ମହିଳାମାନେ ମଶାଣିକୁ ଯାଆନ୍ତି ନାହିଁ କାହିଁକି  ? Garuda Purana

ନମସ୍କାର ବନ୍ଧୁଗଣ, କୁହାଯାଏ କି ଦୁନିଆରେ ପୁରୁଷ ଓ ମହିଳା ଉଭୟଙ୍କ ସ୍ଥାନ ସମାନ ହେବା ଉଚିତ । କିନ୍ତୁ ଆମ ହିନ୍ଦୁ ଧର୍ମରେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ମହିଳା ମାନଙ୍କୁ ବାରଣ କରାଯାଇଛି । ସେହି କାର୍ଯ୍ୟ ଭିତରୁ ଗୋଟିଏ ହେଉଛି ମହିଳାମାନେ ମଶାଣି ଯିବା ଅନୁଚିତ । ତେବେ ମହିଳାମାନେ ମଶାଣି କାହିଁକି ଯାଇପାରିବେ ନାହିଁ । ଏହି କଥା ପଛର ସତ୍ୟତା ପ୍ରାୟତଃ ଲୋକଙ୍କୁ ନିହାତି ଜଣା ନଥିବ । ତେଣୁ ଆସନ୍ତୁ ଜାଣିବା ମହିଳାମାନେ ମଶାଣି ନ ଯିବାର କାରଣ ।

ଯେଉଁ ମଣିଷ ଅନ୍ତିମ ସଂସ୍କାରରେ ସାମିଲ ହୋଇଥାନ୍ତି ସେମାନଙ୍କୁ ଚୁଟି କାଟିବା ସହ ନଣ୍ଡା ମଧ୍ୟ ହେବାକୁ ପଡିଥାଏ । କିନ୍ତୁ ମହିଳାମାନେ ତ ଚୁଟି କାଟି ପାରିବେ ନାହିଁ । ଆଉ ଅନ୍ୟ ପଟେ ଦେଖିବା ତ ମହିଳାମାନେ ଏତେ ସାହାସୀ ହୋଇନଥାନ୍ତି ପୁରୁଷ ମାନଙ୍କ ଭଳି । ମହିଳାମାନଙ୍କର କୋମଳ ହୃଦୟ ହୋଇଥାଏ । ଏହି କାରଣ ହେତୁ ମହିଳା ମାନେ ଅନ୍ୟର ଦୁଃଖକୁ ଦେଖି ସହି ପାରନ୍ତି ନାହିଁ ।

କିନ୍ତୁ ଶ୍ମଶାନରେ କନ୍ଦିବା ଅନୁଚିତ । କାରଣ ଅନ୍ତିମ ସଂସ୍କାର ହେଉଥିବା ମଣିଷର ଆତ୍ମାକୁ ଶାନ୍ତି ମିଳିନଥାଏ । ମହିଳାମାନେ ଜଳୁଥିବା ଚିତାକୁ ଦେଖି କେବେ ବି ନିଜ କୋହକୁ ସମ୍ଭାଳିପାରନ୍ତି ନାହିଁ କାନ୍ଦି ଦେଇଥାନ୍ତି । ଏଥିପାଇଁ ମହିଳା ମାନଙ୍କୁ ଶ୍ମଶାନ ଘାଟକୁ ଯିବା ଅନୁଚିତ । କାରଣ ଯଦି ମହିଳା ମାନେ ଚିତାରେ ନିଆ ଲାଗିବା ଦେଖି ଭୟଭୀତ ହୋଇଯାନ୍ତି ତେବେ ତାଙ୍କ ପାଇଁ ମଧ୍ୟ ବହୁତ ବଡ ସମସ୍ୟା ସୃଷ୍ଟି ହୋଇଯାଏ ।

ଆଉ ଏକ କଥା ପାଇଁ ମଧ୍ୟ ମହିଳାମାନେ ମଶାଣି ଯିବା ଅନୁଚିତ । ତାହା ହେଉଛି, ଯେତେବେଳେ ପୁରୁଷମାନେ ଶବ ଦାହ କରି ଘରକୁ ଫେରିଥାନ୍ତି ତେବେ ସେମାନଙ୍କୁ ସ୍ନାନ କରିବାକୁ ପଡିଥାଏ । ଏହି କାମ ପାଇଁ ମହିଳା ମାନଙ୍କର ଘରେ ରହିବା ଆବଶ୍ୟକ । ଶବ ଦାହ ପରେ ଘର ଭିତରକୁ ଯିବା ଉଚିତ ହୋଇନଥାଏ ।

ତେଣୁ ମହିଳା ମାନେ ପୁରୁଷ ମାନଙ୍କ ପାଇଁ ପାଣି ଏବଂ କପଡା ଆଣିଦେଇଥାନ୍ତି ବାହାରେ ସ୍ନାନ କରିବା ପାଇଁ । ଆପଣ ମାନେ ନିହାତି ଜାଣିଥିବେ ଆତ୍ମା ମାନେ ଶ୍ମଶାନରେ ବାସ କରିଥାନ୍ତି । ତେଣୁ ଯଦି ମହିଳା ମାନେ ମଶାଣି ଯାଇଥାନ୍ତି ତେବେ ସେମାନଙ୍କ ନଜର ପ୍ରଥମେ ମହିଳା ମାନଙ୍କ ଉପରେ ହିଁ ପଡିଥାଏ । ଯାହାଫଳରେ ମହିଳାମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଏହି କାରଣ ପାଇଁ ମଧ୍ୟ ମହିଳା ମାନଙ୍କୁ ମଶାଣି ଯିବା ପାଇଁ ବାରଣ କରାଯାଇଥାଏ । ଏହି ସମସ୍ତ କଥା ଧାର୍ମିକ କଥା ଅନୁଯାୟୀ ଠିକ ହୋଇଥାଏ ଯଦି ଆଜିକାଲିର ନଜରରେ ଦେଖିବେ ତେବେ ମଧ୍ୟ ଏହା ଠିକ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *