ନାମର ପ୍ରଥମ ଅକ୍ଷରରୁ ଏମିତି ଜାଣନ୍ତୁ ନିଜର ପ୍ରକୃତ ରାଶି- Zodiac Sign

ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ଅନୁଯାୟୀ ରାଶି ନକ୍ଷତ୍ରଙ୍କର ଅନେକ ଗୁରୁତ୍ଵ ରହିଛି ଆମ ଜୀବନରେ । ଗୋଟିଏ ପିଲା ଜନ୍ମ ହେବା ପରେ ତାର ନାମକରଣ ରାଶି ଅନୁଯାୟୀ ହୋଇଥାଏ । ସେହିଭଳି ଆପଣ ମାନେ ନାମର ପ୍ରଥମ ଅକ୍ଷରରୁ ରାଶି ମଧ୍ୟ ଜାଣିପାରିବେ । ତେବେ ଏହା କିଭଳି ସମ୍ଭବ ତାହା ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚିନ୍ତ । ତେବେ ଆପଣଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ପାଇବା ପାଇଁ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ମେଷ ରାଶି: ଯଦି ଆପଣଙ୍କ ନାମ କେ, ଚୁ, ଚୋ, ଲା, ଲି, ଲୁ, ଲେ, ଲୋ, ଅ, ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଜାଣି ରଖିବେ କି ଆପଣଙ୍କ ରାଶି ମେଷ ରାଶି ଅଟେ । ବୃଷ ରାଶି: ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, ଇ, ଉ, ଏ, ଓ, ବି, ବୁ ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କ ରାଶି ବୃଷ ରାଶି ବୋଲି ଜାଣିନେବେ । ଏହିସବୁ ନାମ ଗୁଡିକ ବୃଷ ରାଶିର ଅନ୍ତର୍ଗତ ହୋଇଥାଏ ।

ମିଥୁନ ରାଶି: ଯଦି ଆପଣଙ୍କ ନାମ କା, କି, କୁ, ଘ, ଡ, ଛ, କେ, କୋ, ହା ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କ ରାଶି ମିଥୁନ ହୋଇଥାଏ । କର୍କଟ: ଯଦି ଆପଣ ମାନଙ୍କ ନାମ ହି, ହୁ, ହେ, ହୋ, ଡା, ଡି, ଡୁ, ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କ ରାଶି କର୍କଟ ହୋଇଥାଏ । ସିଂହ ରାଶି: ଯଦି ଆପଣଙ୍କ ନାମ ମା, ମି, ମୁ, ମେ, ମୋ, ଟା, ଟି, ଟୁ, ଟେ ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କର ସିଂହ ରାଶି ଅଟେ ।

କନ୍ୟା ରାଶି: ଯଦି ଆପଣଙ୍କ ନାମ ହିନ୍ଦୀ ଭାଷାର ଟୋ, ପା, ପି, ପୂ, ଷ, ଣ, ଠ, ପେ, ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କର କନ୍ୟା ରାଶି ଅଟେ । ତୁଳା ରାଶି: ଯଦି ଆପଣଙ୍କ ନାମ ର କିମ୍ବା ତ ଅକ୍ଷରରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କର ତୁଳା ରାଶି ହୋଇଥାଏ । ବିଛା ରାଶି: ଯଦି ଆପଣଙ୍କ ନାମ କ, ତ, ନ ଅକ୍ଷରରୁ ଆରମ୍ଭ ତେବେ ଆପଣଙ୍କର ବିଛା ରାଶି ଅଟେ ।

ଧନୁ ରାଶି: ଯଦି ଆପଣଙ୍କ ନାମ ଭ, ଧ, ଫ, ଅକ୍ଷରରୁ ଆରମ୍ଭ ତେବେ ଆପଣଙ୍କର ଧନୁ ରାଶି ବୋଲି ଜାଣିବେ । ମକର ରାଶି: କ, ଭ, ଜ ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ମକର ରାଶି ଅନ୍ତର୍ଗତ ହୋଇଥାଏ । କୁମ୍ଭ ରାଶି: ଗ, ସ, ଦ ଅକ୍ଷରରୁ ଆରମ୍ଭ ହୋଇଥିବା ନାମ କୁମ୍ଭ ରାଶି ଅନ୍ତର୍ଗତ ଅଟେ ।

ମୀନ ରାଶି: ଦ, ଧ, ଚ ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ଗୁଡିକ ମୀନ ରାଶି ଅନ୍ତର୍ଗତ ହୋଇଥାଏ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *