଭଲ ଆସିବ । ଆଗକୁ ବଢିବାର ସୁଯୋଗ ମିଳିବ । ଗୁରୁ ମାନଙ୍କର ଏବଂ ବନ୍ଧୁ ମାନଙ୍କର ସହଯୋଗର ହାତ ବଢାଇବେ ଆପଣଙ୍କ ପାଇଁ ।
ତୃତୀୟ: କ୍ରିଡା ସମ୍ବନ୍ଧୀୟ କୌଣସି ବ୍ୟାପାରର ଅଧିକାରୀ ଅଟନ୍ତି ତେବେ ଅଧିକ ଲାଭ ମିଳିବ । ଯଦି ଆପଣ ପ୍ରତିରକ୍ଷା ସହ ଜଡିତ ହୋଇ ଅଛନ୍ତି ତେବେ ଏହି ସମୟରେ ଆପଣଙ୍କୁ ସବୁ କକ୍ଷେତ୍ରରୁ ଶୁଭ ଫଳ ମିଳିବ । ଡାକ୍ତର, ଇଞ୍ଜିନିୟର ଏହି ସମୟରେ ନାମ ଓ ଖୁବ ଧନ ଅର୍ଜନ କରିବେ । ଆପଣଙ୍କ କଷ୍ଟ ଆପଣଙ୍କୁ ଉଚିତ ଫଳ ଦେବ । ଚତୁର୍ଥ: ଯେଉଁ ମାନେ ବିବାହ ପାଇଁ ରହିଛନ୍ତି ସେମାନଙ୍କ ପାଇଁ ଜନ୍ମ ଭୂମିଠାରୁ ବହୁତ ଦୁରରେ କୌଣସି ବିବାହ ପ୍ରସ୍ତାବ ଆସିପାରେ ।
ଏବଂ ଆପଣଙ୍କର ବିବାହ ମଧ୍ୟ ହୋଇପାରେ । ଆପଣଙ୍କର ସମସ୍ତ ଇଚ୍ଛା ଏହି ସମୟରେ ପୂରଣ ହେବ । ସ୍ଵାଭାବରେ ଆପଣ ଟିକେ କ୍ରୋଧିତ ରହିବେ ଏହି ୪୪ ଦିନ ପର୍ଯ୍ୟନ୍ତ । ପଞ୍ଚମ: ଭାଇ ମାନଙ୍କ ସହିତ କୌଣସି ମନାନ୍ତର ହୋଇପାରେ । ନିଜର କଥା କହିବା ଶୈଳୀ ଉପରେ ନିଜର ନିୟନ୍ତ୍ରଣ ରଖନ୍ତୁ । ଏହାଫଳରେ ଆପଣ କଳି ଝଗଡାରୁ ବଞ୍ଚିତ ହୋଇ ରହିପାରିବେ । ଏହା ଛଡା ଅନ୍ୟ କୌଣସି ସମସ୍ୟା ରାହୁନାହିଁ ଏହି ସମୟରେ ।
ଷଷ୍ଠ: ଯେଉଁ ମାନେ ନିଜର ଘର କରିବା ପାଇ ସ୍ଵପ୍ନ ଦେଖିଛନ୍ତି ତାହା ପୁରଣ ହେବ । ଏବଂ ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ । ଏହି ୪୪ ଦିନ ମଧ୍ୟରେ ଆପଣଙ୍କ ସମସ୍ତ ଯୋଜନା ସଠିକ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।