ନିର୍ବସ୍ତ୍ର ହୋଇ ସ୍ନାନ କରୁଥିଲେ ନିଶ୍ଚୟ ଦେଖନ୍ତୁ, ମିଳିଥାଏ ଏହି ଦଣ୍ଡ- Padma Purana

ଆମ ହିନ୍ଦୁ ଶାସ୍ତ୍ରରେ ନିର୍ବସ୍ତ୍ର ହୋଇ ସ୍ନାନ କରିବା ଉଚିତ ନୁହେଁ ବୋଲି କୁହାଯାଇଛି । ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି କୌଣସି ବି ସ୍ଥିତିରେ ଲଗ୍ନ ହୋଇ ସ୍ନାନ କରିବା ଦ୍ଵାରା ପାପର ଭାଗୀଦାରୀ ହୋଇଥାନ୍ତି । ପଦ୍ମ ପୁରାଣର କଥା ଅନୁଯାୟୀ ଗୋପୀ ମାନେ ନିଜର ବସ୍ତ୍ର ବାହାର କରି ନଦୀକୁ ସ୍ନାନ କରିବାକୁ ଯାଇଥିଲେ ଯାହାର ଦୃଶ୍ୟ ଗଛ ଉପରେ ବସି ଭଗବାନ କୃଷ୍ଣ ଦେଖୁଥିଲେ । କିଛି ସମୟରେ ଗୋପୀ ମାନେ ଯେବେ ସ୍ନାନ କରିବାରେ ମଗ୍ନ ହେଲେ ସେହି ସମୟରେ କୃଷ୍ଣ ତାଙ୍କ ବସ୍ତ୍ର ଚୋରୀ କରିନେଲେ । ବସ୍ତ୍ର ଚୋରୀ କରିବା ପରେ କୃଷ୍ଣ ଗଛରେ ଲୁଚି ବସିଲେ ।

ପରେ ଗୋପୀମାନେ ସ୍ନାନ କରିବା ପରେ ଆଦି କୁଳକୁ ଆସି ଦେଖିଲେ ତାଙ୍କର ବସ୍ତ୍ର ନାହି । ଏହା ପରେ ଗୋପୀଙ୍କ ନଜର ଭଗବାନ କୃଷ୍ଣଙ୍କ ଉପରେ ପଡିଲା ଓ ସେମାନେ କହିଲେ ହେ କୃଷ୍ଣ ତୁମକୁ ଆମେ ସ୍ନାନ କରୁଥିବାର ଲାଜ ଲାଗୁ ନାହି । ଉତ୍ତରରେ ଭଗବାନ କୃଷ୍ଣ କହିଲେ ମୋତେ କାହିଁକି ଲାଜ ଲାଗିବ ତୁମକୁ ଲାଗିବ କଥା କାରଣ ବିନା ବସ୍ତ୍ରରେ ତୁମେ ସ୍ନାନ କରୁଛୁ ।

ଏହା ପରେ ଗୋପୀମାନେ ନିଜର ଭୁଲୁ ବୁଝିପାରି ଭଗବାନ କୃଷ୍ଣଙ୍କୁ ବସ୍ତ୍ର ଦେବା ପାଇଁ ଅନୁରୋଧ କରିଲେ । କିନ୍ତୁ ଭଗବାନ କୃଷ୍ଣ କହିଲେ ତୁମେମାନେ ପାଣିରୁ ବାହାରି ନିଜ ବସ୍ତ୍ର ନେଇକି ଯାଅ । କିନ୍ତୁ ଗୋପୀମାନେ କିପରି ନିର୍ବସ୍ତ୍ର ହୋଇ ପାଣିରୁ ବାହାରି ବସ୍ତ୍ର ଆଣିବେ ତାହା କହିଲେ ।

ଉତ୍ତରରେ କୃଷ୍ଣ କହିଲେ କି ଯେବେ ତୁମେ ନଦୀକୁ ସ୍ନାନ କରିବାକୁ ଯାଇଥିଲେ ସେବେ ନିର୍ବସ୍ତ୍ର ଥିଲ କିନ୍ତୁ ଏବେ ନଦୀରୁ ବାହାରିବାକୁ ଲାଜ ଲାଗୁଛି । ଆହୁରି ଭଗବାନ କୃଷ୍ଣ କହିଲେ ତୁମେ ମାନେ କେମିତି ଭାବିଲ କେହି ନାହାନ୍ତି କାରଣ ମୁଁ ତ ସବୁ ଜାଗାରେ ରହିଥାଏ । ସେହି ସମୟରେ ମୋ ଛଡା ଆକାଶରେ ଉଡୁଥିବା ପକ୍ଷୀ ଓ ପଶୁ ଏମାନେ ତୁମ ମାନଙ୍କୁ ନିର୍ବସ୍ତ୍ରର ଥିବାର ଦେଖିଛନ୍ତି ।

କେବଳ ଏତିକି ନୁହେଁ ବରଂ ଯେବେ ତୁମେ ନିର୍ବସ୍ତ୍ର ହୋଇ ଜଳକୁ ଗଲା ସେବେ ଜଳରେ ଥିବା ଜୀବ ମାନେ ମଧ୍ୟ ତୁମକୁ ଦେଖିଛନ୍ତି । ଏହା ପୂର୍ବଜ ମାନେ ମଧ୍ୟ ତୁମକୁ ନିର୍ବସ୍ତ୍ରରେ ଦେଖିଛନ୍ତି । ଗୋପୀ ମାନେ ନିଜର ଭୁଲ ବୁଝିବା ପରେ ଭଗବାନ କୃଷ୍ଣ ତାଙ୍କ ବସ୍ତ୍ର ଫେରାଇ ଦେଇଥିଲେ । ଭଗବାନ କୃଷ୍ଣ କହିଲେ ମୋହ ମାୟା ତ୍ୟାଗ ନ କରିଲେ ମଣିଷ କେବେ ମୋକ୍ଷ ପାଇପାରେ ନାହି । ଗରୁଡ ପୁରାଣରେ ମଧ୍ୟ ନିର୍ବସ୍ତ୍ର ହୋଇ ସ୍ନାନ କରିବାକୁ ବାରଣ କରାଯାଇଛି ।

ଯେବେ ବ୍ୟକ୍ତି ସ୍ନାନ କରିଥାଏ ତେବେ ସେହି ସମୟରେ ତାଙ୍କ ପାଖରେ ପିତୃ ପୁରୁଷ ଉପସ୍ଥିତ ରହିଥାଏ ଓ ବସ୍ତ୍ରରୁ ବାହାରୁଥିବା ପାଣି ଗ୍ରହଣ କରିଥାନ୍ତି । ନିର୍ବସ୍ତ୍ର ସ୍ନାନ କରିବା ଦ୍ଵାରା ପିତୃ ପୁରୁଷ କ୍ରୋଧ କରିବା କାରଣରୁ ପିତୃ ଦୋସା ଲାଗିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *