ମେଷ(Aries) ରାଶି November 2022 ସମ୍ପୂର୍ଣ ରାଶିଫଳ, ଦେଖନ୍ତୁ ମହାଭବିଷ୍ୟବାଣୀ 

ନମସ୍କାର ବନ୍ଧୁଗଣ, ମାସ ବର୍ଷ ପରିବର୍ତ୍ତନ ରାଶି ମାନଙ୍କ ପାଇଁ ନେଇ ଆସିଥାନ୍ତି କିଛି ଶୁଭ ଅଶୁଭ ଖବର । ତେବେ ଆସୁଥିବା ନଭେମ୍ବର ମାସ ୨୦୨୨ କିଭଳି ରହିବା ପାଇଁ ଯାଉଛି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ତାହା ବିଷୟରେ ଆମେ ଆଜି ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ନଭେମ୍ବର ମାସରେ ମେଷ ରାଶିର ଲୋକଙ୍କ ସ୍ୱାସ୍ଥ୍ୟ, ଧନ, ଚାକିରି, ପ୍ରେମ ଓ ଦାମ୍ପତ୍ୟ ଜୀବନ ଏହି ସବୁର ସ୍ଥିତିରେ କଣ ସବୁ ପରିବର୍ତ୍ତନ ଆସିବାକୁ ଯାଉଛି ।

ମେଷ ରାଶି: ଏହି ମାସଟି ଆପଣଙ୍କ ପାଇଁ ଭାଗ୍ୟଶାଳି ରହିବାକୁ ଯାଉଛି । ଭାଗ୍ୟର ସାଥ ହେତୁ ଆପଣ ଧନ ରୋଜଗାର କରିବାର ଉପଯୁକ୍ତ ପନ୍ଥା ପାଇବେ । ଏହାଫଳରେ ଖୁବ ଧନ ରୋଜଗାର କରିବେ । ଏବଂ ଜୀବନରେ ବହୁତ ଆଗକୁ ଯିବେ । ଆପଣ ମାନଙ୍କୁ କୁସଙ୍ଗଟି ଠାରୁ ଦୂରେଇ ରହିବା ପାଇଁ ପଡିବ । କୌଣସି ନିଶା ଦ୍ରବ୍ୟ ସେବନ ଏହି ସମୟରେ କରିବା ଉଚିତ ନୁହେଁ ।

କାରଣ ସ୍ୱାସ୍ଥ୍ୟ ଅବସ୍ତା ଖରାପ ରହିବାର ସମ୍ପୂର୍ଣ ସମ୍ଭାବନା ରହିଛି । ମାନସିକ ଚିନ୍ତା, ଭାଇ ମାନଙ୍କ ସହ କିଛି ଛୋଟିଆ କଳହ ମଙ୍ଗଳ ଗ୍ରହର ପ୍ରଭାବରେ ଆପଣଙ୍କ ସହ ଏହି ସମୟରେ ଘଟିପାରେ । ଆପଣ ସବୁବେଳେ ସତ୍ୟ କହିବାକୁ ପସନ୍ଦ କରିଥାନ୍ତି । ସଚୋଟ ଭାବରେ ସମସ୍ତ କାର୍ଯ୍ୟ କରିବା ଆପଣଙ୍କର ଉଦେଶ୍ୟ ହୋଇଥାଏ । ଧାର୍ମିକ କାର୍ଯ୍ୟରେ ଆପଣ ଏହି ସମୟରେ ନିଜ ମନ ନିବେଶ କରିବେ । ବିଦେଶ ଯାତ୍ରା କରିବାର ଭଲ ଯୋଗ ରହିଛି ।

ବିଦେଶ ସହିତ ଜଡିତ କାରବାର ଆପଣଙ୍କ ପାଇଁ ଏହି ସମୟରେ ଶୁଭ ଫଳ ଆଣିଦେବ । ସୂର୍ଯ୍ୟ ଓ ବୁଧଙ୍କ ଦୁତ୍ତି କାରଣରୁ ଆର୍ଥିକ ଅସୁବିଧା ଗୁଡିକର ଅନ୍ତ ଘଟିବାକୁ ଯାଉଛି । ଇଲେକ୍ଟ୍ରି କିମ୍ବା ନ୍ୟାୟ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ଏହି ସମୟରେ ଅଧିକରୁ ଅଧିକ ଧନ ଲାଭ ହେବାର ଯୋଗ ରହିଛି । ଯେଉଁ ବିଦ୍ୟାର୍ଥୀ ମାନେ ବାହାରେ ରହି ପଢିବାର ଆଶା ରଖିଥିଲେ ତାଙ୍କ ପାଇଁ ଏହି ସମୟଟି ଅନୁକୂଳ ରହିବା ପାଇଁ ଯାଉଛି ।

ଆପଣ ମାନଙ୍କୁ ଆପଣଙ୍କ ଜୀବନ ସାଥିଙ୍କ ଠାରୁ କୌଣସି ବଡ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କ ଜୀବନ ସାଥିଙ୍କ ଜୀବନରେ କୌଣସି ବଡ ଉପଲବ୍ଧି ପ୍ରାପ୍ତ ହେବାକୁ ଯାଉଛି । ଅବିବାହିତ ରହିଥିବା ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବାକୁ ଯାଉଛି ଏହି ସମୟରେ । ପ୍ରେମ ସମ୍ପର୍କରେ ବାନ୍ଧି ହେବାର ସମ୍ଭାବନା ରହିଛି ଏହି ସମୟରେ ।

ଆପଣଙ୍କ ଶତ୍ରୁ ମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ । କଳା କ୍ଷେତ୍ରରେ ରହିଥିବା ବ୍ୟକ୍ତିଙ୍କୁ ଆଗକୁ ବଢିବାର ସୁଯୋଗ ମିଳିବାକୁ ଯାଉଛି । ସିମେଣ୍ଟ , ରଙ୍ଗ ଇତ୍ୟାଦି ବ୍ୟାପାର କରୁଥିବା ଲୋକମାନେ ଲାଭବାନ ହେବେ ଏହି ସମୟରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *