ନିଜର କିଏ ? ଜାଣନ୍ତୁ ଏକ ହୃଦୟ ସ୍ପର୍ଶୀ କାହାଣୀ… ପ୍ରବକ୍ତା: Acharya Aruna

ନମସ୍କାର ବନ୍ଧୁଗଣ, ଆମେ ଯାହାକୁ ଭଲ ପାଉ ବା ଯିଏ ଆମ ଜୀବନସାଥି ହୋଇଥାନ୍ତି ଆମେ ସବୁବେଳେ ଏହି ଆଶା ରଖିଥାଏ ଥାଉ କି ମୃତୁ ପର୍ଯ୍ୟନ୍ତ କେବେ ହେଲେ ସେ ହାତ ନ ଛାଡନ୍ତୁ । ସବୁବେଳେ ଦୁଖରେ ସୁଖରେ ସାଥି ହୋଇ ଠିଆ ହୁଅନ୍ତୁ । ଦୁଖ ସମୟରେ ସାହସ ଦିଅନ୍ତୁ ବୋଲି ସମସ୍ତେ ଚାହିଥାନ୍ତି । କିନ୍ତୁ ବେଳେ ସେହି ମଣିଷ ଆମକୁ ଢୋକ ଦେଇଚାଲିଯାଏ । ତେବେ ଏହାକୁ ସପୁର୍ଣ ଭାବରେ ଜାଣିବା ଆଜି ଆମେ ଆପଣ ମାନଙ୍କୁ ଏକ ମନକୁ ଛୁଇଁଯିବା ଭଳି କାହାଣୀଟିଏ ଜଣାଇବୁ । ଆସନ୍ତୁ ଜାଣିବା ।

ଜଣେ ଜମିଦାରଙ୍କର ୪ଟି ପତ୍ନୀ ଥିଲେ । କିନ୍ତୁ ଜମିଦାର ସବୁଠାରୁ ବେଶି ଚତୁର୍ଥ ପତ୍ନୀଙ୍କୁ ଭଲ ପାଉଥିଲେ । କାରଣ ସେ ସୁନ୍ଦର ଥିଲେ । ତାଙ୍କ ପାଖରେ ଯୌବନ ଥିଲା । କମ ବଯସର ଥିଲେ । ଆଉ ନିଜ ପ୍ରଥମ ପତ୍ନୀଙ୍କୁ ସେ ବିଲକୁଲ ମଧ୍ୟ ଭଲ ପାଉନଥିଲେ । ଦିନେ ଜମିଦାରଙ୍କର ଦେହ ବହୁତ ଅସୁସ୍ତ ହେଲା । ତାଙ୍କୁ ମେଡିକାଲ ନିଆଗଲା । ସେଠି ଡାକ୍ତରମାନେ ତାଙ୍କୁ କହିଲେ ଆପଣଙ୍କୁ କ୍ୟାନସର । ଆପଣ ଖୁବ ଅଳ୍ପ ଦିନ ପରେ ଏ ଦୁନିଆ ଛାଡି ଚାଲିଯିବେ ।

ଏହାପରେ ଜମିଦାର ଭାବିଲେ ତାଙ୍କ ପାଖରେ ତ ଆଉ ଅଳପ ସମୟ ଅଛି । ଭାବିଲେ ସେ ଭଲ ଭଲପାଉଥିବା ସମସ୍ତ ଲୋକଙ୍କ ସହ ଦେଖା କରିବେ । ଏହାପରେ ସେ ସର୍ବ ପ୍ରଥମେ ଯାଇ ନିଜ ପ୍ରିୟ ଚତୁର୍ଥ ସ୍ତ୍ରୀଙ୍କୁ କ୍ୟାନସର କଥା କହିଲେ । ଏବଂ ଏହାମଧ୍ୟ କହିଲେ ସେ ଆଉ ବଞ୍ଚିବେନି । ଏହାର ଉତ୍ତରରେ ତାଙ୍କ ପତ୍ନୀ କହିଲେ ମରିଯାଅ ମୋର କଣ ଅଛି ତମେ ଗଲା ପରେ ମୁ କାହାର ହେବି । ରାଜା ଏହା ସୂନୀ ଅତ୍ୟନ୍ତ ଦୁଖୀ ହୋଇଗଲେ । ଏହାପରେ ତୃତୀୟ ପତ୍ନୀଙ୍କୁ ତାଙ୍କ ସାଥ ଦେବା ପାଇଁ କହିଲେ ।

ସେ ଦୁଖରେ କହିଲେ ମୁ କେବଳ ଘର ଏରୁଣ୍ଡି ବନ୍ଧ ପର୍ଯ୍ୟନ୍ତ ହିଁ ସାଥ ଦେଇପାରିବି । ତାପରେ ତମେ ତମ ବାଟରେ ଯାଅ । ଦିତୀୟ ପତ୍ନୀଙ୍କୁ ତାଙ୍କ ସାଥ ଦେବା କଥା କହିଲେ । ଏହା ଶୁଣି ସେ କହିଲେ ମୁ ବେଶି ବାଟ ଯାଇପାରିବି ନାହିଁ ଗାଁ ମଶାଣି ଯାଏଁ ହିଁ ଯାଇପାରିବି । ପ୍ରଥମ ପତ୍ନୀଙ୍କୁ ପଚାରିଲେ ଯାହାକୁ ସେ କେବେ ହେଲେ ମଧ୍ୟ ପଚାରୁନଥିଲେ ଭଲ ପାଉ ନଥିଲେ ସେ କହିଲେ ମୁ ସବୁବେଳେ ତୁମ ସହ ଥିଲି ଆଉ ସବୁବେଳେ ରହିବି ମଧ୍ୟ ।

ସେହି ଜମିଦାର ଜଣଙ୍କ କେହି ନୁହେଁ ଆମେ ନିଜେ ବନ୍ଧୁଗଣ । ଶେଷ ପତ୍ନୀ ହେଉଛନ୍ତି ଟଙ୍କା ସଦୃଶ । ମରିଗଲେ ମଧ୍ୟ ସାଙ୍ଗରେ ଯିବ ନାହିଁ । ଆଉ ତୃତୀୟ ପତ୍ନୀ ଆପଣଙ୍କ ନିଜ ସ୍ତ୍ରୀର ସଦୃଶ । ଗୋବର ପାଣି ପକାଇବା ପର୍ଯ୍ୟନ୍ତ ହିଁ ସାଥ ମିଳିବ ତାଙ୍କର । ଦିତୀୟ ପତ୍ନୀ ଆପଣଙ୍କ ବନ୍ଧୁ ପରିଜନ ସଦୃଶ । ଯେଉଁ ମାନେ କୁହନ୍ତି ଆରେ ଜଲ୍ଦି ପୋଡ କେତେ ସମୟ ଆଉ ଲାଗିବ ।

ପ୍ରଥମ ପତ୍ନୀ ହେଉଛନ୍ତି ଭଗବାନଙ୍କ ସଦୃଶ । ସେ ସଂସାରକୁ ଆସିଲେ ବେଳେ ଆମ ସହ ଥାନ୍ତି ଏବଂ ଯିବା ବେଳେ ମଧ୍ୟ ଆମ ସହ ହିଁ ଥାନ୍ତି । ତେଣୁ ଏହି କଥାକୁ ନିଶ୍ଚୟ ମନେ ରଖିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *