ମାଟିଦୀପ ଦ୍ଵାରା ଏମିତି କରନ୍ତୁ ଆର୍ଥିକ ପରିସ୍ଥିତି ଦୂର, ବିଶ୍ଵାସ ନଥିଲେ ଥରେ କରିକି ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ମାଟିର ଦୀପ ଦ୍ଵାରା କିପରି ଧନ ର କଷ୍ଟ ଦୂର ହୋଇ ପାରିବ । ବଡ ଖର୍ଚ୍ଚ ହେବ ନାହି ଓ ସଠିକ ଉପାୟରେ ଧନ ଆସିବ । ଆପଣଙ୍କର ଅଟକି ଯାଇଥିବା ଧନ ଆସିବ ଓ ଯେଉଁ ଇନକମ ସୋର୍ସ ଅଛି ତାହା ବଢିଯିବ । ଯଦି ଆପଣଙ୍କର ଧନ ଜନିତ ସମସ୍ଯା ଲାଗି ରହିଛି ତେବେ ମାଟିର ଦୀପ ସାହାଜ୍ୟରେ ଏହି ଉପାୟ ଟି କରନ୍ତୁ । ଚନ୍ଦ୍ର ଓ ମଙ୍ଗଳ ଯେଉଁଠି ଏକାଠି ଥାନ୍ତି ତାହା ଲକ୍ଷ୍ମୀ ଯୋଗ ହୋଇଥାଏ । ଜାତକରେ ଚନ୍ଦ୍ର ଓ ମଙ୍ଗଳ ଏକତ୍ରିତ ରହିଲେ ତାହାର ଅଲଗା ଅଲଗା ଭାବ ରହିଛି ।

ନେଗେଟିଭ ପାର୍ଟ ବି ରହିଛି । ଚନ୍ଦ୍ର ହେଉଛି ଜଳ ଓ ମଙ୍ଗଳ ହେଉଛନ୍ତି ମାଟି । ମାଟିର ଦୀପରେ ଚନ୍ଦ୍ର ଓ ମଙ୍ଗଳ ଙ୍କର ମିଶ୍ରଣ ରହୁଛି । ଏକ ପାତ୍ର ନେଇ କିଛି ଅରୁଆ ଚାଉଳ ପକାଇ ସେଥିରେ ମାଟିର ଦୀପ ଲଗାଇ ଘିଅ ଢାଳନ୍ତୁ । ଦୀପକୁ ଜଳାଇ 3ଟି ଗୁଜୁରାତି ଦାନା ପକାନ୍ତୁ । ଏହାକୁ ଆପଣ କୌଣସି ବାର, ଦିନ, ନକ୍ଷତ୍ର ରେ କରି ପାରିବେ । କିନ୍ତୁ ଶୁକ୍ରବାର ଦିନ ଏହି ଉପାୟ କରିବା ବହୁତ ଭଲ ହୋଇଥାଏ । ଯଦି ଆପଣ ଶୁକ୍ଳ ପକ୍ଷ ରୁ ଆରମ୍ଭ କରୁଛନ୍ତି ବିଶେଷ ଭଲ ହୋଇଥାଏ । ଏହାକୁ ଆପଣ ସୂର୍ଯ୍ୟାସ୍ତ ସମୟରେ କରିବେ ।

ସୂର୍ଯ୍ୟ ଉଦୟ ସମୟରେ ଏହି ଉପାୟ କରିବେ ନାହି । ଏହି ଉପାୟ କରିବା ପୂର୍ବରୁ ସ୍ନାନ କରି ବସ୍ତ୍ର ବଦଳି କରିବେ । ଏହି ସବୁ ସାମଗ୍ରୀ କୁ ସଜାଡିବା ପରେ ଦୀପ ଜଳାନ୍ତୁ । ସୂର୍ଯ୍ୟାସ୍ତ ସମୟ ର ଠିକ ୧୦ ରୁ ୧୫ ମିନିଟ ପୂର୍ବରୁ ଏହି ଉପାୟ କୁ କରନ୍ତୁ । ପୂଜା ଘରେ ଥାଳି ରେ ଚାଉଳ ପକାଇ ଦୀପ ଲଗାଇବା ପରେ ଓମ ଶ୍ରୀ ଶ୍ରୀୟେ ନମହ ମନ୍ତ୍ର ୭ ଥର ଜପିବେ । ଜପି ସାରିଲା ପରେ ଦୀପ ଜଳୁଥିବା ଶିଖାରେ ଆଙ୍ଗୁଳି ଗରମ କରି ନାଭି କୁ ସ୍ପର୍ଶ କରିବେ । ଏହି ଉପାୟ ଟି ପୁରୁଷ ନାରୀ ସମସ୍ତେ କରି ପାରିବେ ।

ଯେ ପର୍ଯ୍ଯନ୍ତ ଆଙ୍ଗୁଳି ଗରମ ରହିଥିବ ସେତେ ଯାଏଁ ନାଭି ରେ ଗରମ କରିବେ । ଏହା ପରେ ପୁଣି ଥରେ ୭ ଥର ଓମ ଶ୍ରୀ ଶ୍ରୀୟେ ନମହ ମନ୍ତ୍ର ଜପ କରିବେ । ଏହି ଉପାୟକୁ ଆପଣ ୧୧ ଦିନ ଲଗାତାର କରିବେ । କୌଣସି ଦିନ ବି ଆରମ୍ଭ କରନ୍ତୁ ଏହାକୁ ୧୧ ଦିନ ଲଗାତାର କରିବେ । ଏହି ୧୧ ଦିନ ମଧ୍ୟରେ ଆମିଷ ଖାଇବେ ନାହି । ଦେଖିବେ ନିଶ୍ଚୟ ଧନ ଆପଣଙ୍କ ପାଖକୁ ଆସିବ ।

କିଛି ନା କିଛି ବାଟ ବାହାରିଯିବ ଧନ ଆସିବା ପାଇଁ । ଚାକିରି ବା ବ୍ୟାପାର ପାଇଁ ଯେତେ ଧନ ଦରକାର ତାହା ନିଶ୍ଚୟ ପୂରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ  ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *