ପୂଜା କରିବା ସ୍ମାୟରେ ନଡିଆ ଖରାପ ବାହାରିବା ଶୁଭ ନା ଅଶୁଭ- Sakuna Shastra

ଆମେ ଜାଣିଛୁ ନଡିଆ କୁ ଶ୍ରୀଫଳ କୁହାଯାଏ । ଆମ ପୂଜା ଥାଳିରେ ନଡ଼ିଆ ରଖିବା ବହୁତ ଜରୁରୀ ଅଟେ । ଯେକୌଣସି ପୂଜା ବା ଯେକୌଣସି ଶୁଭ କାର୍ଯ୍ୟ ହେଇଥାଉ ନଡିଆ ରହିବା ନିହାତି ଜରୁରୀ । ନଡ଼ିଆ କୁ ଆମେ ବିଭିନ୍ନ କାର୍ଯ୍ୟ ରେ ବ୍ୟବହାର କରିଥାଉ । ଯେମିତି କି ପିଠା ବନେଇଵା, ତରକାରୀ, ଭୋଗ, ଚଟଣୀ, ପଣା, ନଡିଆ ତେଲ ମଧ୍ୟ ବ୍ୟବହାର କରା ଯାଇଥାଏ । ନଡ଼ିଆ ର ମହତ୍ୱ ଆମ ହିନ୍ଦୁ ଧର୍ମରେ ବେଶି ରହିଥାଏ । ପୂଜା ଥାଳିରେ ଆଉ କୋଉ ଫଳ ନ ନେଲେ ମଧ୍ୟ ଚଳିବ ।

କିନ୍ତୁ ନଡ଼ିଆ ନେବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ବାଡ଼ିରେ ନଡ଼ିଆ ଗଛ ଅଛି ତେବେ ଆପଣ ପୂଜା ରେ ବାଡ଼ି ନଡିଆ ବ୍ୟବହାର କରନ୍ତୁ । ଏହା ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଏହା ନୁହେଁ କି ବଜାର ନଡ଼ିଆ ଅଶୁଭ ଅଟେ ।

ବଜାରର ନଡ଼ିଆ ମଧ୍ୟ ଶୁଭ ଅଟେ । କିନ୍ତୁ ବାଡ଼ି ନଡ଼ିଆ ଠାରୁ କମ । ବଜାରର ମିଳୁଥିବା ନଡିଆ ଗଛରୁ କଟା ହୋଇ ଅଣା ହୋଇଥାଏ । ଫଳ ଟି ପୂର୍ଣ୍ଣ ହେବା ଆଗରୁ ଏହାକୁ କାଟିକି ତୋଳା ହେଇଥାଏ । ତେଣୁ ଏହା ଏତେ ଶୁଭ ଫଳ ଦେଇ ନ ଥାଏ ଯେତିକି ଫଳ ବାଡ଼ି ନଡ଼ିଆ ରୁ ମିଳିଥାଏ । ବାଡ଼ି ରୁ ନଡ଼ିଆ ଟି ପୂର୍ଣ୍ଣ ହୋଇ ପ୍ରାକୃତିକ ଭାବେ ଖସିଥାଏ । ତେଣୁ ଏହା ବେଶୀ ଭଲ ଫଳ ଦେଇଥାଏ । ନଡ଼ିଆ ଘରର ବା ଆପଣଙ୍କର କୌଣସି ସମସ୍ୟା ବା କୌଣସି କାର୍ଯ୍ୟ ଯାହା ଅଟକି ଯାଇଥାଏ ତାହାର ସମାଧାନ ବା ସେହି କାର୍ଯ୍ୟ ପୁର୍ଣ କରିଥାଏ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅନେକ ଦିନ ରୁ ପୁର୍ଣ୍ଣ ହେଉନାହିଁ ତେବେ ଆପଣ ନଡ଼ିଆ କୁ ସାତଥର ଘଣ୍ଟା କଣ୍ଟା ପରି ସଠିକ ଦିଗରେ ବୁଲାଇ ମନର କାମନା କୁ ସ୍ମରଣ କରି ଏହାକୁ ନଦୀ ରେ ଭସାଇ ଦିଅନ୍ତୁ ।

ଏପରି କରିବା ଦ୍ୱାରା ଆପଣଙ୍କର ବାକି ରହିଥିବା କାମ ପୁରା ହୋଇଥାଏ । ନଡ଼ିଆକୁ ମା ଲଷ୍ମୀଙ୍କ ର ପ୍ରତୀକ ମଧ୍ୟ କୁହଯାଏ । ତେଣୁ ଏହା ସବୁ ପୂଜା ରେ ରହିବା ଶୁଭ ଅଟେ । ବେଳେବେଳେ ଆମେ ଭୋଗ କରିବା ପାଇଁ ନେଇଥିବା ନଡ଼ିଆ ଯେତେବେଳେ ଭାଙ୍ଗିଥାଉ କେତେବେଳେ ଭଲ ନଡ଼ିଆ ବାହାରି ଥାଏ କେତେବେଳେ ପିଚା ନଡ଼ିଆ ବାହାରି ଥାଏ । ଅନେକ ଲୋକ ଏହା ଦେଖି ଆତଙ୍କିତ ବା ଚିନ୍ତିତ ହୋଇପଡନ୍ତି ଯେ ନଡ଼ିଆ ଟି ପଚା ବାହାରିବା ଦ୍ୱାରା କୌଣସି ଖରାପ ସଙ୍କେତ ହୋଇପାରେ । କିନ୍ତୁ ନଡ଼ିଆ ପଚା ବାହାରିବା ଅତ୍ୟନ୍ତ ଶୁଭ ଅଟେ । ଯଦି ଆପଣ ଭୋଗ କରିବା ପାଇଁ ନେଉଥିବା ନଡ଼ିଆ ପଚା ବାହାରେ ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଦେଇଥାଏ ।

ଏହାର ଅର୍ଥ ହେଉଛି ଭଗବାନ ବିଷ୍ଣୁ ସେହି ନଡ଼ିଆ କୁ ପୁର୍ବରୁ ଗ୍ରହଣ କରି ନେଇଥାନ୍ତି । ତେଣୁ ନଡ଼ିଆ ଯେହେତୁ ମା ଲଷ୍ମୀଙ୍କ ପ୍ରତୀକ ତେଣୁ ଯଦି ଏହା ପଚା ବାହାରିଥାଏ ଏହା ଶୁଭ ଫଳ ପ୍ରଦାନ କରିଥାଏ । ଆପଣଙ୍କ ମନରେ ଆପଣ ଯେଉଁ ଆଶା ଆକାଂକ୍ଷା ନେଇ ଯାଇଥିବେ ସେହିଥିରେ ଅବଶ୍ୟ ସଫଳ ହେବେ । ତେଣୁ ଯଦି କେବେ ନଡ଼ିଆ ପଚା ବାହାରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ନିଜ ପୂଜା ଥାଳିରେ ଫୁଲ, କଦଳୀ, ଓ ନଡ଼ିଆ ଏହି ୩ ଟି ଜିନିଷ ଅବଶ୍ୟ ରଖିବେ । ଏହି ୩ ଟି ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରନ୍ତି ।

Leave a Reply

Your email address will not be published. Required fields are marked *