ନମସ୍କାର ବନ୍ଧୁଗଣ, ବାହାଘର ପରେ ସନ୍ତାନ ନ ହେଲେ ଏଥିପାଇଁ ମହିଳା ମାନଙ୍କୁ ଦାଇ କରାଯାଏ । କିନ୍ତୁ ସବୁବେଳେ ନାରୀର କମି ପାଇଁ ଏହା ହୁଏ ନାହିଁ । ପୁରୁଷଙ୍କର ଦୋଷ ପାଇଁ ମଧ୍ୟ ହୁଏ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଏହାର ପ୍ରକୃତ କାରଣ ବା ଏହି ସୁଖରୁ ବଞ୍ଚିତ ହେବ ପଛର କାରଣ । ତେବେ ଆସନ୍ତୁ ଆଜି ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବେ । ଜାଣନ୍ତୁ କଣ କଲେ ଏହି ସମସ୍ୟାରୁ ମୁକ୍ତି ପାଇବେ ।
ନିଦ ବହୁଳ ଯୋଗୁ ପୁରୁଷଙ୍କ କାର୍ଯ୍ୟ କରିବା କ୍ଷମତା କମିଯାଏ । ଏଥିଯୋଗୁ ଶୂକ୍ରାଣୁ ମଧ୍ୟ ହ୍ରାସ ପାଇଥାଏ । ମହିଳା ମାନେ ନିଦ ବହୁଳ ର ଶିକାର ହେଲେ ପେଟରେ ଚର୍ବି ବଢିଯାଏ । ଗର୍ଭାଶୟରେ ଚର୍ବି ବଢିଗଲେ ଡିମ୍ବାଣୁ ସୃଷ୍ଟି ହୋଇପାରିନଥାଏ । ଏଥିଯୋଗୁ ଗର୍ଭ ଧାରଣ ସମ୍ଭବ ହୁଏ ନାହିଁ । ପୁରୁଷ ମାନେ ୩୫ ରୁ ୪୦ ବର୍ଷ ବୟସରେ ପହଞ୍ଚିଲେ ସେମାନଙ୍କର ଶୂକ୍ରାଣୁ ହ୍ରାସ ପାଇଥାଏ । ସେହି ମହିଳା ମାନଙ୍କର ୪୦ ବର୍ଷ ପରେ ହରମୋନ ସମସ୍ୟା ଯୋଗୁ ଗର୍ଭ ଧାରଣ ଆଶା କମିଯାଏ ।
ପୁରୁଷଙ୍କର ମୁତ୍ର ସଂକ୍ରମଣ ରହିଥିଲେ ପୁରୁଷଙ୍କର ଶୂକ୍ରାଣୁ କମ ହୋଇଯାଏ । ସେହିଭଳି ମହିଳା ମାନଙ୍କର ମଧ୍ୟ ମୁତ୍ର ସଂକ୍ରମଣ ଥିଲେ ଗର୍ଭ ଧାରଣ କ୍ଷମତା କମିଯାଇଥାଏ । ପୁରୁଷ ମାନେ ଅଧିକ ଧୂମ୍ରପାନ ବା ମଦ୍ୟ ପାନ କରୁରଥିଲେ ଶୂକ୍ରାଣୁ ହ୍ରାସ ପାଇଥାନ୍ତି । ରାତି ଅନିଦ୍ରା ଏବଂ ଅସୁସ୍ତ ଜୀବନଯାପନ ପାଇଁ ମଧ୍ୟ ଗର୍ଭଧାରଣ କ୍ଷମତା କମିଯାଏ । ଅବସାଦ କାରଣରୁ ପୁରୁଷମାନଙ୍କର ଶୂକ୍ରାଣୁ ହ୍ରାସ ପାଏ । ସେହିଭଳି ମହିଳା ମାନେ ଅବସାଦରେ ଥିଲେ ପ୍ରଲୋକଟିନ ନାମକ ହରମୋନ ବଢିଯାଏ, ଯାହାକି ଗର୍ଭଧାରଣରେ ବାଧକ ସାଜିଥାଏ ।
ଥାଇରଏଡ ସମସ୍ୟା ପୁରୁଷଙ୍କର ଶୂକ୍ରାଣୁ ଉତ୍ପର୍ଣରେ ସମସ୍ୟା ପକାଏ । ସେହିଭଳି ଥାଇରଏଡ ପିସିଓସ୍ ହରମୋନ ସମସ୍ୟା ଯୋଗୁ ମହିଳା ମାନଙ୍କର ଋତୁଶ୍ରାବ ଠିକ ଭାବେ ହୋଇପାରିନଥାଏ । ଏବଂ ଏହା ଡିମ୍ବାଣୁ ସୃଷ୍ଟିରେ ବାଧକ ସାଜିଥାଏ । ମଧୁମେହ ଯୋଗୁ ପୁରୁଷଙ୍କର ଶୂକ୍ରାଣୁ ୫୦ ପ୍ରତିଶତ ହ୍ରାସ ପାଇଥାଏ । ଏଥିଯୋଗୁ ମହିଳାଙ୍କର ଡିମ୍ବାଣୁ ମଧ୍ୟ ହ୍ରାସ ପାଇଥାଏ । ଗରମ ସ୍ଥାନରେ ବା ରାତିରେ କାମ କାଲେ ଶୂକ୍ରାଣୁ ହ୍ରାସ ପାଏ ।
ସେହିଭଳି ମହିଳା ମାନେ ଅଧିକ କର୍ମଚାପରେ ରହିଲେ ମଧ୍ୟ ବାଧା ଆସିଥାଏ । ଏସବୁରୁ ମୁକ୍ତି ପାଇବା ପାଇଁ ପୁରୁଷମାନେ ଅଲିଭ ତେଲ ରେ ବିଲାତିକୁ ଭାଜି ଖାଇଲେ ଏହା ଶୂକ୍ରାଣୁ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ । ନିୟମିତ ୫୦ ଗ୍ରାମ ଅକରୋଡ ଖାଇଲେ ଏହା ଶୂକ୍ରାଣୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳୁ ରସୁଣ ଖାଇବା ଆବଶ୍ୟକ । ଗାଜର ଖାଇବା ଦ୍ଵାରା ଯୌନ କ୍ଷମତା ବଢିଥାଏ । ଡାଳିମ୍ବ ଶୂକ୍ରାଣୁ ବଢେଇବାର ସବୁଠାରୁ ଏକ ଭଲ ଉପାୟ ।
ଏବଂ ମହିଳାମାନେ ଗର୍ଭ ଧାରଣ ପାଇଁ ପେସ୍ତାବାଦାମ ଖାଇବା ଜରୁରୀ । ଅଧିକ ଅଣ୍ଡା ଖାନ୍ତୁ । ନିୟମିତ ଗୋଟିଏ କମଳା ଖାନ୍ତୁ । ଗ୍ରୀନ ମଟର ମଧ୍ୟ ଖାନ୍ତୁ । ଏହିସବୁ ମହିଳା ମାନଙ୍କ ଗର୍ଭଧାରଣ ପାଇଁ ଉପଯୋଗୀ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।