ଗାଈକୁ ଭୁଲରେ ମଧ୍ୟ ଖୁଆନ୍ତୁ ନାହିଁ ଏହି 3ଟି ଜିନିଷ, ଘରକୁ ଆସିଥାଏ ଦାରିଦ୍ର୍ୟତା…. ମା ଲକ୍ଷ୍ମୀ ଛାଡି ଦେଇଥାନ୍ତି ସାଥ

ନମସ୍କାର ବନ୍ଧୁଗଣ, ସମସ୍ତ ପଶୁଙ୍କ ମଧ୍ୟରୁ ଗାଈର ସ୍ଵତନ୍ତ୍ର ସ୍ଥାନ ରହିଛି ଆମ ହିନ୍ଦୁ ଧର୍ମରେ । ଗାଈକୁ ଆମେ ଗୋମାତା ରୂପେ ପୂଜା କରିଥାଉ । ଗାଈକୁ ଲକ୍ଷ୍ମୀଙ୍କ ସ୍ୱରୂପ ଆମେ ଭାବିଥାଉ । ସାଧାରଣତଃ ଗାଈକୁ ଆମେ କିଛି ନା କିଛି ଖାଇବା ପାଇଁ ଦେଇଥାଉ । ଏହା ଆମକୁ ଜଣା ନଥାଏ କି ଗାଈକୁ କେଉଁ ଖାଦ୍ୟ ଦେବା ଉଚିତ ଓ ଅନୁଚିତ । ତେବେ ଆସନ୍ତୁ ଜାଣିବା ଗାଈକୁ କେଉଁ 3ଟି ଜିନିଷ ଭୁଲରେ ମଧ୍ୟ ଦେବା ଉଚିତ ନୁହେଁ  ।

ଗାଁ ହେଉ ବା ସହର ଯେଉଁଠାରେ ରହିଲେ ମଧ୍ୟ ଗାଈକୁ ଦେଖିବା ମାତ୍ରେ କିଛି ନା କିଛି ଲୋକ ଖାଇବାକୁ ଦେଇଥାନ୍ତି । କାରଣ ଗାଈ ତ ଲକ୍ଷ୍ମୀଙ୍କ ସଦୃଶ ତେଣୁ । କିନ୍ତୁ କଣ ଆମେ ଭଗବାନଙ୍କ ଭଳି ତାଙ୍କୁ ଖାଇବାକୁ ଦେଇଥାଉ । ତେବେ ଜାଣନ୍ତୁ କେଉଁ ଭୁଲ ଟି ଆପଣ ଅଜାଣତରେ କରିଥାନ୍ତି । ପ୍ରଥମ: ଗାଈକୁ କେବେ ହେଲେ ମଧ୍ୟ ରାତିର ବଳିପଡିଥିବା ବାସି ରୁଟି ଦେବା ଉଚିତ ନୁହେଁ ।

ଏହାକୁ ଭୁଲରେ ମଧ୍ୟ ଦେବେ ନାହିଁ । କାରଣ ଆମେ ଗାଈକୁ ଭଗବାନଙ୍କ ସଦୃଶ ମାନିଥାଉ । ତେଣୁ ଭଗବାନଙ୍କୁ କଣ ବାସି ଜିନିଷ ଦେବା ଉଚିତ ହୋଇଥାଏ । ଏହି କାରଣରୁ ଗାଈକୁ ବାସି ରୁଟି ଦେବେ ନାହିଁ । ଦିତୀୟ: କୌଣସି ବଳକା ଜିନିଷ ଗାଈକୁ ଖାଇବାକୁ ଦେବେନି । ଯେମିତି କି ବଳକା ଭାତ ତରକାରୀ ।

ସର୍ବଦା ଆମେ କଣ କରିଥାଉ ନା ଗାଈ ହାଣ୍ଡିରେ ଆମର ସମସ୍ତ ବଳକା ଖାଇବା ବା ଅଇଁଠା ଆମେ ଓଜାଡି ଦେଉ । ଏବଂ ଏହାକୁ ଆସି ଗାଈ ଖାଇଥାଏ । କେବେ ମଧ୍ୟ ଏହି କାମ କରନ୍ତୁ ନାହିଁ ଆଜି ପରଠୁ । ପଚା ଶଢା ପନିପରିବା କେବେ ମଧ୍ୟ ଦିଅନ୍ତୁ ନାହିଁ । କିଛି ଖରାପ ଜିନିଷ ଯଦି ବି ଦେଉଛନ୍ତି ତେବେ ସେଥିରେ କିଛି ଭଲ ଜିନିଷ ମଧ୍ୟ ମିଶାଇ ଦିଅନ୍ତୁ ।

ତୃତୀୟ: ଗାଈକୁ କେବେ ହେଲେ ବି କ୍ଷୀର ପିଇବାକୁ ଦିଅନ୍ତୁ ନାହିଁ । ଏହା ଅତ୍ୟନ୍ତ ଖରାପ ହୋଇଥାଏ । ଯଦି ଆପଣ ଏହିସବୁ କାର୍ଯ୍ୟ କରନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ । ଯାହା ଫଳରେ ଆପଣଙ୍କ ଜୀବନରେ ଧନର ଘୋର ଅଭାବ ଦେଖା ଦେଇଥାଏ ।

ଦରିଦ୍ରତା ଆଡକୁ ଆପଣ ଅଗ୍ରସର କରନ୍ତି । ଜୀବନରେ କେବେ ମଧ୍ୟ ଉନ୍ନତି କରିପାରନ୍ତି ନାହିଁ । ତେଣୁ ଗୋମତାଙ୍କୁ ଭୁଲରେ ମଧ୍ୟ କେବେ ଏହି ଜିନିଷ ଖୁଆଇବେ ନାହିଁ । ଆଶା କରୁଛୁ ଆଜିର ଏହି କଥା ଆପଣ ମାନଙ୍କ କାମରେ ନିଶ୍ଚୟ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *