ଲାଇଫ ଟାଇମ ଆପଣଙ୍କ ଅଣ୍ଟା ବିନ୍ଧିବ ନାହିଁ, ବିନ୍ଧୁଥିଲେ ଛାଡି ଯିବ…. କେମିତି ଜାଣିବା ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଅଣ୍ଟା ବିନ୍ଧା ଏକ ସାଧାରଣ ରୋଗ ହେଲେ ମଧ୍ୟ କୌଣସି ବଡ ରୋଗରୁ କମ ନୁହେଁ । କାରଣ ଏହି ଅଣ୍ଟା ବିନ୍ଧା ମଣିଷକୁ ବହୁତ କଷ୍ଟ ଦେଇଥାଏ । ବୟସ୍କ ବ୍ୟକ୍ତିଙ୍କ ଠାରେ ଏହି ଅଣ୍ଟା ବିନ୍ଧା ସାଧାରଣ ହୋଇସାରିଲାଣି । କୌଣସି ଜାଗାରେ ବସିବା ପାଇଁ ଅନ୍ୟର ସାହାରା ବିନା ବସି ହେବ ନାହିଁ କିମ୍ବା ଉଠି ହେବ ନାହିଁ । ଏହି ଅଣ୍ଟା ବିନ୍ଧାରୁ ମୁକ୍ତି ପାଇବା ପାଇଁ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଘରୋଇ ଉପଚାର ଯାହା ଆପଣଙ୍କ ଅଣ୍ଟା ବିନ୍ଧା କଷ୍ଟକୁ ସମ୍ପୂର୍ଣ ଦୂରେଇ ଦେବ ।

ଉପାୟଟିକୁ ବନାଇବା ପାଇଁ ଆପଣ ପ୍ରଥମେ ୧୦ ରୁ ୧୫ଟି ରସୁଣର ପାଖୁଡା ନିଅନ୍ତୁ । ଆପଣ ଏହି ରସୁଣ ପାଖୁଡାକୁ ଅଳ୍ପ ବାଟି ଦିଅନ୍ତୁ । ଚାହିଁଲେ ଆପଣ ଛେଚି ପାରିବେ । ରସୁଣରେ ଭିଟାମିନB, ଭିଟାମିନC, କ୍ୟାଲସିୟମ, କପର ଇତ୍ୟାଦି ଭରି ହୋଇ ରହିଛି । ଏହା ଆପଣଙ୍କ ଶରୀର ପାଇଁ ବହୁତ ଫାଇଦା ଆଣିଥାଏ ।

ଆପଣ ବଟା ହୋଇଥିବା ରସୁଣରେ ଦିତୀୟ ସାମଗ୍ରୀ ଭାବରେ ଏକ ଚାମଚ ନଡିଆ ତେଲ ମିଶାନ୍ତୁ । ଏହାପରେ ଆପଣ ତୃତୀୟ ସାମଗ୍ରୀ ଭାବରେ ଏକ ଚାମଚ ରାଶି ତେଲ ମିଶାନ୍ତୁ । ଚତୁର୍ଥ ସାମଗ୍ରୀ ଭାବରେ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ । ଆପଣ ଭଲ ଭାବରେ ଏହାକୁ ମିଶାଇ ଦିଅନ୍ତୁ । ଏଥିରେ ପ୍ରୟୋଗ ହୋଇଥିବା ତିନୋଟି ଯାକ ତେଲକୁ ଆପଣ ସମାନ ପରିମାଣରେ ନେବା ଦରକାର । ଆପଣ ଏହାକୁ ଖରାରେ ରଖି ଗରମ ହେବାକୁ ଦିଅନ୍ତୁ ।

ଆପଣଙ୍କୁ ୧୦ ରୁ ୧୫ ଦିନ ଏହି ମିଶ୍ରଣକୁ ଖରାରେ ରଖି ତତାଇବାକୁ ପଡିବ । ଏହାପରେ ଯାଇ ଆପଣଙ୍କ ଉପାୟ ପ୍ରସ୍ତୁତ ହେବ । ଯଦି ଆପଣ ତୁରନ୍ତ ଏହାକୁ ବନାଇ ଲଗାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଆଉ ଏକ ଉପାୟ ଜାଣି ରଖନ୍ତୁ । ଆପଣ ଉପରେ ପ୍ରସ୍ତୁତ ହୋଇଥିବା ଉପାୟକୁ ଗ୍ଯାସ ଉପରେ ଏକ ପାତ୍ରରେ ପାଣି ଗରମ କରନ୍ତୁ ତା ଭିତରେ ଏହି ମିଶ୍ରଣଟିକୁ ରଖିଥିବା ପାତ୍ରକୁ ଭସାଇ ଦିଅନ୍ତୁ ।

ଏହିଭଳି ଭାବରେ ଆପଣ କମ ଆଞ୍ଚରେ ଏହାକୁ ୧୦ ରୁ ୧୫ ମିନିଟ ଗରମ କରନ୍ତୁ । ଏହାପରେ ଆପଣ ଏହାକୁ ସେହିଭଳି ରହିବାକୁ ଛାଡିଦିଅନ୍ତୁ । ଯେତେବେଳ ପର୍ଯ୍ୟନ୍ତ ଏହା ସାଧାରଣ ତାପମାତ୍ରାକୁ ନ ଆସିଛି । ଆପଣ ଏହି ମିଶ୍ରଣକୁ ପ୍ରତିଦିନ ଆପଣଙ୍କ ଅଣ୍ଟାରେ ମାଲିସ କରନ୍ତୁ । ଆପଣ ମାଲିସ କରିବାର ଉପାୟ ହେଉଛି ବେକ ଆଡୁ ଅଣ୍ଟା ପର୍ଯ୍ୟନ୍ତ ହାତ ନେଇ ମାଲିସ କରନ୍ତୁ ।

ହାଲକ ହାତରେ ଆପଣ ମାଲିସ କରନ୍ତୁ ବେଶି ଚାପ ପକାଇ ମାଲିସ କରିବା ଆବଶ୍ୟକ ନାହିଁ । ଗୋଡ ଏବଂ ଗୋଇଠିରେ ମଧ୍ୟ ଏହାକୁ ଭଲ ଭାବରେ ଲଗାଇ ମାଲିସ କରନ୍ତୁ । ଏହା ଆପଣଙ୍କ ଅଣ୍ଟା ବିନ୍ଧାକୁ ସମ୍ପୂର୍ଣ ଭଲ କରିଦେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *