ମୁହଁରୁ ବ୍ରଣ କେମିତି ଦୂର କରିବେ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି Dr Kumar Abhishek

ନମସ୍କାର ବନ୍ଧୁଗଣ, ଆଜିକାଲି ମୁହଁରେ ବ୍ରଣ ଉଠିବା ଏକ ବଡ ଚିନ୍ତାର ବିଷୟ ହୋଇସାରିଲାଣି । ଏହଦ୍ଵାରା ଆମର ସୌନ୍ଦର୍ଜ୍ୟ ମଧ୍ୟ ନଷ୍ଟ ହେଇଯାଉଛି । ମୁହଁରେ ଅନେକ ଦିନ ବ୍ରଣର ଦାଗ ରାହୁଅଛି । ତେବେ ଏହାକୁ ଦୂର କରିବା ଆପଣ ବହୁତ କିଛି ମୁହଁରେ ବ୍ୟବହାର କରୁଥିବେ କିନ୍ତୁ ତାହା କମିବା ବଦଳରେ ଆହୁରି ବେଶି ବଢିଥାଏ । ଆଜି ଆସନ୍ତୁ ଜାଣିବେ ମୁହଁରୁ ବ୍ରଣକୁ ସମ୍ପୂର୍ଣ ଭାବରେ କିଭଳି ଦୂର କରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ମୁହଁରେ ବ୍ରଣ କାହିଁକି ହୁଏ: ପ୍ରଥମେ ବୟସ ଅନୁଯାୟୀ ବ୍ରଣ ମଧ୍ୟ ହୋଇଥାଏ । ଏହା ହରମୋନାଲ ପ୍ରଭାବ ହେତୁ ହେଇଥାଏ । ଦିତୀୟରେ ମୁହଁ ଏକ ବ୍ୟକ୍ଟେରିଆ ରହିଛି ତାହାର ଇନଫେକସନ ହେଲେ ମଧ୍ୟ ବ୍ରଣ ଉଠିଥାଏ । ବ୍ରଣରେ ହାତ ମାରନ୍ତୁ ନାହିଁ: ବ୍ରଣକୁ ଚିପିଲେ କଳା ଦାଗ ହୋଇଯାଇଥାଏ । ବ୍ରଣକୁ ଚିପିବାଦ୍ବାରା ଇନଫେକସନ ମଧ୍ୟ ହେବାର ସମ୍ଭାବନା ରହିଛି ।

ଜୀବନ ଶୈଳୀ ବଦଳାଇବା ଦରକାର: ମାନସିକ ଚିନ୍ତା ଦ୍ଵାରା ବ୍ରଣ ଅଧିକ ହୋଇଥାଏ । ବେଶି ତେଲିଆ ଖାଦ୍ୟ ଖାଇବା ଦ୍ଵାରା ଆଇଜିଏଫ ଏନଯାଇମ ବଢିଯାଇଥାଏ । ଏହା ବ୍ରଣ ବୃଦ୍ଧିରେ ସହାୟ ହୋଇଥାଏ । ତେଣୁ ଏହି ସବୁ ପିଜା, ବରଗର ଖାଇବା କମେଇବା ଦରକାର । ସୁଗାର ମାତ୍ର ଅଧିକ ଥିବା ଖାଦ୍ୟ ଖାଇବା ଦ୍ଵାରା ମଧ୍ୟ ବ୍ରଣ ହୋଇଥାଏ । କମ କ୍ଷୀର ପିଇବା ଉଚିତ ହୋଇଥାଏ ବ୍ରଣ ପାଇଁ ।

ଘରୋଇ ଉପଚାର କେତେ ଭଲ: କୌଣସି ମେଡ଼ିସିନ ଡାକ୍ତରଙ୍କ ବୀନା ପରାମର୍ଶ ରେ ଖାଇବା ଉଚିତ ନୁହେଁ । କାହାଠାରୁ ବ୍ରଣର ଉପଚାର ଶୁଣି କୌଣସି କ୍ରିମ ଲଗାଇବା ଠିକ ନୁହେଁ । ସାବୁନର ବ୍ୟବହାର ମୁହଁରେ କରନ୍ତୁ ନାହିଁ । ଏହାଦ୍ବାରା ଚର୍ମର ph ବଦଳିଯାଏ । ଏହାଦ୍ୱାରା ମୁହଁରେ ଇନଫେକସନ ହେବାର ସମ୍ଭାବନା ରହିଥାଏ ।

ପିଆଜ ରସୁଣ ଇତ୍ୟାଦି ମୁହଁରେ ଘଷିବା ଦ୍ଵାରା ମୁହଁ ପୋଡିଯାଇଥାଏ । ବ୍ରଣକୁ ଆହୁରି ବେଶି ବଢାଇଦେଇଥାଏ । ତେଣୁ ଘରୋଇ ଉପଚାର ବ୍ୟବାହାର ସାବଧାନ ହୋଇ କରନ୍ତୁ । ବ୍ରଣର ଚିକିତ୍ସା କିଭଳି କରିବେ: pcos ଥିବା ମହିଳାଙ୍କ ଠାରେ ବେଶି ବ୍ରଣ ହୋଇଥାଏ । ତେଣୁ ସେମାନଙ୍କୁ ହରମୋନାଲ ଥେରାପି ଦିଆ ଯାଇଥାଏ ।

isotretinoin ଟ୍ୟାବଲେଟ ଖାଇବା ଦ୍ଵାରା ମୁହଁରୁ ମାସେ ରୁ ଦେଢ ମାସ ମଧ୍ୟରେ ବ୍ରଣ କମିଯାଇଥାଏ । ଯଦି ବ୍ରଣ ପାଇଁ ମୁହଁରେ ଗାତ ହୋଇଯାଏ ତେବେ ଲେଜର ଇଫେକ୍ଟ ଦିଆଯାଇଥାଏ । ଡାକ୍ତରଙ୍କ ପରମର୍ଶ: ବ୍ରଣ ହେଲେ କେବେ କାହାଠାରୁ ଶୁଣି କିଛି ବ୍ୟବହାର କରନ୍ତୁ ନାହିଁ ମୁହଁରେ । ଡରମାଟୋ ଲୋଜିଷ୍ଟଙ୍କ ପାଖକୁ ଯାଇ ଏହାର ଚିକତ୍ସା କରନ୍ତୁ ।

ବେଶି ଚିନ୍ତା ନେବେନି । ଖାଇବା ପିଇବାରେ ଆପଣ ବେଶି ପନିପରିବା ଖାଇବା ସହ ଫଳମୂଳ ଖାଇବେ । ଭିଟାମିନ A, ଭିଟାମିନ c ଜାତୀୟ ଖାଦ୍ୟ ଖାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *