ମଥାରେ ସିନ୍ଦୁର ଲଗାଇବାର ସଠିକ ନିୟମ

ଭାରତରେ ବହୁତ ପ୍ରକାର ରୀତିନୀତିର ପ୍ରଚଳନ ରହିଛି । ହିନ୍ଦୁ ଧର୍ମରେ ବିବାହକୁ ବହୁତ ମହତ୍ଵ ପୂର୍ଣ ମନାଯାଇଛି । ଶେଥି ପାଇଁ ଯେବେବି କାହାର ବିବାହ ହୋଇଥାଏ ତା ପୂର୍ବରୁ ବହୁତ ଜିନିଷକୁ ଧ୍ୟାନରେ ରଖାଯାଏ ।

ବିବାହ ସମୟରେ ଶୁଭ ମୁହୂର୍ତର ଧ୍ୟାନ ରଖୀ ବିଧି ବିଧାନ ସହିତ ବିବାହକୁ ସମ୍ପର୍ଣ୍ଣ କରାଯାଇଥାଏ । ବିବାହ ସମୟରେ ସିନ୍ଧୁର, ମଙ୍ଗଳସୂତ୍ର ଓ ଗୋଡ ମୁଦିର ବହୁତ ମହତ୍ଵ ରହିଥାଏ । ସବୁ ଜିନିଷ ଶୁହାଗର ନିଶାନି ହୋଇଥାଏ । ମାନ୍ୟତା ଅନୁସାରେ ସିନ୍ଦୁର ନ ଲଗାଇବା ଅଶୁଭ ହୋଇଥାଏ । ଏହା ସ୍ଵାମୀର ନିଜ ଖୁସି ସହିତ ଜଡିତ ରହିଛି । କୁହାଯାଏକି ଏହି ସିନ୍ଦୁର ସ୍ବାମୀଙ୍କୁ ସଙ୍କଟରୁ ଉଧାର କରିଥାଏ । ଯେଉଁ ମହିଳା ସିନ୍ଦୁରକୁ କେସ ଭିତରେ ଲୁଚାଇକି ରଖିଥାଏ ତାର ସ୍ଵାମୀ ସମାଜରେ ଲୁଚି ଯାଇଥାଏ ।


ମଥାରେ ସିନ୍ଦୁର ଲଗାଇବା ସମୟରେ କଣ ସାବଧାନ ରହିବା ଉଚିତ :- ଶାସ୍ତ୍ରରେ କୁହାଯାଇଚିକି କୌଣସି ବିବାହିତ ସ୍ତ୍ରୀ କୁ ସିନ୍ଦୁର ନିଜ ମଥାର ମଝିରେ ଲଗାଇବା ଉଚିତ ଏମିତି କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ କୌଣସି ଭୟ ରହିନଥାଏ । ସେହି ମହିଳା ଯିଏ ନିଜ ମଥାର ମଝିବାଲା ଭାଗକୁ ଛାଡି ତାର ପାଖରେ ସିନ୍ଦୁର ଲଗାଇଅଥାଏତ ତାର ସ୍ଵାମୀ ସହିତ ଦୂରତା ବଢିଥାଏ ଓ ଦୁଇଜଣଙ୍କ ଭିତରେ ସବୁବେଳେ ବିବାଦ ଭଳି ସ୍ଥିତି ବନିଥାଏ । ଗାଧୋଇ ସାରିବା ପରେ ସର୍ବ ପ୍ରଥମେ ଆପଣ ପୂଜା ଘରକୁ ଯାଇଥାନ୍ତି ।

ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇକି ଯାନ୍ତୁ। ଯଦି ଭୁଲି ଯାଇଛନ୍ତି ଠାକୁର ଘରେ ମାଆକୁ ଯେଉଁ ସିନ୍ଦୁର ଲଗାଇଥାନ୍ତି ସେହି ସିନ୍ଦୁର ମଧ୍ୟ ଲଗାଇ ପାରିବେ । ପୂଜା ଘରେ ସିନ୍ଦୁର ଲଗାଇବା ପାଇଁ ଗୋଟେ ଅଲଗା ସିନ୍ଦୁର ଡବା ରଖନ୍ତୁ ଓ ମା ପାଇଁ ଆଲଗ ସିନ୍ଦୁର ଡବା କରନ୍ତୁ । ସିନ୍ଦୁର ତିନିଥର ନେଇ ମଥାରେ ଭରିବା ଆବଶ୍ୟକ ହୋଇଥାଏ । ପିରିଅଡରେ ସିନ୍ଦୁର ବିଲକୁଲ ଲଗାଇଆବ ଉଚିତ ନୁହେଁ, ଯଦି ଅଧିକ ଗୁରୁତ୍ଵ ପୂର୍ଣ ରହିଛି ଓ ପାର୍ଟି ବା ଫଙ୍କଶନରେ ଯିବାର ଅଛି ତେବେ ଯାଇ ଲଗାଇ ପାରିବେ । ଆଉ ସିନ୍ଦୁର ଡବା ଅଲଗା କରିବେ ତାକୁ ଖାଲି ପିରିଅଡ ସମୟରେ ହିଁ ଲଗାଇବେ ।

ସ୍ଵାମୀଙ୍କ ହାତରୁ ଦେଲି ସିନ୍ଦୁର ଲଗାଇବା ଉଚିତ ନୁହେଁ କେବଳ ବିବାହ ସମୟରେ ହିଁ ଥରେ ସ୍ବାମୀଙ୍କ ହାତରୁ ସିନ୍ଦୁର ଲଗାଯାଇଥାଏ । ସିନ୍ଦୁରକୁ ବହୁତ ଯତ୍ନର ସହିତ ରଖିବା ଆବଶ୍ୟକ ତାକୁ ଇଆଡେ ସିଆଡେ ରଖିବା ଠିକ  ନୁହେଁ । କାରଣ କେଉଁଠି ପଡିବାର ଆଶଙ୍କା ଥାଏ । ସିନ୍ଦୁର ଏମିତି ଡବାରେ ରଖିବା ଉଚିତ ଯଦି ତଳେ ପଡିଯାଏ ଯେମିତି ନଭାଙ୍ଗେ । ଯଦି ଭୁଲରେବି ସିନ୍ଦୁର ତଳେ ପଡିଯାଏ ତାକୁ ଭୁଲରେ ମଧ୍ୟ ଗୋଡ ଲଗାଇବେ ନହିଁ ।

ତାକୁ ଜଲ୍ଦି ଉଠାଇଦେବେ ଯଦି ଅଧିକ ଚାରିଆଡେ ଛିଟିକି ପଡିଛି ତେବେ ସଫା କପଡାରେ ପୋଛିଦେବେ । ସିନ୍ଦୁରକୁ କାଠ ଫରୁଆରେ ନହେଲେ ପିତଳ ସିନ୍ଦୁର ଫରୁଆରେ ରଖିପାରିବେ । ତାକୁ କେବେବି କାଚ କି ରୂପାର ସିନ୍ଦୁର ଫରୁଆରେ ରଖିବା ଉଚିତ ହୋଇନଥାଏ । ସିନ୍ଦୁର ଲଗାଇଲ ବେଳେ ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାଇବେ ଆଉ ପୂର୍ବ ଦିଗ ଆଡକୁ ମୁହଁ କରିକି ଲଗାଇବେ । କେବେବି ଦକ୍ଷିଣ ଦିଗ ଆଡକୁ ମୁହଁ କରି ସିନ୍ଦୁର ଲଗାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *