ନବରାତ୍ରିରେ କନ୍ୟା ମାନଙ୍କୁ ପୂଜା କରିବା ସମୟରେ ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ…

ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ । ଚୈତ୍ର ମାସରେ ଓ ଦୁର୍ଗାପୂଜା ଭାବେ ନବରାତ୍ରି ପାଳନ କରାଯାଏ । ଏହି ନଅ ଦିନରେ ମା ଦୂର୍ଗାଙ୍କର ନଅଟି ରୂପକୁ ପୂଜା କରାଯାଏ । ଦଶମୀ ଦିନ ଦଶହରା ଭାବେ ପାଳନ କରା ଯାଇଥାଏ । ମା ଦୂର୍ଗାଙ୍କ କୃପାରୁ ସବୁ ଦୁଖ କଷ୍ଟର ନିବାରଣ ହୋଇଥାଏ । ଏହି ନବରାତ୍ରିରେ କନ୍ୟା ମାନଙ୍କର ପୂଜା କରିବା ବିଶେଷ ମହତ୍ଵ ରହିଛି । କାରଣ କନ୍ୟା ମାନେ ମା ଦୂର୍ଗାଙ୍କର ସ୍ୱରୂପ ହୋଇଥାନ୍ତି । ଏହା ସହ କନ୍ୟା ମାନଙ୍କୁ ଯେଉଁ ଭେଟି ଦିଆଯାଏ ସେଥିରେ ସେମାନେ ପ୍ରସନ୍ନ ହେଲେ ମା ଦୂର୍ଗାଙ୍କର କୃପା ଲାଭ ହୋଇଥାଏ ବୋଲି ମାନ୍ୟତା ରହିଛି ।

ଅଷ୍ଟମୀ ବା ନବମୀ ଦିନ କନ୍ୟା ମାନକର ପାଦ ଧୋଇ ଭୋଜନ କରାଇବା ସହ ଦାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ଦୁଇ ବର୍ଷ କନ୍ୟାଙ୍କୁ କୁମାରୀ କୁହାଯାଏ ଯାହାର ପୂଜା କରିବା ଦ୍ଵାରା ଦୁଖ କଷ୍ଟ ଦୂର ହୋଇଥାଏ । ତିନି ବର୍ଷର କନ୍ୟାଙ୍କୁ ତ୍ରିମୂର୍ତ୍ତି କୁହାଯାଏ ଯାହାର ପୂଜା କରିବା ଦ୍ଵାରା ସୁଖ ସମୃଦ୍ଧି ଆସିଥାଏ । ଚାରି ବର୍ଷର କନ୍ୟାଙ୍କୁ କଲ୍ୟାଣୀ କୁହାଯାଏ ଯାହାର ପୂଜା କରିବା ଦ୍ଵାରା ଭକ୍ତଙ୍କର କଲ୍ୟାଣ ହୋଇଥାଏ । ପାଞ୍ଚ ବର୍ଷର କାନୟଙ୍କୁ ରୋହିନୀ କୁହାଯାଏ ଯାହାର ପୂଜା କରିବା ଦ୍ଵାରା ରୋଗରୁ ମୁକ୍ତି ମିଳିଥାଏ । ଛଅ ବର୍ଷର କନ୍ୟାଙ୍କୁ ମା କାଳୀଙ୍କ ରୂପ ମାନାଯାଏ ଯାହାର ପୂଜା କରିବା ଦ୍ଵାରା ବିଦ୍ୟା, ବିଜୟ ଓ ରାଜଯୋଗ ମିଳିଥାଏ ।

ସାତ ବର୍ଷର କନ୍ୟାଙ୍କୁ ଚଣ୍ଡିକା ମାନାଯାଏ ଯାହାର ପୂଜା କରିବା ଦ୍ଵାରା ଐଶ୍ବରୀୟ ପ୍ରାପ୍ତି ହୋଇଥାଏ । ଆଠ ବର୍ଷର କନ୍ୟାଙ୍କୁ ସାମ୍ଭବୀର ରୂପ ମାନାଯାଏ ଯାହାର ପୂଜା କରିବା ଦ୍ଵାରା ବାଦ ବିବାଦରୁ ମୁକ୍ତି ମିଳିଥାଏ । ନଅ ବର୍ଷର କନ୍ୟାଙ୍କୁ ମା ଦୂର୍ଗାଙ୍କର ସ୍ୱରୂପ ମାନାଯାଏ ଯାହାର ପୂଜା କରିବା ଦ୍ଵାରା ଶତ୍ରୁ ମାନଙ୍କର ବିନାଶ ହୋଇଥାଏ । ଦାସ ବର୍ଷର କନ୍ୟାଙ୍କୁ ସୁଭଦ୍ରା କୁହାଯାଏ ଯାହାର ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ନବରାତ୍ରିରେ ୯ଜଣ କନ୍ୟାଙ୍କୁ ପ୍ରସାଦ ଦେବା ସହ ୯ଜଣ ବାଳକଙ୍କୁ ମଧ୍ୟ ପ୍ରସାଦ ସେବନ କରାଇବା ଉଚିତ । ନବାରାତ୍ରିରେ ମା ଦୂର୍ଗାଙ୍କ ପାଖରେ ନଡିଆ କଳସରେ ବଶାନ୍ତୁ ।

ଏହା ସହ ସ୍ଵସ୍ତିକ ଚିହ୍ନ କରି ମାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଇବା ଉଚିତ । ମା ଦୂର୍ଗାଙ୍କର ନଅଟି ରୂପ ହୋଇ ଥିବାରୁ ତାଙ୍କର ନବାନ ମନ୍ତ୍ରର ଜପ କରିବା ଉଚିତ । ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କର ସବୁ ଦୁଖ କଷ୍ଟର ନିବାରଣ ହୋଇଥାଏ । ଆପଣ ଯେଉଁ ନଡିଆ କଳସ ବସାଇଥିବେ ତାହା ୧୦ ବର୍ଷର କନ୍ୟାଙ୍କୁ ଦାନ କରିବା ଉଚିତ । ଏହା ସହ କନ୍ୟାଙ୍କ ପାଦ ଛୁଇଁ ପୂଜା କରିବା ସହ ସେମାନଙ୍କୁ ଭୋଜନ କରାଇ କିଛି ଉପହାର ଦେବା ଉଚିତ । ମାନ୍ୟତା ରହିଛି ଯେଉଁ ଫଳ କନ୍ୟା ମାନେ ଗ୍ରହଣ କରିବା ତାହା ମା ଦୂର୍ଗାଙ୍କୁ ଦେବା ସହ ସମାନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *