ମୟୂର ପଙ୍ଖ ସହ ଜଡିତ ଅଦ୍ଭୁତ କଥା ଯାହା କେହି ଜାଣି ନାହାନ୍ତି! ଦେଖନ୍ତୁ ଏହାର 20ଟି ଫାଇଦା- Vastu Shastra

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ଆପଣ ମାନେ ଜାଣିବାକୁ ପାଇବେ ମୟୂର ପର ବିଷୟରେ ଜଡିତ ଅନେକ କଥା । ମୟୂରକୁ ନେଇ ପୌରାଣିକ ସମୟରେ ଅନେକ କଥା ରହିଛି । ମୟୂର ପରକୁ ଭଗବାନ ଶ୍ରୀକୃଷ୍ଣଙ୍କର ମୁକୁଟରେ ରହିବାକୁ ସ୍ଥାନ ମିଳିଛି । ସେହି ପରି ଇନ୍ଦ୍ରଦେବ ମଧ୍ୟ ମୟୂର ପରରେ ତିଆରି ସିଂହାସନ ରେ ବସିଥାନ୍ତି । ବହୁତ ବର୍ଷ ତଳେ ମୁନି ରୁଷି ମାନେ ନିଜର ପୋଥି ତଥା ଅନ୍ୟ ପୁସ୍ତକମାନ ଲେଖିବା ପାଇଁ ମୟୂର ପରକୁ ବ୍ୟବହାର କରିଥିଲେ । ସେଥିପାଇଁ ସମସ୍ତ ଶାସ୍ତ୍ର, ଗ୍ରନ୍ଥ, ବାସ୍ତୁ ତଥା ଜ୍ଯୋତିଷ ଶାସ୍ତ୍ରରେ ମୟୁର ପରକୁ ବିଶେଷ ସ୍ଥାନ ମିଳିଛି ।

ଯେଉଁ ବ୍ୟକ୍ତିମାନେ ୨ଟି ମୟୂର ପରକୁ ଘରେ ରଖିଥାନ୍ତି । ସେମାନଙ୍କ ଘରେ କେହି କାହାଠୁ ଅଲଗା ହୋଇ ରହିନଥାନ୍ତି । ପୁରା ପରିବାର ମିଳି ମିଶିକି ଏକାଠି ହୋଇ ଖୁସିରେ ଚଳିଥାନ୍ତି । ଯେଉଁ ଲୋକମାନେ ନିଜ ପାଖରେ ସବୁବେଳେ ମୟୂର ପର ରଖିଥାନ୍ତି । ସେମାନଙ୍କର କେବେ ଅମଙ୍ଗଳ ହୋଇନଥାଏ । ଯେତେ ବଡ ବିପଦ ଆସିଲେ ମଧ୍ୟ ସେଥିରୁ ସେମାନେ ଅଳ୍ପକେ ବର୍ତ୍ତୀଯାଇଥାନ୍ତି ।

ଘରେ ସବୁବେଳେ ଯେଉଁ ମାନେ ମୟୂର ପରକୁ ସାଇତି ରଖିଥାନ୍ତି । ସେମାନଙ୍କର ଘରେ ନକରାତ୍ମକ ଶକ୍ତିର ନାଶ ହୋଇଥାଏ ଓ ସକାରାତ୍ମକ ଶକ୍ତିର ବିକାଶ ହୋଇଥାଏ । ଯେଉଁ ପିଲାମାନେ ପାଠ ପଢାରେ ଦୁର୍ବଳ ଥାନ୍ତି କିମ୍ବା ତାଙ୍କ ପଢା ପ୍ରତି ଆଗ୍ରହ ନଥାଏ । ସେମାନଙ୍କ ସ୍କୁଲ ବ୍ୟାଗରେ ଯଦି ମୟୁର ପରକୁ ରଖିଦେବେ । ତାହେଲେ ତାଙ୍କର ପାଠ ପଢାରେ ମନ ଲାଗିବା ସହିତ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହେବ ।

ଆପଣଙ୍କ ପର୍ସ କିମ୍ବା ଡାଏରୀରେ ଯଦି ମୟୁର ପରକୁ ରଖନ୍ତି, ତେବେ ରାହୁ ଦଶା ଆପଣଙ୍କର କଟିଯାଇଥାଏ । ମୟୂରର ପ୍ରିୟ ଖାଦ୍ଯ ସାପ ହୋଇଥାଏ । ଯେଉଁଠି ମୟୂର ଥାଏ ସେଠିକି ସାପ ଯାଇନଥାଏ । ଯଦି ଆପଣ ସାପ ଦେଖି ଭୟଭୀତ ହୋଇଥାନ୍ତି । ତେବେ ସବୁବେଳେ ମୟୂର ପରକୁ ନିଜ ପାଖରେ ରଖନ୍ତୁ । ବେଳେ ମୟୂର ପରକୁ ନିଜ ମଥାରେ ପିନ୍ଧିବା ଦ୍ଵାରା ପାଠ ଭଲ ହୋଇଥାଏ । ଘରର ମୁଖ୍ୟ ଦ୍ଵାର ଯଦି ବାସ୍ତୁ ବିରୋଧ ହୋଇଥାଏ, ତେବେ ସେଠି ୩ଟି ମୟୂର ପର ରଖି ତା ତଳେ ଗଣେଶଙ୍କ ଚିତ୍ର ଆଙ୍କି ଦିଅନ୍ତୁ ।

ଏହା କରିବା ଦ୍ଵାରା ବାସ୍ତୁ ଦୋଷ କଟିଯାଇଥାଏ । ଯଦି ଜୀବନରେ ଅଚାନକ ଭାବରେ ବିପତ୍ତି ଆସିଯାଇଥାଏ, ତେବେ ଘର କିମ୍ବା ବେଡରୁମ୍ ରେ ମୟୂର ପରକୁ ରଖିବା ଦ୍ଵାରା ସବୁ କିଛି ଠିକ ହୋଇଯାଇଥାଏ । ଯଦି ଦାମ୍ପତ୍ୟ ଜୀବନରେ କଳହ ଲାଗିରହୁଥାଏ, ତେବେ ମୟୂର ପର ଆଣି ନିଜ ବାହାଘର ଆଲବମ ରେ ରଖୀଦିଅନ୍ତୁ । ଏହା କରିବା ଦ୍ଵାରା ଝଗଡା ନ ହେବା ସହିତ ପ୍ରେମ ସମ୍ପର୍କ ନିବିଡ ହୋଇଥାଏ । ରାତିରେ ଘର ଅଗଣାରେ ମୟୂର ପର ରଖିବା ଦ୍ଵାରା ନକରାତ୍ମକ ଶକ୍ତିର କ୍ଷୟ ହୋଇଥାଏ ।

ମୟୂର ପରକୁ ସବୁବେଳେ ନିଜ ପାଖରେ ରଖିବା ଦ୍ଵାରା ଆପଣ ସବୁ କାମରେ ସଫଳତା ହାସଲ କରିପାରିବେ । ମୟୂର ପରକୁ ମୁଣ୍ଡ ଉପରେ ରଖୀ ଶୋଇବା ଦ୍ଵାରା କେବେ ଖରାପ ସ୍ଵପ୍ନ ଆସିନଥାଏ । କେବେ ହେଲେବି ମୟୂର ପରକୁ ତଳେ ଫୋପାଡିବା ଉଚିତ ନୁହେଁ, ଏହା କରିବା ଦ୍ଵାରା କୃଷ୍ଣ ଭଗବାନଙ୍କର ଅପମାନ ହୋଇଥାଏ ଓ ଆପଣଙ୍କର କ୍ଷତି ହୋଇଥାଏ ।

ଯଦି କିଏ ଅଜାଣତରେ ମୟୂର ପର ଆପଣଙ୍କୁ ଦେଇଥାଏ, ତେବେ ଆପଣଙ୍କ ଜୀବନରେ ଅଚାନକ ଖୁସି ଆସିବାର ସମ୍ଭାବନା ଥାଏ । ମୟୂର ପର ମୟୂର ଠାରୁ ଅଲଗା ହେବାପରେ ମଧ୍ୟ ଏହା ଜୀବିତ ରହିଥାଏ । ସେଥିପାଇଁ ଏହା ପ୍ରଭାବଶାଳି ହୋଇଥାଏ । କୌଣସି ଶୁଭ ମୂହୁର୍ତ୍ତରେ କିଣି ଘରକୁ ଆଣନ୍ତୁ, ଏହା ଦ୍ଵାରା ଆପଣଙ୍କର ମଙ୍ଗଳ ହେବ ।

ଘରର ଦକ୍ଷିଣ ପୂର୍ବ କୋଣରେ ମୟୂର ପର ରଖିବା ଦ୍ଵାରା ଘରକୁ ଶୁଭ ଫଳ ପ୍ରାପ୍ତହୋଇଥାଏ । ଘରକୁ ମୟୂର ପର ଆଣିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଧରି ଆଣନ୍ତୁ ଏବଂ ଭଙ୍ଗା ନ ଆଣି ଭଲ ମୟୂର ପର ଆଣନ୍ତୁ । ଏହା ଦ୍ଵାରା ଆପଣଙ୍କ ମଙ୍ଗଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *