November ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କିଭଳି ହୋଇଥାନ୍ତି ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ନଭେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ଜାଣିବା । କିଭଳି ରହିବ ସେମାନଙ୍କ କ୍ୟାରିଅର ।  ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵାଭାବ କିପରି ହୋଇଥାଏ ?  ମନରେ ନିଜ ସାଥିଙ୍କ ପ୍ରତି କେଉଁ ଭାବନା ରହିଥାଏ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ନଭେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ସମ୍ପୂର୍ଣ ବିବରଣୀ ।

ନଭେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଶୁଭ ନମ୍ବର ହେଉଛି – 3, 1, 7 । ଶୁଭ ରଙ୍ଗ ହେଉଛି- ଗୋଲାପି, ଧଳା । ଶୁଭ ଦିନ ହେଉଛି- ଗୁରୁବାର, ମଙ୍ଗଳବାର । ସ୍ଵଭାବ: ଆପଣ ବହୁତ ଦୟାଳୁ ସ୍ଵଭାବର ବ୍ୟକ୍ତି ଅଟନ୍ତି । ପରୋପକାର କରିବାରେ ରୁଚି ରଖିଥାନ୍ତି ଆପଣ । ଦୁନିଆରେ ସମସ୍ତଙ୍କ ଭଲ କରିବା ପାଇଁ ହିଁ ଆପଣ ଜନ୍ମ ନେଇଛନ୍ତି କହିଲେ ଭୁଲ ହେବ ନାହିଁ । ସହିବା ଶକ୍ତି ମଧ୍ୟ ଆପଣଙ୍କର ବହୁତ ଅଧିକ ।

ସ୍ଵାଭିବାନ ଉପରେ କଥା ନ ଆସିବା ପର୍ଯ୍ୟନ୍ତ ଆପଣ ସମସ୍ତ କଥାକୁ କ୍ଷମା କରିଦେଇଥାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରାଇବାର କଳା ଆପଣଙ୍କୁ ବେସ ଭଲ ଭାବରେ ଜଣାଥାଏ । ଆପଣ ସାଧାରଣତଃ ବହୁତ ଶାନ୍ତ ଅଟନ୍ତି । କିନ୍ତୁ ଯିଏ ଆପଣଙ୍କ ରାଗକୁ ଦେଖିଛି ସେ ହିଁ ଆପଣଙ୍କୁ ପ୍ରକୃତରେ ଚିହ୍ନିଛି । କାରଣ ଆପଣ ରାଗିଲେ କାହାର ବି ହୋଇନଥାନ୍ତି । ଆପଣଙ୍କ ହ୍ରୁଦୟକୁ କଷ୍ଟ ଦେଲା ଭଳି କିଛି ଘଟିଲେ ଆପଣ ବହୁତ ଶୀଘ୍ର ଭାଙ୍ଗିଯାଇଥାନ୍ତି ।

ଆପଣଙ୍କ ସହ ଆପଣଙ୍କ ସାଙ୍ଗମାନେ ସବୁବେଳେ ସବୁ କ୍ଷେତ୍ରରେ ଠିଆ ହୋଇଥାନ୍ତି । କ୍ୟାରିଅର: ଆପଣ ନିଜ କର୍ମକୁ ପାଗଳ ଭଳି ଭଲ ପାଇଥାନ୍ତି । ଦିନ ରାତି କଠୋର ପରିଶ୍ରମ କରନ୍ତି । ସମସ୍ତ କାର୍ଯ୍ୟ ଉପରେ ଆପଣ ତୀକ୍ଷଣ ନଜର ରଖିଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଲେଖକ, ପୋଲିସ, କଳାକାର, ଟେକନୋଲୋଜି ବିଭାଗରେ ସଫଳତା ହାସଲ କରିଥାନ୍ତି ।

ଭାଗ୍ୟର ସାଥ ରହିଥିବାରୁ ଆପଣଙ୍କୁ ମାନ ସମ୍ମାନ ସହ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ପ୍ରେମ: ଆପଣ ବହୁତ ଭାବୁକ ହୋଇଥିବାରୁ ଭଲ ପାଇବାରେ ବହୁତ ଶୀଘ୍ର ପଡିଯାଇଥାନ୍ତି । ଭଲପାଇବାକୁ ପ୍ରକାଶ କରିବା ପାଇଁ ଆପଣଙ୍କୁ ସମୟ ଲାଗିଥାଏ । ଆପଣ ସବୁବେଳେ ଭଲପାଇବାରେ ବନ୍ଧୁତା ଏବଂ ବନ୍ଧୁତାରେ ଭଲ ପାଇବାକୁ ଖୋଜିଥାନ୍ତି ।  ଏହିଭଳି ଭାବନା ହେତୁ ଆପଣ କାହାକୁ ମଧ୍ୟ ବୁଝିପାରନ୍ତି ନାହିଁ ।

ଆପଣ ନିଜ ମନର କଥା ନିଜ ସାଥୀଙ୍କୁ କହିବା ପାଇଁ ସବୁବେଳେ ଡେରି କରିଦେଇଥାନ୍ତି । ଆପଣ ନିଜ ଭଳି ହିଁ ଜଣେ ସାଥିଟିଏ ଖୋଜିଥାନ୍ତି । ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏଥିପାଇଁ ବହୁତ ଲୋକ ଆପଣଙ୍କଠୁ ଦୂରେଇ ଯାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *