ଦୁର୍ଗା ପୂଜା 2021, ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଏହି ଚମତ୍କାରି ଫୁଲ… ବଦଳିବଯିବ ଭାଗ୍ୟ

ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ । ଚୈତ୍ର ମାସରେ ଓ ଦୁର୍ଗାପୂଜା ଭାବେ ନବରାତ୍ରି ପାଳନ କରାଯାଏ । ଏହି ନଅ ଦିନରେ ମା ଦୂର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ । ଦଶମୀ ଦିନ ଦଶହରା ଭାବେ ପାଳନ କରା ଯାଇଥାଏ । ମା ଦୂର୍ଗା ମହାଦେବଙ୍କୁ ସ୍ଵାମୀଙ୍କ ରୂପରେ ପାଇବା ପାଇଁ ଯେଉଁ କଠିନ ତପସ୍ୟା କରିଥିଲେ ସେହିପରି ଯେଉଁ ମହିଳା ମାନେ ଏହି ନଅ ଦିନରେ ମା ଦୂର୍ଗାଙ୍କୁ ପୂଜା କରିଥାନ୍ତି ତାଙ୍କର ସବୁ ମନସ୍କାମନା ପୂରଣ ହେବ । ଆଜି ଆମେ ଆପଣ ମାନଙ୍କୁ ମା ଦୂର୍ଗାଙ୍କ ପାଖରେ କେଉଁ ଫୁଲ ଅର୍ପଣ କରିଲେ ମା ଦୂର୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମରେ ପୂଜା ପାଠରେ ଫୁଲର ବିଶେଷ ମହତ୍ଵ ରହିଛି । ମନ୍ଦାର ଫୁଲର ଅନ୍ୟ ନାମ ହେଉଛି ପାରିଜାତ ଫୁଲ । ଦେବୀଙ୍କ ପୂଜାରେ ନାଲି ରଙ୍ଗର ଫୁଲ ଓ ଦେବତାଙ୍କ ପୂଜାରେ ହଳଦିଆ ଫୁଲ ବ୍ୟବହାର କରାଯାଏ । ଏହି ନବରାତ୍ରିରେ ମା ଦୂର୍ଗାଙ୍କୁ ୧୧ଟି ବା ୯ଟି ମନ୍ଦାର ଫୁଲ ଅର୍ପଣ କରିଲେ ଆପଣଙ୍କର ମନସ୍କାମନା ପୂରଣ ହୋଇଥାଏ । ଆପଣ ଯେତେ ପ୍ରକାର ଭୋଗ ଲଗାଇଲେ ମଧ୍ୟ ମା ଫୁଲରେ ସନ୍ତୁଷ୍ଟ ହୋଇଥାନ୍ତି । ମା ଦୂର୍ଗା ଓ ମା ଲକ୍ଷ୍ମୀଙ୍କର ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ । ଏହା ସହ ପ୍ରଭୁ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ପ୍ରିୟ ହୋଇଥାଏ । କାରଣ ପ୍ରଭୁ ହନୁମାନ ନାଲି ରଙ୍ଗ ପ୍ରତି ଆକ୍ରୁଷ୍ଟ ଅଟନ୍ତି ।

ମଙ୍ଗଳବାର ଦିନ ମା ଦୂର୍ଗାଙ୍କୁ ଓ ପ୍ରଭୁ ହନୁମାନଙ୍କୁ କିମ୍ବା ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ଧନ ବୃଦ୍ଧି ହେବା ସହ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ଗ୍ରହ ପୀଡା ଦୂର ହେବା ସହ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଯେଉଁ ମାନେ ନବଦୁର୍ଗା ବା ସୂର୍ଯ୍ୟଙ୍କ ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଏହା ମାନ୍ୟତା ରହିଛି ଯେ ପ୍ରତି ଦିନ ଗୋଟିଏ ମନ୍ଦାର ଫୁଲ ନବଦୁର୍ଗାଙ୍କୁ ଅର୍ପଣ କରିଲେ ଆପଣଙ୍କର ଶତ୍ରୁ ବିନାଶ ହୋଇଥାଏ । ସୂର୍ଯ୍ୟ ଦେବତାଙ୍କୁ ପାଣିରେ ମନ୍ଦାର ଫୁଲ ଅର୍ପଣ କରିଲେ ଆୟୁଷ ବୃଦ୍ଧି ପାଇଥାଏ ଓ ଧନ ବୃଦ୍ଧି ପାଇଥାଏ ।

ଯଦି ଘରେ ଦାଂପତ୍ଯ ଜୀବନରେ କଳହ ଲାଗି ରାହୁଥାଏ ବା ଦୁଖରେ ସମୟ କଟୁଥାଏ ତେବେ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ଏହି ସମସ୍ୟାର ନିବାରଣ ହୋଇଥାଏ । ପ୍ରତେକ ଦେବାଦେବୀଙ୍କର ଠାରେ କିଛି ବିଶେଷ ଫୁଲ ଅର୍ପଣ କରାଯାଏ । ଯାହା ଦ୍ଵାରା ସେମାନଙ୍କର କୃପା ଲାଭ ହୋଇଥାଏ । ଆପଣ ଏହି ଏହି ନବରାତ୍ରି ରେ ମା ଦୂର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରିଲେ ଆପଣଙ୍କର ସବୁ ଦୁଖ ଦାରିଦ୍ରତା ଦୂର ହେବା ସହ ସବୁ ଇଚ୍ଛା ପୂରଣ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *