ନମସ୍କାର ବନ୍ଧୁଗଣ, ଜଣେ ନୂଆ ଲୋକଙ୍କ ସହ ଆମର ଭେଟ ହେଲେ ହଠାତ ଆମେ ତାଙ୍କ ସହ ବନ୍ଧୁତ୍ଵ ରଖିବା ପାଇଁ ସାହସ ରଖିନଥାଉ । କାରଣ ଡର ରହିଥାଏ କିଛି କ୍ଷତି ସେ ଆମର କରିବେନି ତ ! କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କିଭଳି ଜଣେ ବ୍ୟକ୍ତିଙ୍କ ସହ କଥା ନ ହୋଇ ମଧ୍ୟ ସେହି ଲୋକର ସ୍ଵଭାବ ବିଷୟରେ ଜାଣିପାରିବେ ତାଙ୍କ ମୁହଁ ଦେଖି । ତେବେ ଆସନ୍ତୁ ଜାଣିବା ।
ଗୋଲ ମୁହଁ: ଯେଉଁ ମାନଙ୍କର ଗୋଲ ମୁହଁ ହୋଇଥାଏ ସେମାନେ ବହୁତ ଭାବ ବିହ୍ଵଳ ବ୍ୟକ୍ତି ହୋଇଥାନ୍ତି । ଏମାନେ ଅନ୍ୟ ଜଣଙ୍କର ଯତ୍ନ ନେବା ଖୁବ ଭଲରେ ଜାଣିଥାନ୍ତି । ଏହି ଆକାରର ପୁରୁଷ ଓ ମହିଳା ଜୀବନ ସାରା ସାଥ ଦିଅନ୍ତି । ଆୟତକୃତି ମୁହଁ: ଏଭଳି ବ୍ୟକ୍ତି ବର୍ତ୍ତମାନକୁ ନେଇ ବଞ୍ଚନ୍ତି । ନିଜ କ୍ୟାରିଅରରେ ବହୁତ କିଛି ହାସଲ କରିଥାନ୍ତି । ଏମାନଙ୍କ ଶରୀରର ଗଠନ ଖେଳାଳି ଭଳି ହୋଇଥାଏ । ବହୁତ ଜଲ୍ଦି ଏମାନେ ଲୋକଙ୍କ ସହ ମିଶିଯାନ୍ତି । କୌଣସି କାମକୁ ଆରମ୍ଭ କରିବା ପୂର୍ବରୁ ତାର ଯୋଜନା ବହୁତ ଆଗରୁ କରିଦେଇଥାନ୍ତି ।
ଚାରିକଣିଆ ମୁହଁ: ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସମସ୍ତ କଥାକୁ ବହୁତ ଭାବିଛିନ୍ତି କାମ କରନ୍ତି । ଏମାନେ ବହୁତ ରାଗି ସ୍ଵାଭାବର ବ୍ୟକ୍ତି ଅଟନ୍ତି । ନିଜକୁ ଅନ୍ୟ ଜଣଙ୍କ ସାମ୍ନାରେ ବ୍ୟକ୍ତ କରିବାର କଳା ଭରି ହୋଇ ରହିଛି । ନିଜ କ୍ଷମତା ବଳରେ ବହୁତ ବଡ ବଡ ସମସ୍ୟାର ସମାଧାନ ମଧ୍ୟ କରିଦିଅନ୍ତି । ନିଜ କାମକୁ ଅନ୍ୟ ଦ୍ଵାରା କରିବାର କଳା ମଧ୍ୟ ଏମାନଙ୍କୁ ଜଣା ।
ତିନିକଣିଆ ମୁହଁ: ଏମାନେ ନୂତନ କାର୍ଯ୍ୟ କରିବାରେ ଇଚ୍ଛା ରଖନ୍ତି । ଶରୀରର ଆକାର ପତଳା ହୋଇଥାଏ । ଏମାନେ ବହୁତ ସ୍ନାତ ହୋଇଥାନ୍ତି । କିନ୍ତୁ ନିଜ ଉପରେ ଆଞ୍ଚ ଆସିଲେ ବହୁତ ରାଗିଯାନ୍ତି ମଧ୍ୟ । ଏମାନେ ଜନ୍ମରୁ ହିଁ ପ୍ରତିଭାଶାଳୀ ହୋଇଥାନ୍ତି । ନିଜ ଆଖପାଖରେ ଥିବା ଲୋକଙ୍କ ଠାରୁ ଏମାନେ ଅଧିକ ସଫଳ ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ବ୍ୟବହାର ବହୁତ ଭଲ ହୋଇଥାଏ ।
ଅଣ୍ଡାକୃତି ମୁହଁ; ଏମାନେ ଉଚିତ ସମ୍ମାନ ଦବା ଜାଣନ୍ତି । ନିଜ ଜୀବନରେ ବହୁତ କିଛି ସଫଳତା ହାସଲ କରନ୍ତି । ସବୁ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣରେ ରଖନ୍ତି । ନିଜ ରାଗ ଉପରେ ନିଜର କାବୁ ଥାଏ । କେଉଁ ଜାଗାରେ କେଉଁ କଥା କହିବାର ଅଛି ତାହାର ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ଥାଏ ।
ହୃଦୟରୁ ବହୁତ ନିର୍ମଳ ହୋଇଥାନ୍ତି । ଏସବୁକୁ ଧ୍ୟାନରେ ରଖନ୍ତୁ, ଆପଣଙ୍କ ପାଇଁ ନିଶ୍ଚୟ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ , ଲାଇକ ସେୟାର କରିବାକୁ ଜମାବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ଯନ୍ତ ପଢିଥିବାରୁ ଧନ୍ୟବାଦ ।