ଭଗବାନ ଶିବଙ୍କ ବାପା ଏବଂ ମା କିଏ ଅଟନ୍ତି ? Shiva Purana

ନମସ୍କାର ବନ୍ଧୁଗଣ, ସୃଷ୍ଟି କର୍ତ୍ତା ଭଗବାନ ଶିବଙ୍କ ଆରାଧନା ସମସ୍ତେ କରିଥାନ୍ତି । ଯିଏ ସାରା ସଂସାରକୁ ସୃଷ୍ଟି କରିଛନ୍ତି । ସେ କାହାର ସନ୍ତାନ ଅଟନ୍ତି ? ଆପଣଙ୍କ ମନରେ ନିହାତି ଭାବରେ ଏହି ପ୍ରଶ୍ନ ଆସିଥିବ କି ଭଗବାନ ଶିବଙ୍କ ପିତା ମାତା କିଏ ଅଟନ୍ତି । କିନ୍ତୁ ଏହାର ଉତ୍ତର କାହାଠାରୁ ସମ୍ପୂର୍ଣ ଭାବରେ ଆପଣ ଜାଣିବାକୁ ପାଇନଥିବେ । ତେଣୁ ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ଭଗବାନ ଶିବଙ୍କ ପିତା ମାତାଙ୍କ ନାମ ।

ପୌରାଣିକ କାଳରେ ଭଗବାନ ଶିବଙ୍କ ମାତା ପିତାଙ୍କ ନାମ ଜାଣିବା ପାଇଁ ମୁନି ରୁଷି ମାନେ ଜିଜ୍ଞାସା ପ୍ରକାଶ କରିଥିଲେ । ଏବଂ ଦିନେ ମୁନି ରୁଷି ମାନେ ଭଗବାନ ଶିବଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ କି ଆପଣଙ୍କ ଜନ୍ମଦାତା କିଏ ଅଟନ୍ତି । ଏହାର ଉତ୍ତର ଦବାକୁ ଯାଇ ଭଗବାନ ଶିବ କହିଲେ କି ମତେ ଏହି ସଂସାରକୁ ତିଆରି କରିଥିବା ଭଗବାନ ବ୍ରହ୍ମା ଜନ୍ମ ଦେଇଥାଏ ।

ଏହି ଉତ୍ତରରେ ରୁଷି ମାନଙ୍କ ଜାଣିବାର ଜିଜ୍ଞାସା ଶାନ୍ତ ହୋଇନଥିଲା । ତେଣୁ ସେମାନେ ପୁଣି ପ୍ରଶ୍ନ କରିବାକୁ ଲାଗିଲେ ଯଦି ଆପଣଙ୍କ ବାପା ବ୍ରହ୍ମା ଅଟନ୍ତି ତେବେ ଆପଣଙ୍କ ଜେଜେବାପା କିଏ ଅଟନ୍ତି ? ଭଗବାନ ଶିବ ଉତ୍ତର ଦେଲେ କି ସୃଷ୍ଟିକୁ ଚଳାଉଥିଲେ ଭଗବାନ ବିଷ୍ଣୁ ମୋର ଜେଜେବାପା ଅଟନ୍ତି ।

ଏହା ପରେ ରୁଷି ମାନେ ପୁଣି ପ୍ରଶ୍ନ କରିବାକୁ ଲାଗିଲେ କି ଆପଣଙ୍କ ଜେଜେବାପାଙ୍କ ବାପା କିଏ ଅଟନ୍ତି ? ଏହି ପ୍ରଶ୍ନ ଶୁଣିବା ପରେ ଭଗବାନ ଶିବ ହସିବାକୁ ଲାଗିଲେ । ଏବଂ ଉତ୍ତର ଦେଲେ ଭଗବାନ ଶିବ ସ୍ଵୟଂ ହିଁ ଶିବଙ୍କ ଜେଜେବାପାଙ୍କ ବାପା ଅଟନ୍ତି । କୁହାଯାଏ ନାରଦ ନିଜ ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଥିଲେ କି ସୃଷ୍ଟିକୁ କିଏ ତିଆରି କରିଛନ୍ତି ? ଭଗବାନ ବିଷ୍ଣୁ ନା ବ୍ରହ୍ମା ନା ଶିବ ।

ଏବଂ ଏହି ତିନି ଦେବତାଙ୍କ ଜନ୍ମଦାତା କିଏ ଅଟନ୍ତି । ଏହାର ଉତ୍ତରରେ ବ୍ରହ୍ମା କହିଲେ କି ତାଙ୍କ ମାତା  ହେଉଛନ୍ତି ମା ଦୂର୍ଗା । ଏବଂ ତାଙ୍କ ପିତା ହେଉଛନ୍ତି କାଳ । କାରଣ ପ୍ରକୃତି ସ୍ୱରୂପ ଦେବୀ ମା ଦୂର୍ଗା ଏବଂ କାଳ ସଦା ଶିବସ୍ଵରଙ୍କ ବ୍ରହ୍ମ ଯୋଗରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ଉତ୍ପତ୍ତି ହୋଇଛି । ତେଣୁ ଭଗବାନ ଶିବଙ୍କ ମାତା ହେଉଛନ୍ତି ମା ଦୂର୍ଗା ତାଙ୍କ ପିତା ହେଉଛନ୍ତି କାଳ ।

ଏହି ସଂସାରର ସୃଷ୍ଟି କର୍ତ୍ତା ଶିବ ହିଁ ଏହି ସଂସାରର ବିନାଶ କର୍ତ୍ତା ସାଜିବେ । ତେଣୁ ଭଗବାନଙ୍କ ଲୀଳାକୁ ସାମାନ୍ୟ ମଣିଷ ବୁଝିବା ସମ୍ଭବ ହୋଇନଥାଏ । ଆଶା କରୁଛୁ ଆପଣଙ୍କ ମନରେ ରହିଥିବା ପ୍ରଶ୍ନର ଉତ୍ତର ଆପଣମାନେ ନିହାତି ପାଇଥିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *