ମୁଣ୍ଡରେ ଚଢେଇ ମଳ ତ୍ୟାଗ କଲେ କଣ ହୁଏ- Ajira Anuchinta

ବନ୍ଧୁଗଣ ଆମ ଜୀବନରେ ବହୁତ କିଛି ଘଟଣାମାନ ଘଟିଥାଏ । ସେଥି ମଧ୍ୟରୁ କିଛି କଥାର ମହତ୍ଵ ତଥା ଉଦେଶ୍ୟ ଆମେ ଜାଣିଥାଉ ଏବଂ କିଛି କିଛି ଘଟଣାର ଉଦେଶ୍ୟ କିମ୍ବା ଲକ୍ଷଣ ଆମେ ଜାଣି ନଥାଉ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଶାସ୍ତ୍ର ସମ୍ବନ୍ଧିତ କିଛି ଘଟଣାର ବିଶେଷତ୍ଵ କିମ୍ବା ଲକ୍ଷଣ ।

୧- ଯଦି ଘରେ ନାଲି ପିମ୍ପୁଡି ବଢିଯାନ୍ତି ତେବେ ଏହା ଅର୍ଥହାନି ଏବଂ କିଛି ଅଶୁଭ ହେବାର ସୂଚନା ଦେଇଥାଏ । ୨- ଯଦି ପିମ୍ପୁଡି ମନ୍ଦାରେ ଚିନୀ କିମ୍ବା ଅଟା ଦିଆଯାଏ, ତେବେ ଏହା ଶୁଭ ହୋଇଥାଏ ଏବଂ ଆର୍ଥିକ ସଙ୍କଟରୁ ଶୀଘ୍ର ମୁକ୍ତି ମିଳିଥାଏ ।

୩- ଯଦି କୌଣସି ଜାଗାକୁ ଯିବାବେଳେ ଗାଈ, ବାଛୁରି, ମେହେନ୍ତର, ଏବଂ ବିବାହିତା ମହିଳାଙ୍କୁ ଦେଖନ୍ତି ତେବେ ତାହା ଶୁଭ ହୋଇଥାଏ । ୪- ଘରର ଛାତ ଉପରେ ଯଦି କୌଣସି ପକ୍ଷୀ ଚୋଟ ଖାଇ ପଡିଥାଏ, କିମ୍ବା ଯଦି ମଲା ପକ୍ଷୀଟିଏ ଆପଣଙ୍କ ଘରେ ପଡିଥାଏ ତେବେ ତାହା ମହା ସଙ୍କଟର ସୂଚନା ଦେଇଥାଏ । ୫- ଯଦି ଆପଣଙ୍କ ଘରେ ବାରମ୍ବାର କ୍ଷୀର ଢାଳି ହେଉଛି ତେବେ ତାହା ଆପଣଙ୍କ ଘରେ କଳହ ଉତ୍ତପନ୍ନ ହେବାର ସଙ୍କେତ ଦେଉଛି ।

୬- ଯଦି ଆପଣ ଆକାଶରୁ ଉଲ୍ଲକା ପିଣ୍ଡ ଖାସୁଥିବାର ଦେଖୁଛନ୍ତି, ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ଖରାବ ହେବା ସହିତ ଆର୍ଥିକ ସଙ୍କଟ ସୃଷ୍ଟି ହେବାର ସୂଚନା ଦେଇଥାଏ । ୭- ଯେଉଁ ଘରୁ ବିଛା ବାହାରକୁ ବାହାରି ଯାଉଥିବାର ଦେଖାଯାଏ, ତାହା ଧନହାନି ଘଟିବାର ସମ୍ଭାବନା ଆଣିଥାଏ । ୮- ଯଦି କୌଣସି ବ୍ଯକ୍ତିର ବାଡି ବଗିଚାରେ ଗାଈ ଚାରିବାର ଦେଖାଯାଏ ତେବେ ଏହା ଆର୍ଥିକ ସମସ୍ଯା ଦୂର ହେବାର ସୂଚନା ଦେଇଥାଏ । ୯- ଯଦି ସକାଳୁ ଉଠିଲା ପରେ ନଡିଆ ଦେଖନ୍ତି, ତେବେ ଏହା ଆପଣଙ୍କ ଦିନତି ଶୁଭ ହୋଇଥିବାର ସଂକେତ ଦେଇଥାଏ ।

୧୦- ସକାଳୁ ଉଠିଲା ପରେ ଯଦି ଦହି ଅଥବା କ୍ଷୀର ଦେଖନ୍ତି, ତେବେ ଏହା ଶୁଭ ସୂଚନା ମିଳିବାର ସଙ୍କେତ ଦେଇଥାଏ । ୧୧- ଯଦି ସକାଳୁ ବୁଲିବାକୁ ଗଲାବେଳେ ଆଖୁଗଛ ଦେଖିଥାନ୍ତି, ତେବେ ତାହା ଧନ ପ୍ରାପ୍ତିର ସୂଚନା ଦେଇଥାଏ । ୧୨- ସକାଳୁ ଉଠିଲା ପରେ ଯଦି ମନ୍ଦିରରେ ଶଙ୍ଖ କିମ୍ବା ଘଣ୍ଟି ବାଜିବାର ଶୁଭାଯାଏ, ତେବେ ତାହା ସୌଭାଗ୍ୟ ପ୍ରାପ୍ତିର ସୂଚନା ଦେଇଥାଏ । ୧୩- ଯଦି ଆପଣଙ୍କର ଖରାପ ସମୟ ଚଳୁଥିଲା ବେଳେ ଝିଣ୍ଟିକାର ଶବ୍ଦ ଶୁଣାଯାଏ କିମ୍ବା ଝିଣ୍ଟିକା ଦେଖାଯାଏ ତେବେ ଏହା ଆପଣଙ୍କ ଖରାପ ସମୟ ଦୂର ହୋଇ ଆପଣଙ୍କ ଭଲ ସମୟ ଆସିବାର ସୂଚନା ଦେଇଥାଏ ।

୧୩- ଯଦି ଘରର କୌଣସି ସ୍ଥାନରେ ଊଇ ଲାଗିଯାଏ କିମ୍ବା ମହୁମାଛି ବସା କରିଥାଏ, ତେବେ ଏହା ଘରର ମୁଖ୍ୟ ଲୋକଙ୍କ ପାଇଁ ଆସୁବିଧାରେ ପଡିବାର ଲକ୍ଷଣ ହୋଇଥାଏ । ୧୪- ଯଦି ପୋଷାକ ପିନ୍ଧିଲା ବେଳେ ପକେଟରୁ ପଇସା ପଡିଯାଏ ତେବେ ଏହା ଅର୍ଥ ପ୍ରାପ୍ତିର ସୂଚନା ଦେଇଥାଏ । ୧୫- ଯଦି କୌଣସି ଦିନ ଚଢେଇ ଆପଣଙ୍କ ମୁଣ୍ଡ ଉପରେ ମଳ ତ୍ୟାଗ କରିଦିଏ, ତେବେ ଜାଣିବେ ସେହିଦିନ ଠାରୁ ଦରିଦ୍ରତା ଶେଷହେଲା ଶୁଭ ସମୟ ଆସିଲା । ବନ୍ଧୁଗଣ ଏହା ଥିଲା କେତେକ ମହତ୍ଵ ପୂର୍ଣ୍ଣ କଥାର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *